BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଶା ପାରା କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନ, ଶୁଭେଚ୍ଛା ଜଣାଇଲେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର : ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ପାରା ସନ୍ତରଣ ଚାମ୍ପିୟନସିପ୍-୨୦୨୫ରେ ଓଡ଼ିଶା ପାରା କ୍ରୀଡ଼ାବିତ୍‌ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ପାରା ସନ୍ତରଣ ଦଳ ଏହି ପ୍ରତିଯୋଗିତାରେ ୮ଟି ସ୍ବର୍ଣ୍ଣ, ୧୮ଟି ରୌପ୍ଯ ଓ ୧୩ଟି କାଂସ୍ଯ ସର୍ବମୋଟ ୩୯ଟି ପଦକ ହାସଲ କରିଛନ୍ତି। ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ପାରା ସନ୍ତରଣ ଦଳର କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।

“ପାରା କ୍ରୀଡ଼ାବିତ୍‌ମାନଙ୍କ ଏହି ଚମତ୍କାର ପ୍ରଦର୍ଶନ ଓଡ଼ିଶାର ସମସ୍ତ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଜାତୀୟ ସ୍ତରରେ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିଥିବାରୁ ଆମେ ସମସ୍ତେ ଗର୍ବିତ। ଆଗାମୀ ଦିନରେ ମଧ୍ୟ ଆୟୋଜିତ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାମାନଙ୍କରେ ଓଡ଼ିଶାର ପାରା କ୍ରୀଡ଼ାବିତ୍‌ମାନେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ପାଇଁ ଗୌରବ ଅର୍ଜନ କରିବେ”, ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।