BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଏନଟିଏର ନାମ ଲେଖା ପାଇଁ ନୂଆ ଗାଇଡଲାଇନ

ଭୁବନେଶ୍ୱର : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏନ୍‌ଆଇଟି, ଆଇଆଇଆଇଟି ଏବଂ ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ଗାଇଡ୍‌ଲାଇନ ଆଣିଛି। ନୂଆ ନିୟମାନୁସାରେ, ଦ୍ବାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିଥିଲେ ନାମଲେଖା ପାଇଁ ଅନୁମତି ମିଳିବ। ଏହାଛଡ଼ା ଦ୍ବାଦଶ ପରୀକ୍ଷାରେ ଟପ୍‌ ୨୦ରେ ରହିଥିବା ଛାତ୍ରୀଛାତ୍ର ମଧ୍ୟ ନାମ ଲେଖାଇପାରିବେ। ଏନ୍‌ଆଇଟି, ଆଇଆଇଆଇଟି ଏବଂ ସିଏଫ୍‌ଟିଆଇରେ ନାମଲେଖା ମାନଦଣ୍ଡରେ ପରିବର୍ତ୍ତନ ଲାଗି ଦୀର୍ଘଦିନ ଧରି ଦାବି ହେଉଥିବାବେଳେ ଏନ୍‌ଟିଏ ଏଥିରେ ସଂଶୋଧନ କରିଛି। ଜେଇଇ ମେନ୍‌ ର଼୍ୟାଙ୍କ ଆଧାରରେ ନାମ ଲେଖାଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ଯୋଗ୍ୟତା ଭିତ୍ତିକ ସର୍ତ୍ତ ରଖାଯାଇଛି। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଦ୍ବାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ହୋଇଥିବାବେଳେ ଅନୁସୂଚିତ ଜାତି/ଜନଜାତି ପିଲାଙ୍କ ପାଇଁ ଏହା ୬୫ ପ୍ରତିଶତ ରହିଛି। ଯଦି କୌଣସି ଛାତ୍ରୀଛାତ୍ର ଜେଇଇ(ମେନ୍‌)-୨୦୨୩ ସେସନ-୧ ପାଇଁ ଆବେଦନବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଫୋନ୍‌ ନଂ.୦୧୧-୪୦୭୫୯୦୦୦/୦୧୧-୬୯୨୨୭୭୦୦ କିମ୍ବା jeemain@nta.ac.in ଇମେଲ ଆଇଡି ଜରିଆରେ ଯୋଗାଯୋଗ କରିପାରିବେ ବୋଲି ଏନ୍‌ଟିଏ କହିଛି।