BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଓଡ଼ିଆ ଝିଅଙ୍କ କମାଲ।

ଭୁବନେଶ୍ୱର,୨।୪ (ବ୍ୟୁରୋ): ଜାତୀୟ ସ୍ତରରେ ଆଉଜଣେ ଓଡ଼ିଆ ଝିଅ ନିଜର ପ୍ରତିଭା ଦେଖାଇଛନ୍ତି। ‘ଇଣ୍ଡିଆ ନେକ୍ସଟ ଟପ୍‌ ମଡେଲ’ ପ୍ରତିଯୋଗିତାରେ ଭୁବନେଶ୍ୱରର ଝିଅ ସୋନାଲୀ ସାହୁ ଦ୍ୱିତୀୟ ରନର୍ସ ଅପ୍‌ ଟାଇଟଲ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ନୂଆଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ବିଭିନ୍ନ ରାଜ୍ୟରୁ ଆସିଥିବା ୩୫ଜଣ ମଡେଲଙ୍କୁ ପଛରେ ପକାଇ ସେ ଏହି ସ୍ଥାନରେ ପହଞ୍ଚତ୍ଛନ୍ତି। ଗତ ଜାନୁୟାରୀ ୩୧ରେ ଓଡ଼ିଶା ଫ୍ୟାଶନ ଭିଲ୍ଲା ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମଡ଼େଲ ପ୍ରତିଯୋଗିତା ମିସ୍‌ ଓଡ଼ିଶା ୟୁନିଭର୍ସ ଇଣ୍ଡିଆରେ ଭାଗ ନେଇ ୨ୟ ସ୍ଥାନ ଅଧିକାର କରି ଏହି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣର ସୁଯୋଗ ପାଇଥିଲେ।
ଯୁବତୀ, ଯୁବକ ଓ ବିବାହିତ ମହିଳାଙ୍କୁ ମଡେଲିଂ କ୍ଷେତ୍ରରେ ପରିଚିତ କରାଇବା ପାଇଁ ଫ୍ୟାଶନ ଭିଲ୍ଲା ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଥିବା ଅନୁଷ୍ଠାନର ନିର୍ଦ୍ଦେଶକ ଅଭିଜିତ୍‌ ମହାନ୍ତି ସୂଚନା ଦେଇଛନ୍ତି।