BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ରାଜ୍ୟ ସରକାର ଶନିବାର ୯ ଓଏଏସ୍‌ ଅଫିସରଙ୍କ ବଦଳି କରିଛନ୍ତି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ଅନୁଯାୟୀ, ବରିଷ୍ଠ ଓଏଏସ୍‌ ମନୋରଞ୍ଜନ ମଲ୍ଲିକଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ସେଠାରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେହିପରି କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଶ୍ରୀଧର ନାୟକଙ୍କୁ ରାଜ୍ୟ ସୂଚନା କମିଶନ ସଚିବ ଭାବେ ବଦଳି କରାଯାଇଥିବାବେଳେ ଢେଙ୍କାନାଳ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତିଙ୍କୁ ଭଦ୍ରକ ଅତିରିକ୍ତ ଜିଲାପାଳ, ଧରିତ୍ରୀ ମିଶ୍ରଙ୍କୁ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ୍‌ର ପ୍ରଶାସନିକ ଅଫିସର ଓ ଭୁବନେଶ୍ୱର ବିଡିଓ ରମେଶ ଚନ୍ଦ୍ର ସେଠୀଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ବାଇତୁରା ଦୀପଙ୍କୁ ଅନୁଗୋଳ ଉପଜିଲାପାଳ ଓ ସରୋଜ କୁମାର ବେହେରାଙ୍କୁ ସ୍ବାସ୍ଥ୍ୟ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି। ଅନୁଗୋଳ ଡିଆରଡିଏ ପିଡି (ପ୍ରଶାସନ) ସୁଶାନ୍ତ କୁମାର ପତିଙ୍କୁ ପାଲଲହଡ଼ା ଉପଜିଲାପାଳ ଭାବେ ବଦଳି କରାଯାଇଛି।

ଦୀର୍ଘବର୍ଷ ଧରି ପ୍ରସ୍ତାବିତ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ଆଜି ଓଏଏସ୍‌ ଅଧିକାରୀ ସରୋଜ କୁମାର ବେହେରାଙ୍କୁ ପ୍ରଶାସନିକ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି। ୨୦୦୫ରୁ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବାବେଳେ ଗତବର୍ଷ ସେପ୍ଟେମ୍ବରରେ ଏହାକୁ ବିଧାନସଭାର ଅନୁମୋଦନ ମିଳିଥିଲା।