BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

କୋଭିଡ ପାଇଁ ପରେଡ ବନ୍ଦ

ଭୁବନେଶ୍ୱର,୯ା୮(ବ୍ୟୁରୋ)-ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ପରେଡ ହେବ ନାହିଁ । ରାଜ୍ୟରେ କୋଭିଡ ସଂକ୍ରମଣ ଜାରି ରହିଥିବାରୁ ମଙ୍ଗଳବାର ଅନୁଷ୍ଠିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ ନ ହେଲେ ମଧ୍ୟ ଗାର୍ଡ ଅଫ ଅନର କାର୍ଯ୍ୟକ୍ରମ ହେବ । ସ୍ବାଧୀନତା ଦିବସରେ ପୋଲିସ ବ୍ୟାଣ୍ଡ ସହ ଓଏସ୍‌ଏପି, ଓଡ୍ରାଫ, ବିଏସ୍‌ଏଫ୍‌, ଏସ୍‌ଏସ୍‌ ବାଟାଲିୟନ ମଧ୍ୟ ଗାର୍ଡ ଅଫ ଅନର କାର୍ଯ୍ୟକ୍ରମରେ ଯୋଗ ଦେବେ। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ବାଟାଲିୟନ ସଦସ୍ୟମାନଙ୍କର କୋଭିଡ ଟେଷ୍ଟ କରାଯିବା ସହ ସାମାଜିକ ଦୂରତ୍ୱ ବଜାୟ ରଖାଯିବ। ଯେଉଁ ଅଧିକାରୀମାନେ ପତାକା ଉତ୍ତୋଳନ ବେଳେ ଉପସ୍ଥିତ ରହିବେ ସେମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହେବ। ଅଫିସରମାନଙ୍କୁ ମାସ୍କ ଓ ହ୍ୟାଣ୍ଡଗ୍ଲୋବ ମଧ୍ୟ ପରିଧାନ କରିବାକୁ ପଡିବ।