- ଆଫସାର ପର୍ଯ୍ୟଟନସ୍ଥଳୀ ସଫେଇ ଅଭିଯାନ
- ସପ୍ତଶଯ୍ୟାରେ ସଫେଇ କଲେ ୧୦୦ ରୁ ଅଧିକ ଗ୍ରୀନଭୋକେଟସ୍
ଢେଙ୍କାନାଳ : ଯାଜପୁର ଜିଲାରେ ଜନ୍ମିତ ସାମାଜିକ ଅନୁଷ୍ଠାନ ଆର୍ୟାଲେକ୍ସ ଫାଉଣ୍ଡେସନ ଫର୍ ସୋସିଆଲ ଆକ୍ଟିଭିଟିଜ୍ (ଆଫସା), ଭୁବନେଶ୍ୱର ଦ୍ଵାରା ଓଡିଶାର ପର୍ଯ୍ୟଟନସ୍ଥଳୀ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।
‘ଆମ ପର୍ଯ୍ୟଟନସ୍ଥଳୀ ଆମ ବିଭବ, ସ୍ୱଚ୍ଛ ରଖି ତାକୁ ଦେବା ଗୌରବ’ର ବାର୍ତ୍ତା ନେଇ ଆର୍ୟାଲେକ୍ସ ଫାଉଣ୍ଡେସନ ଫର୍ ସୋସିଆଲ ଆକ୍ଟିଭିଟିଜ୍ (ଆଫସା) ଏବଂ ଢେଙ୍କାନାଳଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଥିବା ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଗ୍ରୀନଭୋକେଟସ୍ ଯୋଗଦେଇ ସପ୍ତଶଯ୍ୟା ମନ୍ଦିର ପରିସର ସଫା କରିବା ସହିତ ପରିବେଶ ସୁରକ୍ଷା ଏବଂ ପର୍ଯ୍ୟଟନସ୍ଥଳୀର ବୈଭବ ରକ୍ଷା କପାଇଁ ସାଧାରଣରେ ସଚେତନତା ସୃଷ୍ଟି କରିଥିଲେ ।

ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କିନ୍ତୁ ଐତିହାସିକ ସ୍ଥାନ ଗୁଡ଼ିକର ସଠିକ୍ ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ସମୟରେ ତାହାର ମାନ ହ୍ରାସ ହେଉଅଛି। ଏହାର ଉପଲବ୍ଧି କରି ଆଫସା ଦ୍ଵାରା ଏହି ସଫେଇ କାର୍ଯକ୍ରମର ଆରମ୍ଭ ସପ୍ତଶଯ୍ୟା ମନ୍ଦିରରୁ ଆଜି ଆରମ୍ଭ ହୋଇଥିବା ସମୟରେ ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ଓଡିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଏହିପରି ଭାବରେ ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏହାର ପ୍ରତିଷ୍ଠାତା ଇଂ ଆଲେକଜାଣ୍ଡାର ଦାସ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ଶୁଭ୍ରାଂଶୁ ଶେଖର ଶତପଥୀଙ୍କ ସହ ଆଫସାର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।