BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପାମ ଅଏଲ କମ୍ପାନୀ ସହିତ ଓଡ଼ିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ ଏବଂ ୪ଟି ଜିଲ୍ଲା ପାଇଁ ୩ଟି ତୈଳ ପାମ କମ୍ପାନି ମଧ୍ୟରେ ଏକ ବୁଝାମଣା ପତ୍ର (Mଞ୍ଚU) ସ୍ୱାକ୍ଷରିତ ହୋଇଛି ।

ଏହି ବୁଝାମଣା ପତ୍ର ଅନୁଯାୟୀ, ପାମ ଅଏଲ କମ୍ପାନୀ ଦ୍ୱାରା ଓଡ଼ିଶାରେ ଏକ ବୃହତ ଅଏଲ ପାମ କ୍ଷେତ୍ର ପ୍ରସ୍ତୁତି ହେବ । ଏହା ରାଜ୍ୟର କୃଷି ଓ ଔଦ୍ୟୋଗିକ ବିକାଶରେ ଏକ ନୂତନ ଅଧ୍ୟାୟ ଆଣିବା ସହିତ ଚାଷୀଙ୍କୁ ଭଲ ମୂଲ୍ୟ ପ୍ରଦାନ ଓ ନିଯୁକ୍ତି ସୃଷ୍ଟିରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ନିବାହ କରିବ ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ଏହି ଅବସରରେ ଅଏଲ ପାମ କମ୍ପାନୀର ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରି କିହିଲେ ଯେ ଏହି ବୁଝାମଣା ପତ୍ର ରାଜ୍ୟରେ ଅଏଲ ପାମ ଚାଷ କ୍ଷେତ୍ରକୁ ବୃଦ୍ଧି କରିବ ଯାହା ଫଳରେ ରାଜ୍ୟରେ ଖାଇବା ତେଲ ଉତ୍ପାଦନ ବୃଦ୍ଧି ପାଇବ । ଏହା ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇବ ଏବଂ ଗ୍ରାମୀଣ ରୋଜଗାର ସୃଷ୍ଟି ହେବ ଯାହା ଦ୍ୱାରା କୃଷକମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିବ । ଏହି ବୁଝାମଣା ପତ୍ର ଓଡ଼ିଶାରେ କୃଷି ଉଦ୍ୟୋଗ ଓ ନିବେଶ ପାଇଁ ଅନୁକୂଳ ପରିବେଶ ତିଆରି କରିବାରେ ସହାୟକ ହେବ ବୋଲି ସେ ଦୃଢ଼ ଆଶା ପୋଷଣ କରିଥିଲେ । ଏହା ଦ୍ୱାରା ଚାଷୀ, ଯୁବ ଓ ଶ୍ରମିକମାନେ ଉପକୃତ ହେବେ ।

ଅଏଲ ପାମ କମ୍ପାନୀ ପ୍ରତିନିଧିମାନେ ଓଡ଼ିଶାରେ ବିପୁଳ ସମ୍ଭାବନା ଥିବା ଅଏଲ ପାମ କ୍ଷେତ୍ରକୁ ଆମେ ଉନ୍ନତ ପ୍ରଯୁକ୍ତି ଓ ନୂତନ ନିବେଶ ସହିତ ଉନ୍ନତି କରିବାକୁ ପ୍ରତିବଦ୍ଧ ବୋଲି କହିଥିଲେ । ଏନ୍‌ ଏମ୍‌ ଇଓ-ଓପି ଯୋଜନାରେ ରାଜ୍ୟରେ ଅଏଲ ପାମ୍‌ କାର୍ଯ୍ୟକ୍ରମ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ ଭଳି ୪ଟି ଜିଲ୍ଲା ପାଇଁ ୩ଟି ତୈଳ ପାମ କମ୍ପାନି ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କମ୍ପାନୀଗୁଡ଼ିକ ହେଲା ପତଞ୍ଜଳି ଫୁଡ୍ସ ଲିମିଟେଡ୍‌ (କଟକ), ତୁମ୍ମାଲା ଆଗ୍ରୋ ପ୍ରଡକଫସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଅନୁଗୁଳ) ଏବଂ ଲିଭ୍‌ ପାମ୍‌ ରିସୋର୍ସେସ ପ୍ରାଇଭେଟ୍‌ ଲିମିଟେଡ୍‌ (ଢେଙ୍କାନାଳ ଓ ଯାଜପୁର) ।

ଏହି ବୁଝାମଣା ପତ୍ର ଦ୍ୱାରା ଆସନ୍ତା କିଛି ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୈତିକ ରୂପାନ୍ତରଣ ଓ ରୋଜଗାର ସୃଷ୍ଟିରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, କୃଷି ବିଭାଗର ନିର୍ଦ୍ଦେର୍ଶକ ଶୁଭମ ସାକସେନା, ଉଦ୍ୟାନ କୃଷି ବିଭାଗ ନିର୍ଦେଶକ ନିଖିଲ ପବନ କଲ୍ୟାଣ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।