BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଡ଼ିଶାରେ ପାଇଲଟ୍ ଭାବରେ ଆରମ୍ଭ ହେଲା ଏଆଇ ଆନ୍ଥରୋପୋମେଟିକ ଟୁଲ୍, ଶିଶୁମାନଙ୍କର ଉଚ୍ଚତା ଓ ଓଜନ ନିରୀକ୍ଷଣରେ ହେବ ସହାୟକ

ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ

ଭୁବନେଶ୍ୱର: ଭୁବନେଶ୍ୱରର ଆଇସିଏମଆର ଅଡିଟୋରିୟମ ହଲରେ ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ, ୱାଧୱାନୀ ଏଆଇ, ଆଇସିଏମଆର- ଆରଏମଆରସି ଭୁବନେଶ୍ୱର ଓ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଙ୍କ ମିଳିତ ସହଭାଗୀତାରେ “ଶିଶୁ ମାନଙ୍କ ଅଭିବୃଦ୍ଧି ନିରୀକ୍ଷଣ ନିମନ୍ତେ ଏଆଇ ଉପକରଣ” ଶୀର୍ଷକ ଏକ ପାଞ୍ଚ ଦିନିଆ ତାଲିମ ତଥା କର୍ମଶାଳା ଉଦଘାଟନ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ବିକାଶ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇସିଏମଆର – ଆରଏମଆରସି, ଭୁବନେଶ୍ୱର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି, ଜାତୀୟ କାର୍ଯ୍ୟକ୍ରମର ମୁଖ୍ୟ ଡକ୍ଟର ସ୍ନେହା ନିକମ, ଆଇସିଏମଆର – ଆରଏମଆରସି, ଭୁବନେଶ୍ୱର ର ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ କୁମାର ଆଚାର୍ଯ୍ୟ, ୱାଧୱାନୀ ଏଆଇର ମୁଖ୍ୟ ଡକ୍ଟର ମକରନ୍ଦ ତପସ୍ଵୀ, ରାଜ୍ୟ ମହିଳା ଓ ଶିଶୁ ବିକାଶର ଅତିରିକ୍ତ ସଚିବ ଶ୍ରୀ ଏନ.ସି. ଜ୍ୟୋତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ଆଧାରିତ ଟେକ୍ନୋଲୋଜିକୁ ବ୍ୟବହାର କରି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଆନ୍ଥରୋପୋମୋଟିକ ତଥା ଓଜନ ଓ ଉଚ୍ଚତା ମାପ କରାଯିବା ସହ ଶିଶୁମାନଙ୍କର କୁପୋଷଣକୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯାଇପାରିବ । ଏହି ଅଭିନବ ପଦକ୍ଷେପକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ଦେଶରେ ପ୍ରଥମ ।

ଏହି ପାଞ୍ଚଦିନିଆ ତାଲିମ ତଥା କର୍ମଶାଳାରେ କ୍ଷେତ୍ର ଅନୁସନ୍ଧାନକାରୀମାନେ ନିର୍ଦ୍ଧାରିତ ପ୍ରୋଟୋକୋଲ ବ୍ୟବହାର କରି ଶିଶୁମାନଙ୍କ ଓଜନ ଓ ଉଚ୍ଚତା ସୂଚକ ମାପ କରିବା ଉପରେ ବ୍ୟାପକ ତାଲିମ ପାଇବେ । ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚିଉଟ ଅଫ ନ୍ୟୁଟ୍ରିସନ(ଏନଆଇଏନ), ଆଇସିଏମଆର – ଆରଏମଆରସି ଭୁବନେଶ୍ୱର ଏବଂ ୱାଧୱାନୀ ଏଆଇ ର ବିଶେଷଜ୍ଞ ପ୍ରଶିକ୍ଷକମାନେ ସେମାନଙ୍କୁ ତାଲିମ ପ୍ରଦାନ କରିବେ । ତାଲିମ ପରେ, କ୍ଷେତ୍ର ଅନୁସନ୍ଧାନକାରୀ ମାନେ ପାଇଲଟ୍ କାର୍ଯ୍ୟକ୍ରମ ର ମୂଲ୍ୟାଙ୍କନ ଏବଂ କାର୍ଯ୍ୟକାରିତା ପାଇଁ ବାଲେଶ୍ଵର, କଟକ, ଗଞ୍ଜାମ, ଯାଜପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାଗୁଡିକରେ ୩-୪ ମାସ ଧରି ତଥ୍ୟ ସଂଗ୍ରହ ଓ ଆକଳନ କରିବେ ।