ଭୁବନେଶ୍ୱର: ଭିଏସଏସ ନଗର ଗଡ଼଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ଓଡ଼ିଆ ନବବର୍ଷ ଓ ପବିତ୍ର ମହାବିଷୁବ ସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଏହି ବର୍ଷ ବଣିକ ସଂଘ ସଭାପତି ଲକ୍ଷ୍ମଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବଣିକ ସଂଘର ସମସ୍ତ ସଭ୍ୟ ଯୋଗଦାନ କରିଥିଲେ।
ଓଡ଼ିଆର ପରମ୍ପରା ଏବଂ ସଂସ୍କୃତି ଉପରେ ନିଖିଳ ଓଡ଼ିଆ ପାଇକ ମହାସଂଘ ସଭାପତି ଅଶୋକ କୁମାର ପାଲଟାସିଂହ ଅଭିଭାଷଣ ରଖିଥିଲେ। ହନୁମାନ ଜୟନ୍ତୀ, ପଣା ଉତ୍ସବ ଓ ଓଡ଼ିଆ ସଂସ୍କୃତି ମହାନତା ବିଶ୍ୱବିଦିତ ବୋଲି ଶ୍ରୀ ପାଲଟାସିଂହ ପ୍ରକାଶ କରିଥିଲେ। ଏହି ପଣା ଉତ୍ସବରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ।
ବଣିକ ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଦୀପକ କୁମାର ବାରିକ, ଗୋଲକ ଚନ୍ଦ୍ର ପଲେଇ, ଉତ୍ତମ କୁମାର ମହାନ୍ତି, ବୁଲେଇ ସାହୁ, ପ୍ରତାପ ମଣ୍ଡଳ, କାର୍ତ୍ତିକ ପଣ୍ଡା, ରଣିଜ କୁମାର ସାହୁ, ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ପାଞ୍ଚ ହଜାର ଲୋକଙ୍କ ପାଇଁ ପଣାର ବନ୍ଦୋବସ୍ତ କରାଯାଇଥିଲା।