BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୂଆପଡା ଉପନିର୍ବାଚନ-୨୦୨୫ : ଶାନ୍ତିଶୃଙ୍ଖଳାର ସହିତ ଶେଷ ହେଲା ଭୋଟ ଗଣତି, କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ୭୧–ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା, ପାରଦର୍ଶୀ ଓ ସ୍ୱଚ୍ଛତାର ସହିତ ସମ୍ପନ୍ନ ହୋଇଛି । ନିର୍ଦ୍ଧାରିତ ୨୯ ରାଉଣ୍ଡ (ଇଭିଏମ ଏବଂ ପୋଷ୍ଟାଲ ବାଲାଟ) ଗଣତି ଶେଷ ପରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ମୋଟ ୧,୨୩,୮୬୯ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି ।

ଭୋଟଗଣନା ଶାନ୍ତିଶୃଙ୍ଖଳା ଏବଂ ବାଧାବିଘ୍ନ ବିନା ସମ୍ପୂର୍ଣ୍ଣ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଶ୍ରୀ ଆର୍. ଏସ୍. ଗୋପାଳନ (ଭା.ପ୍ର.ସେ)ସମସ୍ତ ପର୍ଯ୍ୟବେକ୍ଷକ, ଜ଼ିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଙ୍ଗ ଅଫିସର ସମେତ ଗଣତିରେ ନିୟୋଜିତ ଅଧିକାରୀ/କର୍ମଚାରୀ ଓ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ପୋଲିସ ଅଧିକାରୀ/କର୍ମଚାରୀଙ୍କ ନିଷ୍ଠାପର ଓ ପାରଦର୍ଶୀ ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ମଧ୍ୟ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ମତଦାତାଙ୍କୁ ସମସ୍ତ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।