BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ଼ ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଉଦ୍‌ଘାଟିତ, ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ

  • ୩ ଏକର ପରିମିତ ଜାଗାରେ ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଛତ୍ରପୁର କାର୍ଯ୍ୟାଳୟ

  • ଡିପୋରେ ୨୮ ହଜାର ବର୍ଗଫୁଟ ଷ୍ଟୋରେଜ୍‌ କ୍ଷମତା ରହିଛି

  • ଗଞ୍ଜାମ, ଗଜପତି, କନ୍ଧମାଳ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାର ୧୯୦ଟି ଖୁଚୁରା ବ୍ୟବସାୟୀଙ୍କୁ ସହଜ ଯୋଗାଣ ସମ୍ଭବ

  • ଅବକାରୀ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବେଆଇନ ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର-ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍‌ର ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । ୩ ଏକର ପରିମିତ ଜାଗାରେ ୧୭.୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟାଳୟ ଓ ଡିପୋରେ ୨୮ ହଜାର ବର୍ଗଫୁଟ ଷ୍ଟୋରେଜ୍‌ କ୍ଷମତା ରହିଛି । ଏହି ଡିପୋ ଓ କାର୍ଯ୍ୟାଳୟ ନିର୍ମାଣ ଫଳରେ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲାର ୧୯୦ଟି ଖୁଚୁରା ବ୍ୟବସାୟୀଙ୍କୁ ସହଜ ଯୋଗାଣ ସମ୍ଭବ ହୋଇପାରିବ ।

ଏହି କାର୍ଯ୍ୟାଳୟ ଓ ଡିପୋ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଅବକାରୀ ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ବେଆଇନ ମଦ କାରବାର ରୋକିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଆଜି ଉଦ୍‌ଘାଟିତ ଛତ୍ରପୁର କାର୍ଯ୍ୟାଳୟ ଓ ଡିପୋ ଶୃଙ୍ଖଳିତ ବିତରଣ, ପାର୍କିଂ ବ୍ୟବସ୍ଥା ଓ ରାଜ୍ୟର ଅଯଥା ରାଜସ୍ୱ ହାନିକୁ ରୋକିବାରେ ସହାୟକ ହେବ ।

ଆଜିର ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଅବକାରୀ ଆୟୁକ୍ତ ପିି. ଅନେ୍ୱଷା ରେଡ୍ଡୀ, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବେନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ସେହିଭଳି ଛତ୍ରପୁରଠାରେ ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲାପାଳ ଭି. କୀର୍ତ୍ତି ବାସନ୍‌ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।