ଓଡ଼ିଶା ମନସ୍କ-13, ସ୍ଵାଧୀନତାର ଅନେକ ରୂପ
ଭୁବନେଶ୍ବର : ତୃଣମୂଳ ସ୍ତରର ସାମୁହିକ ପ୍ରାଜ୍ଞତା ସଂଗ୍ରହଣ ଉପରେ କାର୍ଯରତ ଆଗାମୀକାଲିର ଥିଙ୍କଟ୍ୟାଙ୍କ ଅଲ୍ ଥିଙ୍ଗସ ଓଡ଼ିଶା ଦ୍ବାରା ଅନୁଷ୍ଠିତ ମାସିକ ଆଲୋଚନାଚକ୍ର ଓଡ଼ିଶା ମନସ୍କ ଇତିମଧ୍ଯରେ ଏକ ବର୍ଷ ପୂରଣ କରିବା ସହିତ ଆଜି ଏହାର 13ତମ ସଂସ୍କରଣ ସହିଦ ନଗର ସ୍ଥିତ ଏକ୍ସଟ୍ରାଓଡିନାରୀ ଓ ସେଫ୍ ଓଡ଼ିଶା ଫର୍ ହାର୍ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି ।
ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଭିନ୍ନ ଭିନ୍ନ ବୟସବର୍ଗର ଲୋକମାନେ ଏହି ସେସନରେ ଯୋଗଦାନ କରି ନିଜ ନିଜର ଅଙ୍ଗେନିଭା ଅନୁଭୁତିରୁ ଆଜିର ବିଷୟବସ୍ତୁ “ସ୍ବତନ୍ତ୍ରତାର ବିବିଧ ବର୍ଣ୍ଣ: ବ୍ଯକ୍ତିଗତ ସ୍ବାଧୀନତାରୁ ସାମୁହିକ ଅଧିକାର ପର୍ଯ୍ୟନ୍ତ” ଉପରେ ନିଜର ମତାମତ ରଖିଥିଲେ।
ଓଡ଼ିଶା ମନସ୍କର ପ୍ରଥା ଅନୁଯାଇ ସମସ୍ତ ଅଂଶଗ୍ରହଣକାରୀ ନିଜର ମତ ରଖିବା ସହିତ ଅନ୍ଯମାନଙ୍କ ମତାମତକୁ ସମ୍ମାନର ସହିତ ଶୁଣିଥିଲେ ଓ ତର୍ଯମା କରିଥିଲେ।
ଉପସ୍ଥିତ ଆଲୋଚନାକାରୀମାନେ ସ୍ବତନ୍ତ୍ରତା, ବ୍ଯକ୍ତି ସ୍ବାଧୀନତା ଓ ସାମୁହିକ ଅଧିକାରର ବିଭିନ୍ନ ବ୍ଯାଖ୍ଯା କରିବା ସହିତ ଓଡ଼ିଶା ପରିପ୍ରେକ୍ଷିରେ ଏହାର ସାଂପ୍ରତିକତା ଉପରେ ବ୍ଯାପକ ଚର୍ଚ୍ଚା କରିଥିଲେ।
ଆଜିର ସେସନକୁ ପରିଚାଳନା କରିଥିଲେ ସନ୍ଦିପ ବଳ ଓ ସୋନାଲି ପ୍ରିୟଦର୍ଶିନି। ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଲେଖକ ଓ ଐତିହ୍ୟ ଗବେଷକ ଅନୀଲ ଧିର ଏବଂ ଅନେକ ଯୁବକ ଯୁବତୀ- ଆକାଂକ୍ଷିତା, ଅନ୍ଵେଷା, ପ୍ରତିକ୍ଷା, ଚଞ୍ଚଳ, ମିତ୍ରା, ସ୍ଵାତିସ୍ଵରୂପା ଓ ଜୟ ପ୍ରକାଶ।