BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡିଶା ଅବକାରୀ ବିଭାଗର ବଡ଼ ଅଭିଯାନ : ₹୨.୬୩ କୋଟି ବେଆଇନ ସାମଗ୍ରୀ ଜବତ

୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:  ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ “ଏନ୍‌ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍”ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମୋଟ ₹୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି।

ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୩,୮୨୭ BL ବେଆଇନ ମଦ, ୪୨୯ BL Duty-Paid liquor ଜବତ ହୋଇଛି। ମଦ ପାଇଁ ବ୍ୟବହୃତ ୧.୪୧ ଲକ୍ଷ ଲିଟର୍ ପୋଚ ନଷ୍ଟ କରାଯାଇଛି, ୯୦୦ କି.ଗ୍ରାମ୍ ମହୁଲି ଫୁଲ ଜବତ ହେବା ସହିତ ୩୩ଟି ଗାଡ଼ି ଜବତ ହୋଇଛି।

ନାର୍କୋଟିକ୍ସ ଅଭିଯାନରେ ମଧ୍ୟ ବଡ଼ ସଫଳତା ସହ ମୋଟ ୨୩ଟି NDPS ମାମଲା ରୁଜୁ ହୋଇଛି I ଏଥିରେ ୩୨୪ କେଜି ଗଞ୍ଜେଇ, ୬୪୭ ଗ୍ରାମ୍ ହେରୋଇନ୍ ଜବତ ହୋଇଛି।

ଏହି ଅଭିଯାନ ବେଆଇନ ମଦ ଓ ମାଦକ ବ୍ୟବସାୟ ପ୍ରତି “ଶୂନ୍ୟ ସହିଷ୍ଣୁତା” ନୀତିକୁ ସୂଚାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I