ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଆମେରିକାରେ ଥିବା ସ୍ୱେଚ୍ଛାସେବୀ ଓଡିଆ ଅନୁଷ୍ଠାନ କାମ୍ସ ଚାରିଟି ପକ୍ଷରୁ ବିଶ୍ୱସ୍ତରୀୟ ସଂଗୀତ କାର୍ଯ୍ୟକ୍ରମ ରଙ୍ଗ ବରଷେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

କାମ୍ସ ଚାରିଟିର ପ୍ରତିଷ୍ଠାତ୍ରୀ ଅପରାଜିତା ପରିଡା ସ୍ୱାଇଁ (ଜୁଲି) ଏହି ଐତିହାସିକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଥିଲେ କାମ୍ସ ଚାରିଟି ପୃଥିବୀର କୋଣ ଅନୁକୋଣରେ ଥିବା ଓଡିଆ କଳାକାରମାନଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ପ୍ରଚେଷ୍ଟା ଜାରି ରଖିଛି । ବିଶେଷକରି ଓଡିଶାରେ ଅବହେଳିତ, ଅସହାୟ ଅବସ୍ଥାରେ ରହିଥିବା କଳାକାରଙ୍କୁ ପ୍ରତ୍ସୋହନ ଦେବା ସହିତ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଇ ଦେବାରେ ସାହାଯ୍ୟ ସହଯୋଗ କରି ଅତ୍ୟାବଶ୍ୟକ ଅର୍ଥରାଶି ପ୍ରଦାନ କରିଆସୁଛି । ପୃଥିବୀର ବିଭିନ୍ନ ଦେଶରେ କାମସ ଚାରିଟିର ଆମ୍ବାସଡର ମାନେ ଓଡ଼ିଶାର ଲୋକକଳାକୁ ପୃଥିବୀରେ ଜନାଦୃତ କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।

ଏହି ସଂଗୀତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୋକିଆ ବେଲ୍ ଲ୍ୟାବ୍ର ମୁଖ୍ୟ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ତଥା ୱାର୍ଲ୍ଡ ହିନ୍ଦୁ କାଉନ୍ସିଲ୍ ଅଫ୍ ଆମେରିକାର ଚେୟାରମ୍ୟାନ୍ ଡକ୍ଟର ଅଭୟ ଆସ୍ଥାନା କହିଥିଲେ ଭାରତ ସର୍ବଦା ଏହାର ସମୃଦ୍ଧ ସଂସ୍କୃତି, ପରମ୍ପରା, ସହିତ ଓ କଳା ପାଇଁ ସମଗ୍ର ପୃଥିବୀରେ ପ୍ରସିଦ୍ଧ ଲାଭ କରିଛି । ଭାରତର ଲୋକ କଳା ବହୁ ସୁନ୍ଦର ଓ ମନଛୁଆଁ । ଭାରତରେ ଲୋପ ପାଇଯାଉଥିବା ଲୋକକଳା ଓ କଳାକାରଙ୍କୁ ପ୍ରତ୍ସୋହିତ କରୁଥିବା ଓ ସଂଘର୍ଷ କରୁଥିବା କଳାକାରଙ୍କୁ ସହଯୋଗ କରୁଥିବା କାମ୍ସ ଚାରିଟି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।

ମୁଖ୍ୟ ବକ୍ତା ଭାବରେ ବ୍ରିଟେନ ମଞ୍ଚଷ୍ଟରର ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ରାଜୀନ୍ଦର ସିଂ ପାଲାର ଇତିହାସ ବଖାଣିବା ସହିତ ପାଲା ଓ ଦାସକାଠିଆ କଳାକାରଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପ୍ଲେ ବ୍ୟାକ୍ ସିଙ୍ଗର ସସ୍ମିତା ଓ ସଂଗ୍ରାମଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ସଂଗୀତ କାର୍ଯ୍ୟକ୍ରମ ରଙ୍ଗ ବରଷେ । ଯେଉଁଥିରେ ଥିଲା ବଲିଉଡ୍ ଓ ଓଲିଉଡ୍ର ମନଛୁଆଁ ଗୀତ । ଯାହାକୁ ୨୦ ଟି ଦେଶରେ ରହୁଥିବା ଭାରତୀୟ ମାନେ ବିଭିନ୍ନ ସୋସିଆଲ ମିଡିଆରେ ମନଭରି ଉପଭୋଗ କରିଥିଲେ। ଆମେରିକା ପ୍ରବାସୀ ପ୍ରମୋଦ ମହାପାତ୍ର ବଂଶୀବାଦନ କରି ସମସ୍ତଙ୍କ ମନମୋହି ନେଇଥିଲା ।

ଓଡିଶା ସୋସାଇଟ୍ ଅଫ୍ ଆମେରିକା (ଓଏସ୍ଏ)ର ସଭାପତି କୁଲୁ ଦାସ ଓଡିଶାରେ ମରିଯାଇଥିବା କଳାରୂପକୁ ଓ କଳାକାରଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ କହିଥିଲେ । ଶେଷରେ ଶ୍ରୀଯୁକ୍ତ ସଞ୍ଜିବ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାମ୍ସ ଚାରିଟିର ଆମ୍ବାସଡର ନେଦରଲାରୁ ଅଭିନେତା ଦିପକ ପରିଡା, ଦୁବାଇରୁ ଡାକ୍ତର ମାନସ ପ୍ରଧାନ, ବାହାରିନରୁ ସୁବାଷ ସାହୁ, ଓଡିଶାରୁ ଅଵିନାଶ ପ୍ରଧାନ, ଆୟାଲାଣ୍ଡରୁ ମଧୁସ୍ମିତା ବାରିକ, ସିଙ୍ଗାପୁରରୁ ଲଗ୍ନଜିତ୍ ପନାୟକ, ଅଷ୍ଟ୍ରେଲିଆରୁ ବିଘ୍ନରାଜ ମହାନ୍ତି ଓ ଥାଇଲାଣ୍ଡରୁ ଡାକ୍ତର ଆଦ୍ରିସ ପ୍ରମୁଖ ପରିଚାଳନା କରିଥିଲାବେଳେ ରୀତାଞ୍ଜଳି ପଟ୍ଟନାୟକ, ମଳୟ ବିଶ୍ବାଳ,ସୁରେଶ ବାଳଚନ୍ଦନ ଓ ସମରେନ୍ଦ୍ର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ପୃଥିବୀର ବିଭିନ୍ନ ଦେଶରେ ବସବାସ କରୁଥିବା ଓଡିଆମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।
BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର