BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍କଳ ବିଶ୍ଵବିଦ୍ୟାଳୟରେ NSS ‘ଦିଗଦର୍ଶନ’: ସମାଜ ଗଠନ ଓ ନିଶାମୁକ୍ତ ଅଭିଯାନରେ ସାମିଲ ହେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ପୁରୁଷ ଓ ମହିଳା ଶାଖା ଜାତୀୟ ସେବା ଯୋଜନା (ଏନଏସଏସ) ପକ୍ଷରୁ ଦିଗଦର୍ଶନ କାର୍ଯ୍ୟକ୍ରମ ପରିଷଦ ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନାରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥଲେ ଏବଂ ଏନଏସଏସ ସ୍ବେଚ୍ଛାସେବୀଙ୍କୁ ସମାଜ ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବରେ ପ୍ରଫେସର ବ୍ରଜ ନାରାୟଣ ପାତ୍ର, ଏନଏସଏସ ସଂଯୋଜକ, ଉତ୍କଳ ବିଶ୍ଵବିଦ୍ୟାଳୟ, ସମାଜରେ ସ୍ବେଚ୍ଛାସେବୀଙ୍କ ସେବା ଉପରେ ମାର୍ଗଦର୍ଶନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଓୟୁଏଟି ଭୁବନେଶ୍ବର ଏନଏସଏସ ତାଲିମ ଶିକ୍ଷାନୁଷ୍ଠାନର ସହାୟକ ସଂଯୋଜକ ଶ୍ରୀ ନିରଦ ବରଣ ଖୁଣ୍ଟିଆ ନିଜର ଉପାଦେୟ ବକ୍ତବ୍ୟ ପ୍ରଦାନରେ ସ୍ବେଚ୍ଛାସେବୀ ମାନଙ୍କୁ ସେବା ପାଇଁ କିପରି ମନଯୋଗୀ ହେବେ ସେ ଉପରେ ପ୍ରେରଣା ଦେଇଥିଲେ।

ଏହା ପରେ କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଶ୍ରୀ ସତ୍ୟଶ୍ରୀ ସୋମ୍ୟକାନ୍ତ ମହାପାତ୍ର, ପ୍ରତିଷ୍ଠାତା ସଭାପତି, ଅହିଂସା ବିଚାର ଫାଉଣ୍ଡେସନ ସମାଜସେବା ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ସମସ୍ତଙ୍କୁ ଯୁବ ସମାଜର ଉପାଦେୟ ଉପରେ ବିଭିନ୍ନ ଉଦାହରଣ ପ୍ରଦାନ କରିଥିଲେ। ଏହାର ଦ୍ୱିତୀୟ ଭାଗରେ ବିଶିଷ୍ଟ ସମାଜସେବୀ, ଲେଖକ ଏବଂ ବିଭିନ୍ନ ସମ୍ମାନରେ ସମ୍ମାନିତ ଡଃ ମହମ୍ମଦ ଅଲ୍ଲୀ ଖାନ ‘ନିଶା ମୁକ୍ତ ଭାରତ ଅଭିଯାନ’ ଉପରେ ସ୍ଵେଚ୍ଛାସବୀଙ୍କୁ ଧ୍ୟାନ ଆକର୍ଷଣ କରି ଏହାର କୁପ୍ରଭାବରୁ କେମିତି ଦୂରେଇ ହେବ ଏବଂ ସମାଜକୁ ଏହା କବଳରୁ କିପରି ରକ୍ଷା କରି ହେବ, ତାହା ଉପରେ ଏକ ଦୀର୍ଘ ଆଲୋଚନା କରିଥିଲେ।

ପ୍ରାରମ୍ଭରେ ଏନ୍ଏସଏସ ପ୍ରୋଗ୍ରାମ ଅଫିସର (ପୁରୁଷ) ଡଃ ଶାନ୍ତି ସ୍ଵରୂପ ସାହୁ ଅତିଥି ପରିଚୟ ଦେବା ସହ ଯୁବକ ଏବଂ ସମାଜ ମଧ୍ୟରେ ସମ୍ବନ୍ଧ ଉପରେ ଆଲୋକପାତ କରିଥିଲେ। ଶେଷରେ ଏନ୍ଏସଏସ ପ୍ରୋଗ୍ରାମ ଅଫିସର (ମହିଳା) ଡଃ କବିତା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏନ୍ଏସଏସ ଉତ୍କଳ ବିଶ୍ଵବିଦ୍ୟାଳୟ ବ୍ୟୁରୋର କର୍ମଚାରୀ ପ୍ରଶାନ୍ତ ମହାରଣା, ଅନ୍ୟାନ୍ୟ କର୍ମଚାରୀ, ସ୍ନାତକୋତ୍ତର ପରିଷଦର କର୍ମଚାରୀ ଗଣ ଏବଂ ବିଭିନ୍ନ ବିଭାଗର ସ୍ଵେଚ୍ଛାସବୀ ଅଗ୍ରଣୀ ଭାବରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ।