BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡିଶାରେ ଗ୍ରାମୀଣ ଅର୍ଥନୈତିକ କରିଡରର ବିକାଶ କରାଯିବ।

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟର ୧୪୭ ବିଧାନସଭା ଆସନ ଅଞ୍ଚଳରେ ଗ୍ରାମୀଣ ଅର୍ଥନୈତିକ କରିଡର ବିକାଶ କରାଯିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ନିକଟରେ ଅର୍ଥନୈତିକ କରିଡର ପାଇଁ ଉପଯୁକ୍ତ ଗ୍ରାମ୍ୟ ରାସ୍ତାଗୁଡ଼ିକୁ ଚିହ୍ନଟ କରିବା ସକାଶେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରୁରାଲ ଓ୍ବାର୍କସ ଡିଭିଜନଗୁଡ଼ିକର ସମସ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୨ ତାରିଖ ସୁଦ୍ଧା ୭.୫ ମିଟର ଚଉଡା ଥିବା ୧୫ରୁ ୨୫ କି.ମି. ପର୍ଯ୍ୟନ୍ତ ରାସ୍ତାକୁ ଚିହ୍ନଟ କରି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଯନ୍ତ୍ରୀମାନେ ଓଡ଼ିଶା ରିମୋଟ ସେନ୍‌ସିଂ ଆପ୍ଲିକେଶନ ସେଣ୍ଟର(ଓରସାକ)ର ସହାୟତା ନେବାକୁ କୁହାଯାଇଛି। ସେହି ୩ଟି ରାସ୍ତାରୁ ଜିଲାପାଳ ଗୋଟିଏ ରାସ୍ତାକୁ ଚୂଡ଼ାନ୍ତ କରିବେ। ଜିଲାପାଳମାନେ ସେହି ପ୍ରସ୍ତାବକୁ ସରକାରଙ୍କ ନିକଟକୁ ପଠାଇବେ। ସରକାରଙ୍କ ଅନୁମୋଦନ ପରେ ଏ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।