BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ପାଇଁ ଅଧିକାରୀମାନେ ସମସ୍ତ କଲ୍ୟାଣକାରୀ ଯୋଜନା ସଂର୍ପକରେ ଭଲ ଭାବେ ଜାଣନ୍ତୁ – ରାଜ୍ୟପାଳ

ଭୁବନେଶ୍ୱର: ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନଙ୍କୁ ସହାୟତା କରିବା ପାଇଁ ଅଧିକାରୀମାନେ ସମସ୍ତ ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ସଂପର୍କରେ ଭଲଭାବରେ ଜାଣନ୍ତୁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ମଇ ୨୮ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡ୍ମିନିଷ୍ଟ୍ରେସନରେ ତାଲିମ ନେଉଥିବା ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ରାଜ୍ୟପାଳ କହିଥିଲେ ଯେ ଅଧିକାରୀମାନେ କେବଳ ସେମାନଙ୍କ ବିଭାଗ ସହ ଜଡ଼ିତ ଯୋଜନା ମଧ୍ୟରେ ନିଜକୁ ସୀମିତ ରଖିବା ଉଚିତ୍ ନୁହେଁ। ସମସ୍ତ ଯୋଜନା ସଂପର୍କରେ ବିଶଦଭାବେ ଜାଣିଥିଲେ ଜନ ସାଧାରଣଙ୍କୁ ଅବଗତ କରାଯାଇ ପାରିବ ଏବଂ ସେମାନେ ଏହା ଦ୍ୱାରା ବିଶେଷଭାବେ ଉପକୃତ ହୋଇପାରିବେ।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୁଭଦ୍ରା ଯୋଜନା ଭଳି ଗୁରୁତ୍ୱପୂର୍ଣ୍ଣ ସରାକରୀ ଯୋଜନା ରହିଛି, ଯାହା ଶ୍ରମିକ, ମହିଳା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଆଦି ସମସ୍ତ ବର୍ଗ ପାଇଁ ଉଦ୍ଦିଷ୍ଟି। ଏ ସବୁ ଯୋଜନା କିପରି ହିତାଧିକାରୀଙ୍କ ପାଖରେ ପହଂଚିବ ଏବଂ ସେମାନେ କିପରି ଏହାର ସୁଫଳ ପାଇପାରିବେ ତାହାର ଉପଯୁକ୍ତ ତଦାରଖ କରିବାକୁ ରାଜ୍ୟପାଳ ଅଧିକାରୀମାନଙ୍କୁ କହିଥିଲେ। ଗୋପବନ୍ଧୁ ଏକାଡ଼େମୀ ଅଫ୍ ଆଡମିନିଷ୍ଟ୍ରେସନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସମସ୍ତ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ସଂକଳନ ପୂର୍ବକ ବୁକ୍ଲେଟ୍ ପ୍ରସ୍ତୁତ କରି ଶିକ୍ଷାନବୀଶମାନଙ୍କୁ ବିତରଣ କରିବାକୁ ରାଜ୍ୟପାଳ କହିଥିଲେ।

ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ କହିଥିଲେ ଯେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଛାତ୍ରବୃତ୍ତି, ଆଇନଗତ ସହାୟତା ପ୍ରଦାନ, କ୍ଷତିପୂରଣ, ଆନ୍ତଃଜାତି ବିବାହ ସହାୟତା ପ୍ରଦାନ, ଅସୁରକ୍ଷିତ ଜନଜାତି ଗୋଷ୍ଠୀ ପାଇଁ ବୀମା ବ୍ୟବସ୍ଥା ଭଳି ସୁବିଧା ପାଇବା ନିଶ୍ଚିତ କରାଇବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ।

ସହକାରୀ ଶ୍ରମ ଅଧିକାରୀଙ୍କୁ ସମ୍ବୋଧିତ କରି ରାଜ୍ୟପାଳ ସେମାନଙ୍କୁ ଶ୍ରମିକଙ୍କ ଅଧିକାରର ରକ୍ଷକଭାବେ ଅଭିହିତ କରିଥିଲେ। ଶ୍ରମ ଆଇନ୍ର ପାଳନ, ଶ୍ରମିକମାନଙ୍କୁ ନ୍ୟାୟୋଚିତ ମଜୁରୀ ପ୍ରଦାନ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାକୁ ନିଶ୍ଚିତ କରାଇବା, ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ସ୍ୱାର୍ଥରକ୍ଷା ତଥା ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ସଂପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସେମାନେ କ୍ରିୟାଶୀଳ ଭୂମିକା ନିଭାଇବାକୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ୬୩ ଜଣ ସହକାରୀ ଶ୍ରମ ଅଧିକାରୀ ଏବଂ ୨୭ ଜଣ ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଯୋଗଦେଇଥିଲେ ଏବଂ ରାଜ୍ୟପାଳ ପ୍ରତ୍ୟେକ ଅଧିକାରୀଙ୍କ ସହ ବ୍ୟକ୍ତିଗତ ଭାବେ ଭାବ ବିନିମୟ କରିଥିଲେ। ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗୋପବନ୍ଧୁ ଏକାଡ଼େମୀ ଅଫ୍ ଆଡମିନିଷ୍ଟ୍ରେସନର ଅତିରିକ୍ତ ନିର୍ଦ୍ଦେଶକ ଶିବ ନାରାୟଣ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ।