BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡିଶା ଯାତ୍ରୀ ଚାଳକଙ୍କ ରୋଜଗାର ୨କୋଟିରୁ ଅଧିକ, ଅତିକ୍ରମ କଲା ୨ ଲକ୍ଷ ଟ୍ରିପ୍ ମାର୍କ 

ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଥିବା ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି । ଏହି ସରକାରୀ କ୍ୟାବ୍‍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ଇତି ମଧ୍ୟରେ ଏହା ୨ ଲକ୍ଷ ଟ୍ରିପ୍ ମାର୍କ ଅତିକ୍ରମ କରିବା କେବଳ ଏକ ମାଇଲଖୁଣ୍ଟ ଠାରୁ ଅଧିକ-ଏହା ଓଡ଼ିଶାର ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମିତ ଏକ ମୋବିଲିଟି ସମାଧାନ ଉପରେ ରଖିଥିବା ବିଶ୍ୱାସର ପ୍ରମାଣ | ଓଡ଼ିଶା ଯାତ୍ରୀ ନିରପେକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଆମେ କେବଳ ଆରମ୍ଭ କରୁଛୁ ବୋଲି ବାଣିଜ୍ୟ ଏବଂ ପରିବହନ , ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି।

ଚଳିତବର୍ଷ ଜାନୁୟାରୀ ମାସରେ ପରିବହନ ବିଭାଗ ପକ୍ଷରୁ ଓଡିଶା ଯାତ୍ରୀ ଆପ୍‍ ଆରମ୍ଭ ହୋଇଥିଲା । ସରକାରୀ ଆପ୍‍ ସହିତ ଏଥିପାଇଁ କମିଶନ ଦେବାକୁ ପଡୁନଥିବାରୁ ଗାଡିଚାଳକମାନେ ନିଜକୁ ଏଥିରେ ପଞ୍ଜିକୃତ କରାଇଥିଲେ । ବର୍ତ୍ତମାନ ସୁଦ୍ଧା ୧୦ହଜାର ଚାଳକ ଏଥିରେ ନିଜକୁ ପଞ୍ଜିକୃତ କରିସାରିଲେଣି ।

ସରକାରୀ କ୍ୟାବ୍‍ ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ହୋଇଥିବାରୁ ଲୋକେ ବି ଏଥିପ୍ରତି ଆସ୍ଥା ପ୍ରକଟ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ କଟକରେ ଏକ ଲକ୍ଷ ୬୧ହଜାର ଲୋକ ଭଡା ସମ୍ପୂର୍ଣ୍ଣ ହୋଇ ସାରିଲାଣି । ଏଥିରେ ସର୍ବାଧିକ ଟ୍ରିପ୍‍ ରହିଛି ରାଜଧାନୀରେ । ସାଢେ ୧୦ଲକ୍ଷରୁ ଅଧିକ ଲୋକେ ଏହି ଆପ୍‍ରେ ସର୍ଚ୍ଚ କରିଥିବା ଜଣାଯାଇଛି ।

ତେବେ ସବୁଠାରୁ ବଡକଥା ହେଉଛି ରାଜଧାନୀରେ ଗାଡିଚାଳକମାନେ ଏହି କ୍ୟାବ୍‍ ବ୍ୟବସ୍ଥାରେ ୨କୋଟି ୫ଲକ୍ଷ ଟଙ୍କା ଆୟ କରିଥିବାବେଳେ କଟକରେ ୫ଲକ୍ଷ ୯୦ହଜାର ଟଙ୍କା ଆୟ କରିଛନ୍ତି । ଏ ବାବଦରେ ସେମାନଙ୍କୁ କୌଣସି ଅର୍ଥ କମିଶନ ବାବଦରେ ଦେବାକୁ ପଡୁନାହିଁ । ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରଚଳନ ଥିବା ଅନ୍ୟ କ୍ୟାବ୍‍ ବ୍ୟବସ୍ଥାରେ ପଞ୍ଜିକୃତ ହେଉଥିବା ଚାଳକମାନେ ଯେତିକି ରୋଜଗାର କରିଥାନ୍ତି ତାହାର ଗୋଟିଏ ବଡ ଅଂଶ କମିଶନ ଆକାରରେ ସମ୍ପୃକ୍ତ ସଂସ୍ଥାକୁ ପ୍ରଦାନ କରିଥାନ୍ତି । ରାଜ୍ୟ ସରକାରଙ୍କ ଓଡିଶା ଯାତ୍ରୀ ପାଇଁ କୌଣସି କମିଶନ ଦେବାକୁ ପଡୁନଥିବାରୁ ଚାଳକମାନେ ଏବେ ଅନ୍ୟ କ୍ୟାବ୍‍ ବ୍ୟବସ୍ଥାରୁ ମୁହଁ ଫେରାଇବାରେ ଲାଗିଛନ୍ତି ।

ଓଡିଶା ଯାତ୍ରୀ ଉପରେ ପୁଲିସ୍‍ ନଜର ରଖିଥିବାରୁ ଏହା ଅତ୍ୟନ୍ତ ସୁରକ୍ଷିତ ବୋଲି କୁହାଯାଉଛି । ଯଦି କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ତେବେ ତୁରନ୍ତ ପୁଲିସ୍‍କୁ ଜଣାଇଲେ ଉଭୟ ପୁଲିସ୍‍ ଓ ପରିବହନ ବିଭାଗ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ଏଥିଯୋଗୁଁ ଅନ୍ୟ କ୍ୟାବ୍‍ ଚାଳକମାନେ ଯେଭଳି ଯାତ୍ରୀମାନଙ୍କ ବୁକିଂକୁ ବାରମ୍ବାର ବାତିଲ କରିବା ସହିତ ବିଳମ୍ବିତ ରାତିରେ ନଗଦ ଆକାରରେ ଅଧିକ ଅର୍ଥ ଦାବି କରୁଛନ୍ତି ତାହା ଓଡିଶା ଯାତ୍ରୀରେ ପରିଲକ୍ଷିତ ହେଉନାହିଁ । ବର୍ତ୍ତମାନ ସୁଦ୍ଧା କେବଳ ରାଜଧାନୀରେ ୧ଲକ୍ଷ ୨୪ହଜାର ବ୍ୟବହାରକାରୀ ନିଜକୁ ପଞ୍ଜିକୃତ କରିଥିବାବେଳେ କଟକରେ ଏହି ସଂଖ୍ୟା ୩୭ହଜାରରୁ ଅଧିକ ରହିଛି । ତେବେ ଏହି ବ୍ୟବସ୍ଥାକୁ ଓଡିଶାର ଅନ୍ୟ ଜିଲ୍ଲାଗୁଡିକୁ ସମ୍ପ୍ରସାରିତ କରିବା ସହିତ ଜାତୀୟ ସ୍ତରରେ ପାଦ ଥାପିବାପାଇଁ ପରିବହନ ବିଭାଗ ଲକ୍ଷ୍ୟ ରଖିଛି ।

ପରିବହନ ବିଭାଗ ଇତି ମଧ୍ୟରେ ଓଡିଶା ଯାତ୍ରୀ ସହିତ ଘରୋଇ ଆମ୍ବୁଲାନ୍ସକୁ ଯୋଡିବାପାଇଁ ଯାଉଛନ୍ତି । ଏହାଦ୍ୱାରା ଓଡିଶା ଯାତ୍ରୀର କଳେବର ବୃଦ୍ଧି ପାଇବା ସହିତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଶୋଷଣରୁ ମୁକୁଳି ପାରିବେ ।