BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଜଣେ ଛାତ୍ରକୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ବିଶ୍ୱବିଦ୍ୟାଳୟକୁ ସଶକ୍ତ କରିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜଣେ ଛାତ୍ରକୁ ଉତ୍ତମ ନାଗରିକ ଭାବେ ଗଢ଼ି ତୋଳିବାରେ ବିଶ୍ୱବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବିଦ୍ୟାଳୟକୁ ମଣିଷ ଗଠନର ଏନ୍ତୁଡ଼ିଶାଳ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ବିଚାରଧାର ଓ ମାନବବାଦୀ ଚିନ୍ତାଧାରର ଉନ୍ମେଷ ବିଶ୍ୱବିଦ୍ୟାଳୟରୁ ହିଁ ହୋଇଥାଏ। ତେଣୁ ବିଶ୍ୱବିଦ୍ୟାଳୟକୁ ସ୍ବାୟତତ୍ତା ପ୍ରଦାନ କରି ସଶକ୍ତ କରାଇବା ଏବଂ ଉଚ୍ଚଶିକ୍ଷାର ବିକାଶର ଯାତ୍ରାକୁ ଆହୁରି ଉଚ୍ଚକୁ ନେବା ଉଦ୍ଦେଶ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ୨୦୨୪ ଲାଗୁ ହୋଇଛି। ବିଭିନ୍ନ ନ୍ୟାୟିକ ମାମଲା ଯୋଗୁଁ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷକ ନିଯୁକ୍ତିରେ ଆସିଥିବା ସ୍ଥାଣୁତାକୁ ଏଡ଼ାଇବା, ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଂସ୍କୃତିକୁ ବଜାୟ ରଖିବା, ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତ କରିବା, ବିଶ୍ୱବିଦ୍ୟାଳୟ ପ୍ରଶାସନରେ ସିନେଟର ପୁନଃ-ଅନ୍ତର୍ଭୁକ୍ତିକରଣ କରିବା ସହ ସିନେଟର ସର୍ବମୋଟ ୬୮ଜଣ ସଦସ୍ୟ ମଧ୍ୟରୁ ଅତିକମ୍‌ରେ ୩୭ଜଣ ସଦସ୍ୟ ଶିକ୍ଷକ, ଶିକ୍ଷାବିତ୍‌ ଏବଂ ଛାତ୍ରସମାଜରୁ ରହିବାର ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା ଆଦି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଲାଗୁ ହେବା ଦ୍ୱାରା ସମ୍ଭବ ହୋଇଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ରାଜ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ପ୍ରଣୟନ ହେବା ପରେ ବିଶ୍ୱବିଦ୍ୟାଳୟମାନଙ୍କରେ ଏହି ଅଧିନିୟମର କାର୍ଯ୍ୟକାରିତାକୁ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟରେ ରହିଥିବା ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରି ସମସ୍ତ କୁଳପତିମାନଙ୍କ ସହ ଆଲୋଚନା କରିଥିଲେ।

ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଲାଗୁ ହେବା ଦ୍ୱାରା ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲି ପଡ଼ିଥିବା ୧୩୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ପଦବୀ ଗୁଡ଼ିକ ପୂରଣ ହୋଇପାରିବ। ବିଶ୍ୱବିଦ୍ୟାଳୟମାନେ ପାଠ୍ୟକ୍ରମର ଆବଶ୍ୟକତା ଅନୁଯାୟୀ ଶିକ୍ଷକମାନଙ୍କୁ ନିଯୁକ୍ତ କରିପାରିବେ। ଏଥିସହିତ ନିଯୁକ୍ତି ପ୍ରକିୟାର ନିୟମିତତାକୁ ସୁନିଶ୍ଚିତ କରିବା ସହ ଏହାକୁ ତ୍ବରାନିତ୍ବ କରାଯାଇପାରିବ।

ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ସୁଦୃଢ଼ତାକୁ ସୁନିଶ୍ଚିତ କରିବା ପାଇଁ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ, ବିତ୍ତୀୟ ପରିଚାଳନା ପାଇଁ ଅର୍ଥ କିମିଟିର ଗଠନ, ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାପ୍ତ କିମ୍ବା ଅର୍ଜିତ ସମସ୍ତ ପରିମାଣର ଅର୍ଥରାଶି ଭାରତ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ ଦ୍ୱାରା ଅଡିଟ୍ କରାଯିବା ଆଦି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ସଶକ୍ତ କରିବା ସହ ଏହାର ପାରଦର୍ଶିତାକୁ ମଧ୍ୟ ସୁନିଶ୍ଚିତ କରିବ।

ଏଥିସହିତ ମନ୍ତ୍ରୀ ଶ୍ରୀ ସୂରଜ ଆଜି ବିଶ୍ୱବିଦ୍ୟାଳୟମାନଙ୍କରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ସମ୍ବନ୍ଧରେ ମଧ୍ୟ କୁଳପତିମାନଙ୍କ ସହ ଆଲୋଚନା କରିଥିଲେ।

ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ର ପ୍ରଣୟନ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି।