BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୃତ୍ୟ ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ନୃତ୍ୟ ଭିିତ୍ତିକ ଅନୁଷ୍ଠାନ ନୃତ୍ୟ ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ କାଭିୟର ଛକ ସ୍ଥିତ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଲକ୍ଷ୍ମୀକାନ୍ତ ପାଳିତ୍ ଉଦ୍‌ଘାଟନ କରିବା ସହ କହିଥିଲେ ବ୍ୟସ୍ତ ବହୁଳ ମଣିଷର ଅବସାଦ ମୋଇବାର ପ୍ରମୁଖ ଭୂମିକା ନେଇଛି ନାଚ ଗୀତ । ଛାତ୍ରଛାତ୍ରୀ ମାନେ ପାଠ ପଢିବା ସହିତ ନାଚ ଗୀତ ଅଭ୍ୟାସ କରି ସୁନାମ ଅର୍ଜନ କରିପାରିବେ । ଏଥିପାଇଁ ନିଷ୍ଠା, ଏକାଗ୍ରତା, ଗୁରୁଭକ୍ତି ଆବଶ୍ୟକ । ଅଭିଭାବକ ମାନେ ପିଲା ମାନଙ୍କୁ ସୁଯୋଗ ଦେବା ଦରକାର । ଉତ୍କୃଷ୍ଟ କଳାର ଦେଶ ଭାବରେ ଆମ ଓଡିଶା ସାରା ପୃଥିବୀରେ ଓଡିଶୀ ନୃତ୍ୟ ପାଇଁ ପ୍ରସିଦ୍ଧ ଲାଭ କରିଛି । ଏହାହିଁ ବିଶିଷ୍ଟ ଗୁରୁ ଓ ଅନୁଷ୍ଠାନ ପାଇଁ ସମ୍ଭବ ହୋଇପାରିଛି । ସମ୍ମାନୀତ ଅତିଥି ଭାବେ ନଳିନୀ ଦେବୀ ମହିଳା ମହାବିଦ୍ୟାଳୟର ପ୍ରଫେସର୍ ଶରତ କୁମାର କଣ୍ଠ,ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ ଦାସ, ଆଇନଜୀବୀ ମନମୋହନ ପଟ୍ଟନାୟକ, ଓଡିଶୀ ନୃତ୍ୟଗୁରୁ ଶ୍ରୀରୂପା ଘୋଷ ପ୍ରମୁଖ ଯୋଗଦେଇ ଗୁରୁଶିଷ୍ୟ ପରମ୍ପରା ଜନ ମାନସରେ ଉଜ୍ଜୀବୀତ ରହିଛି ଓ ରହିବ ଏବଂ ଜଣେ ସଫଳ କଳାକାର ପାଇଁ ଗୁରୁଭକ୍ତି ଓ ନିଷ୍ଠା ନିହାତି ଆବଶ୍ୟକ ବୋଲି କହିବା ସହିତ ନୃତ୍ୟ ମନ୍ଦିରର ଶିକ୍ଷାଦାନ ପଦ୍ଧତିକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଗୁରୁ ବିମ୍ବାଧର ଦାସଙ୍କୁ ପଦ୍ମଶ୍ରୀ ମିନତି ମିଶ୍ର ପ୍ରତିଭା ସମ୍ମାନ, ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସଙ୍କୁ ଗୁରୁ ଘନଶ୍ୟାମ ପଣ୍ଡା ସମ୍ମାନ, ଡଃ ଚନ୍ଦନା ରାଉଳଙ୍କୁ ଡଃ ବିଦ୍ୟୁତ କୁମାରୀ ଚୌଧୁରୀ ପ୍ରତିଭା ସମ୍ମାନ ଓ ଶିଶୁ ସାହିତ୍ୟିକ ଶରତ ଚନ୍ଦ୍ର ନାୟକଙ୍କୁ ଗୋବିନ୍ଦ ଚନ୍ଦ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଜ୍ଞାନାନନ୍ଦ ସାଗର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଡଃ ଦୀଲ୍ଲିପ କର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗୁରୁଶ୍ରୀ ଦେବବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ନୃତ୍ୟ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ଦେଶାତ୍ମବୋଧକ ନୃତ୍ୟ ଓ ଏକକ ସଙ୍ଗୀତ ପରିବେଶଣ କରାଯାଇଥିଲା