BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜମ୍ମୁରୁ ସୁରକ୍ଷିତ ଫେରିଲେ ଓଡିଆ ଛାତ୍ରଛାତ୍ରୀ ; ବଖାଣିଲେ ଗୁଳିମାଡର କାହାଣୀ

ଭୁବନେଶ୍ୱର: ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରାଗଲାପରେ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଜାମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀମାନେ ଆଜି ଓଡ଼ିଶାକୁ ଫେରିଛନ୍ତି।

ଓଡ଼ିଆ ଛାତ୍ରଛାତ୍ରୀମାନେ ଜାମ୍ମୁରୁ ଆସି ଭୁବନେଶ୍ୱର ରେଳଷ୍ଟେସନ୍‌ ଠାରେ ପହଂଚିବାପରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ଓ ପରିବହନ ବିଭାଗରେ କାର୍ଯ୍ୟରତ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ, ପାନୀୟଜଳ ଆଦି ଯୋଗାଇ ଦିଆଯିବା ସହିତ ସେମାନେ ଯେପରି ନିଜନିଜ ଘରେ ସୁରକ୍ଷିତ ଭାବରେ ପହଂଚିପାରିବେ ତାହାର ବନ୍ଦୋବସ୍ତ ମଧ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ, ଜାମ୍ମୁରୁ ଫେରି ଆସୁଥିବା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ, ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହିତ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ଛାତ୍ରଛାତ୍ରୀ ଏବଂ ତାଙ୍କ ପରିବାରବର୍ଗ ନିମ୍ନଲିଖିତ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ।

(କ) ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କାର୍ଯ୍ୟକାରୀ ହୋଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ- ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧)
(ଖ) ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ କାର୍ଯ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)

ସେହିପରି  ବାଲେଶ୍ବରକୁ  ଫେରିଆସିଛନ୍ତି ଛାତ୍ର ଛାତ୍ରୀ  । ଜମ୍ମୁରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ଫେରାଇ ଆଣିଛନ୍ତି । ସୀମାରେ ଯୁଦ୍ଧ ଭୟ ଘାରିଥିବାରୁ ଅଭିଭାବକମାନେ ତା ପୂର୍ବରୁ ପିଲାଙ୍କୁ ଫେରାଇଆଣିଛନ୍ତି । ଜମ୍ମୁର ସଂସ୍କୃତ ବିଶ୍ବବିଦ୍ୟାଳୟରୁ ୩ ଛାତ୍ରୀ ଫେରି ଆସିଛନ୍ତି ।

ଉତ୍ତରାଖଣ୍ଡରୁ ମଧ୍ୟ ଫେରିଛନ୍ତି ୧୫ରୁ ଅଧିକ ଛାତ୍ରଛାତ୍ରୀ । ସୀମାରେ ଯୁଦ୍ଧ ସ୍ଥିତି ଲାଗିରହିଥିବାରୁ ନିଜ ପିଲାଙ୍କୁ ନେଇଆସିଛନ୍ତି ଅଭିଭାବକ । ଡେରାଡୁନର ଡୁନ ସ୍କୁଲ, ୱେଲମ ସ୍କୁଲ ଓ ମସୁରୀ ଇଣ୍ଟରନ୍ୟାସନଲ ସ୍କୁଲରୁ ଫେରିଲେ ଓଡିଶାର ଛାତ୍ରଛାତ୍ରୀ । ଡେରାଡୁନରେ ସ୍ଥିତି ଖରାପ ହୋଇନଥିଲେ ବି ଅଭିଭାବକଙ୍କୁ ଯୁଦ୍ଧର ଭୟ ଘାରିଥିଲା । ସେଥିପାଇଁ ସମୟ ବିଳମ୍ବ ନକରି ନିଜ ପିଲାଙ୍କୁ ଓଡ଼ିଶା ନେଇଆସିଛନ୍ତି ।

ଭାରତ – ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଲଗାତାର ୪ ଦିନ ହେଲା ଯୁଦ୍ଧ ବିରତି ଉଲଂଘନ କରି ଭାରତ ସୀମାବର୍ତ୍ତୀ ଇଲାକାରେ ଗୁଳିମାଡ ଜାରି ରଖିଛି । ଏହାସହ ଡ୍ରୋନ ଆକ୍ରମଣ ମଧ୍ୟ କରୁଛି । କେବଳ ଏତିକି ନୁହେଁ ଫାଇଟର ଜେଟରେ ମଧ୍ୟ ପାକିସ୍ତାନ ଭାରତର ଆକାଶପଥରେ ଅନୁପ୍ରବେଶ କରିଥିବା କହିଛନ୍ତି ସେନାଧିକାରୀ ସୋଫିଆ କ୍ୟୁରେସି । ରାଜୌରୀରେ ପାକ୍ ଗୁଳିମାଡରେ ସାଧାରଣ ନାଗରିକଙ୍କୁ ଜୀବନ ଯାଉଛି । ଏଭଳି ସ୍ଥିତିରେ ସୀମାବର୍ତ୍ତୀ ରାଜ୍ୟର ଶିକ୍ଷାନୁଷ୍ଠାନରେ ରହି ପଢୁଥିବା ପିଲାମାନେ ନିଜ ନିଜ ଘରକୁ ଫେରିଆସିଛନ୍ତି ।