BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଛୁଆ ବର୍ଗ(ଓବିସି) ଗଣନା ସ୍ଥଗିତ।

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ଲାଗି ହେବାକୁ ଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟକୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓଏସ୍‌ସିବିସି) ସ୍ଥଗିତ ଘୋଷଣା କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ମେ’ ପହିଲାରୁ ହେବାକୁ ଥିଲା। ଏହା ମେ’ ୨୦ ତାରିଖ ଯାଏ ଚାଲିବା ସହ ଜୁନ୍‌ ୧୧ ସୁଦ୍ଧା ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇଥାଆନ୍ତା। ତେବେ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବାରୁ କମିଶନ ମେ’ ପହିଲାରୁ ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କମିଶନଙ୍କ ମେମ୍ବର ସେକ୍ରେଟାରୀ ଭି.ଭି. ଯାଦବ କହିଛନ୍ତି। ସଂଶୋଧିତ ସର୍ଭେ କାର୍ଯ୍ୟସୂଚୀ ବିଷୟରେ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଫେବୃୟାରୀରେ ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ ପାଇଁ ଓଏସ୍‌ସିବିସି ଗଠନ କରିଥିଲେ।ଏହାର ଅଧ୍ୟକ୍ଷ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଥିବାବେଳେ ନଭନୀତା ରଥ, ମିତାଲି ଚିନ୍ନାରା ଏବଂ ପ୍ରସନ୍ନ କୁମାର ପାତ୍ର ସଦସ୍ୟ ରହିଛନ୍ତି। ରାଜ୍ୟ ସରକାର ୧୯୯୩ରେ ଓବିସି କମିଶନ ଗଠନ କରିଥିଲେ। ତେବେ ପ୍ରଥମ କାର୍ଯ୍ୟକାଳ ପରେ ଏହା ଅକାମୀ ହୋଇପଡ଼ିଥିଲା।