BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ହାଇଟେକ୍ ଏବଂ ଡ୍ରିମ୍ସ ମେଡିକାଲ କଲେଜ ବେଆଇନ ଆଡ଼ମିସନ ଫି ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର : ଓଡ଼ିଶାର ବେସରକାରୀ ମେଡିକାଲ କଲେଜ, ଯେପରିକି ହାଇଟେକ୍ ମେଡିକାଲ କଲେଜ ଏବଂ ଡ୍ରିମ୍ସ ମେଡିକାଲ କଲେଜ, ରେ ହଠାତ୍ ବେଆଇନ୍ ଭାବରେ 200% ଆଡ଼ମିସନ ଫି ବୃଦ୍ଧି ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ ପାଇଁ ଆଜି ଓଡିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଛି। ଆଜି ଜୟଦେବ ଭବନ ସମୁଖରେ ମହାସଂଘ କର୍ମକର୍ତ୍ତାଙ୍କ ସହିତ ସାରା ରାଜ୍ୟରୁ ଏହି ନିଷ୍ପତି ଯୋଗୁଁ କ୍ଷତିଗ୍ରସ୍ତ ଆଶାୟୀ ଅନେକ ମେଡିକାଲ ଛାତ୍ର ଓ଼ ସେମାନଙ୍କ ଅଭିଭାବକ ମାନେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ ସହ ସାମ୍ବାଦିକ ମାନଙ୍କୁ ସବୁ ତଥ୍ୟ ପ୍ରକାଶ କରିଛନ୍ତି l

ଏହି ନିଷ୍ପତ୍ତି ଅଭିଭାବକ କିମ୍ବା ଅଭିଭାବକ ସଂଗଠନ ସହିତ ପରାମର୍ଶ ନକରି ନିଆଯାଇଛି l ଆଡ଼ମିସନ ପାଇଁ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ଅଯଥା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଏହି ବେଆଇନ ସୁପାରିଶ କୁ ଅନୁମୋଦନ ଯୋଗୁଁ ଅଭିଭାବକ ମାନେ ସମ୍ପୂର୍ଣ୍ଣ ହଇରାଣ ହେଵା ସହ କେମିତି କୋଉଠୁ ଏତେ ଅଧିକ ପଇସା ଯୋଗାଡ଼ କରି ଆଡ଼ମିସନ କରିବେ ସେହି ଚିନ୍ତା ରେ ଅଛନ୍ତି l ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରାଇଭେଟ ମେଡିକାଲ କଲେଜ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହୋଇଥିବା ଫି ବୃଦ୍ଧି ଘୋଷଣା ବିଜ୍ଞପ୍ତି ଆଜି ଅନେକ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଅସୁବିଧାରେ ପକାଇଛି।

ଚଏସ୍-ଫିଲିଂ ଏବଂ ଲକିଂ ପ୍ରକ୍ରିୟା ସମୟରେ ବ୍ରୋଚାର ରେ ଏହି ବୃଦ୍ଧି ପ୍ରକାଶ କରାଯାଇ ନଥିଲା, ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଛି ଆଡ଼ମିସନ ପୂର୍ବରୁ ସମ୍ପୂର୍ଣ୍ଣ ଫି ଷ୍ଟ୍ରକଚର ପ୍ରକାଶନ କରିବାକୁ ବାଧ୍ୟତାମୂଳକ କରିଥାଏ। ଏହି ବେଆଇନ ଫିସ ବୃଦ୍ଧି ଯୋଗୁଁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି ସଂଶୋଧିତ ଫି ପୂର୍ବରୁ ଘୋଷଣା କରାଯାଇଥାନ୍ତା, ତେବେ କାଉନ ସେଲିଙ୍ଗ ପ୍ରକ୍ରିୟା ସମୟରେ ଛାତ୍ରଛାତ୍ରୀମାନେ ସୁଚିନ୍ତିତ ନିଷ୍ପତ୍ତି ନେଇଥାନ୍ତେ। ତେଣୁ ମୁଖ୍ୟମନ୍ତ୍ରୀ ୧୬ ଅଗଷ୍ଟ ୨୦୨୫ରେ ଘୋଷିତ ଫି ବୃଦ୍ଧି ଗଠନକୁ ପ୍ରତ୍ୟାହାର କରନ୍ତୁ l

ସଠିକ ଫିସ ସୁନିଶ୍ଚିତ କରିବା ପରେ,ଚଏସ ଲକିଙ୍ଗର ଏକ ଅତିରିକ୍ତ ପର୍ଯ୍ୟାୟ ପାଇଁ ଅନୁମତି ଦେବାକୁ ମଧ୍ୟ ମହାସଂଘ ଦାବୀ ରଖିଛିl ଏହି ସମସ୍ୟା ଅନେକ ଆକାଂକ୍ଷୀ ଡାକ୍ତର ଏବଂ ସେମାନଙ୍କ ପରିବାରର ଭବିଷ୍ୟତକୁ ଘୋର ପ୍ରଭାବ ପକାଇବ ବୋଲି ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିସୋଇ କହିଛନ୍ତି l ଏହି ମନୋମୁଖୀ ନିଷ୍ପତି ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନ ଗତ ଲଢେଇ ହେବ ବୋଲି ମହାସଚିବ ଅଶୋକ ପାଇକରାୟ କହିଛନ୍ତି