BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡିଶା ମିରର ପକ୍ଷରୁ ରିପୋର୍ଟର ମିଟ-୨୦୨୧

ଭୁବନେଶ୍ୱର,୧୨/୧(ଓଡ଼ିଆ ନ୍ୟୁଜ):ଓଡ଼ିଶା ମିରର ମିଡ଼ିଆ ମ୍ୟାନେଜେଣ୍ଟ ଦ୍ଵାରା ପ୍ରକାଶିତ ଓଡ଼ିଆ ସାପ୍ତାହିକ ସମ୍ବାଦପତ୍ର”ଓଡ଼ିଶା ମିରର୍”ପକ୍ଷରୁ ରିପୋର୍ଟର ମିଟ-୨୦୨୧ ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଜ୍ଞାନ କେନ୍ଦ୍ର କନେଫରେନ୍ସ ହଲ୍ ରେ ଅନୁଷ୍ଠିତ ହେଇ ଯାଇଛି, ଏହି ଉତ୍ସବରେ ଅତିଥି ଭାବରେ “ହିନ୍ଦୁସ୍ଥାନ ଟାଇମ୍ସ”ର ବରିଷ୍ଠ ସାମ୍ବାଦିକ ସଂଜୀବ ଆହୁଜା,ମାତୃଭୂମି ସବା ସଂଘର ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ କାଳୀପଦ ତ୍ରିପାଠୀ, ଏଲ୍ ଆଣ୍ଡ କେ ସର୍ଭିସେସର ପରିଚାଳନା ସମ୍ପାଦକ ତଥା ଓଡ଼ିଶା ମିରର ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ କୁମାର ପଲାଇ, ସହଯୋଗୀ ସମ୍ପାଦକ ମାନସ ଦାସ, କବି ଓ ଗାଳ୍ପିକ ଅଭୟ କୁମାର ଜେନା ଅତିଥି ଭାବରେ ଯୋଗଦେଇଥିଲେ। “ଗଣମାଧ୍ୟମ ଗଣତନ୍ତ୍ରର ସୁରକ୍ଷା କବଚ”ଶୀର୍ଷକ ଆଲୋଚନାଚକ୍ର ରେ ବକ୍ତା ଭାବେ ଅଧ୍ୟାପିକା ଓ କବୀ ସୁଶ୍ରୀ ସଂଗୀତା ଦାସ, କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ଛାତ୍ରୀ ତଥା ହିନ୍ଦୀ ଲେଖିକା ମଧୁସ୍ମିତା ସେନାପତି ଯୋଗ ଦେଇ ଗଣମାଧ୍ୟମର ଲକ୍ଷ୍ୟ, ଦାୟିତ୍ୱବୋଧତା ଓ ସୁସ୍ଥ ସମାଜ ଗଠନରେ ସାମ୍ୱାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଥିଲେ, ଓଡ଼ିଶା ମିରର ର ସମ୍ପାଦକ ଦିଲ୍ଲୀପ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ସଂଚାଳିକା ସରିତା ବାରିକ୍ ପରିଚାଳନା କରିଥିଲେ। ଓଡ଼ିଶା ମିରର କାର୍ଯ୍ୟକାରୀ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଓ ସମାଜସେବୀ ପାୟଲ ପ୍ରିୟଦର୍ଶିୀନୀ , ସୁଜାତା ପଟ୍ଟନାୟକ, ରାଜ୍ୟ ସଂଯୋଜକ ପ୍ରଶାନ୍ତ ରାଉତ, ସାମ୍ୱାଦିକ ରାଜେନ୍ଦ୍ର ପଢ଼ିଆରୀ, ସାମ୍ୱାଦିକ ପ୍ରବୋଧ ପରିଡା, ରାହୁଲ ଦାସ, , କନକ ନ୍ୟୁଜର ସାମ୍ୱାଦିକ ସୌମ୍ୟ ରଂଜନ ନାୟକ, ଉତ୍କଳ ଷ୍ଟୁଡେଣ୍ଟ୍ ଆସୋସିଏନର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ସାମଲ, ଓଡ଼ିଶା ଜର୍ଣାଲିଷ୍ଟ ଆସୋସିସନର ସମ୍ପାଦକ ପ୍ରସନ ଦାସ, ଗୀତିକାର କୁମାର ଲିତନ୍, ସାମ୍ୱାଦିକ ଅଶୋକ ରାଉତ,ଙ୍କ ସମେତ ସମସ୍ତ ୩୦ ଗୋଟି ଜିଲ୍ଲାର ଜିଲ୍ଲା ପ୍ରତିନିଧି, ପାଠକ, ଶୁଭେଚ୍ଛୁ ଉପସ୍ଥିତ ଥିଲେ।