ଭୁବନେଶ୍ୱର : ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ ୩ର ସପ୍ତମ ଶ୍ରେଣୀ ଛାତ୍ର ସତ୍ୟମ ବିଷୋୟୀ ପଞ୍ଜାବ ଫୁଗୱାଡ଼ାରେ ଅନୁଷ୍ଠିତ ୫୪ ତମ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନ୍ୟାସନାଲ ସ୍ପୋର୍ଟ୍ ମିଟ୍ ୨୦୨୫ରେ ବନ୍ଧୁକ ଚାଳନାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୧୦ ମିଟର୍ ପିପ୍ ସାଇଟ୍ ଏୟାର ରାଇଫଲ୍ ଇଭେଣ୍ଟ୍ରେ ମାଷ୍ଟର ସତ୍ୟମ ୧୪ ବର୍ଷରୁ କମ୍ ବିଭାଗରେ ମୋଟ ୩୭୯ ପଏଣ୍ଟ ହାସଲ କରି କାଂସ୍ୟ ପଦକ ଅର୍ଜନ କରିଛନ୍ତି। ତାଙ୍କୁ ପଦକ ସହିତ ପାଞ୍ଚ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l ପଞ୍ଜାବ ଫୁଗବlଡl ଲଭଲି ପ୍ରଫେସନlଲ ୟୁନିଭରସିଟିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ତାଙ୍କର ଏହି ସଫଳତା ସାରା ଓଡ଼ିଶାକୁ ଗୌରବାନ୍ବିତ କରିଛି।
ଏଥି ସହ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ବର ରିଜିଅନ, ଓଡ଼ିଶାକୁ ପ୍ରଥମ ଥର ଲାଗି ବନ୍ଧୁକ ଚାଳନାରେ କାଂସ୍ୟ ପଦକ ମିଳିଛି। କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଖୁସିର ଲହରୀ ଖେଳି ଯାଇଛି l ସତ୍ୟମ ବିଷୋୟୀ ରାଜଧାନୀ ଏକ୍ସପ୍ରେସରେ ଫେରିଲା ପରେ ବିଭିନ୍ନ ସଂଗଠନ ତରଫରୁ ତାଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l
“ଦୂରଦର୍ଶୀ” ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ, ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ମହାସଚିବ ଅଶୋକ ପାଇକରାୟ ଭୁବନେଶ୍ୱର ରେଳ ଷ୍ଟେସନରେ ତାଙ୍କୁ ପୁଷ୍ପଗୁଛ ଓ଼ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ l ସତ୍ୟମ ଆଗକୁ ଆହୁରି ଅଧିକ ପ୍ରସ୍ତୁତି କରି ରାଜ୍ୟ ପାଇଁ ସ୍ଵର୍ଣ ପଦକ ଆଣିବେ ବୋଲି ପ୍ରକାଶ କରିଛନ୍ତି