BREAKING
‘ଯୁଧିଷ୍ଠିର ଥିଏଟର’ର ଦ୍ୱିତୀୟ ବାର୍ଷିକ ନାଟ୍ୟୋତ୍ସବରେ ମଞ୍ଚସ୍ଥ ହେଲା ‘ଶୁକ ଶାରୀ କଥା’ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର

ବିଶ୍ୱବିଦ୍ୟାଳୟ ଓ କଲେଜରେ ପିଜି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ: ଫେବୃଆରୀ ୨୭ରୁ ଆବେଦନ ଆରମ୍ଭ, ଏପ୍ରିଲ ୨୭ରୁ ମେ ୧୦ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନଙ୍କୁ Common PG Entrance Test (CPET) ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ପଡ଼ିବ।

CPET ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବୃଆରୀ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୧୫ ତାରିଖ ପର୍ଯ୍ୟନ୍ତ ସାମ୍‌ସ (SAMS) ପୋର୍ଟାଲକୁ ଯାଇ Common Application Form (CAF) ପୂରଣ କରିପାରିବେ। ଏପ୍ରିଲ ମାସ ୨୭ ତାରିଖରୁ ମେ’ ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। CPET ପ୍ରବେଶିକା ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ। ଏଥିସହ ଜୁଲାଇ ୧୦, ୨୦୨୬ ରିଖ ସୁଦ୍ଧା ସମସ୍ତ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସଠିକ ସମୟରେ
ସ୍ନାତକୋତ୍ତର ପାଠ୍ୟକ୍ରମର ପାଠପଢ଼ା ସମାପ୍ତ ହେବା ସହ ସଠିକ ସମୟରେ ପରୀକ୍ଷା କରାଯାଇ ଫଳାଫଳ ମଧ୍ୟ ଘୋଷଣା କରାଯାଇପାରିବ, ଯାହାଦ୍ୱାରା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର (PG) ନାମଲେଖା ନିମନ୍ତେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ପ୍ରକ୍ରିୟା ସାମ୍‌ସ (SAMS) ପୋର୍ଟାଲ୍ ମାଧ୍ୟମରେ ପରିଚାଳିତ ହେବ ଏବଂ ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (CPET-2026) ଆଧାରରେ ପ୍ରାର୍ଥୀ ଚୟନ କରାଯିବ ଆଗ୍ରହୀ ପ୍ରାର୍ଥୀମାନେ ଫେବୃଆରୀ ୨୭ ତାରିଖ ପୂର୍ବାହ୍ନ ୧୧ଟାରୁ ମାର୍ଚ୍ଚ ୧୫ ତାରିଖ ରାତି ୧୧:୪୫ ମଧ୍ୟରେ ଅନଲାଇନ୍ ମାଧ୍ୟମରେ କମନ୍ ଆପ୍ଲିକେସନ୍ ଫର୍ମ (CAF) ପୂରଣ କରିପାରିବେ ଜଣେ ଆବେଦନକାରୀ ସର୍ବାଧିକ ୩ଟି ପ୍ରବେଶିକା ବିଷୟ ଏବଂ ୫ଟି ପିଜି ବିଷୟ ପାଇଁ ଆବେଦନ କରିବାର ସୁଯୋଗ ପାଇବେ, ଯେଉଁଥିପାଇଁ ସ୍ନାତକ ସ୍ତରରେ ସମ୍ପୃକ୍ତ ବିଷୟରେ ଅତିକମରେ ୨୪ କ୍ରେଡିଟ୍ ଥିବା ଆବଶ୍ୟକ ସ୍ନାତକ ପରୀକ୍ଷା ଦେଇ ଫଳାଫଳକୁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀମାନେ ଏପ୍ରିଲ ୨୩ ତାରିଖରୁ ନିଜର ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ ଏବଂ ପ୍ରବେଶିକା ପରୀକ୍ଷା ଏପ୍ରିଲ ୨୭ରୁ ମେ ୧୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ପରୀକ୍ଷା ପରେ ମେ ୧୧ ତାରିଖରେ ପ୍ରୋଭିଜନାଲ୍ ଆନସର୍ କି’ ପ୍ରକାଶ ପାଇବ ଏବଂ ଏଥିପାଇଁ ଯଦି କେହି ଆପତ୍ତି ଦର୍ଶାଇବାକୁ ଚାହାଁନ୍ତି, ତେବେ ମେ ୧୨ରୁ ୧୪ ତାରିଖ ମଧ୍ୟରେ ପ୍ରତି ପ୍ରଶ୍ନ ପାଇଁ ୨୦୦ ଟଙ୍କା ଦେୟ ଦେଇ ଆବେଦନ କରିପାରିବେ ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବା ପାଇଁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବେ, ସେମାନେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ଏଥିସହିତ, ସ୍କଲାରସିପ୍ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଜର ବାସସ୍ଥାନ, ଆୟ ଏବଂ ଜାତିଗତ ପ୍ରମାଣପତ୍ର ଆବେଦନ ସମୟରେ ଅପଲୋଡ୍ କରିବା ବାଧ୍ୟତାମୂଳକ

ଆବେଦନ ପ୍ରକ୍ରିୟା ଓ ସମୟସୀମା:

ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମ୍‌ସ ପୋର୍ଟାଲ୍ (www.samsodisha.gov.in) ପରିଦର୍ଶନ କରି ଅନଲାଇନ୍ ମାଧ୍ୟମରେ କମନ୍ ଆପ୍ଲିକେସନ୍ ଫର୍ମ (CAF) ପୂରଣ କରିପାରିବେ

  • ଅନଲାଇନ୍ ଆବେଦନ ଆରମ୍ଭ: ୨୭ ଫେବୃଆରୀ ୨୦୨୬ (ପୂର୍ବାହ୍ନ ୧୧ଟା)

  • ଆବେଦନର ଶେଷ ତାରିଖ: ୧୫ ମାର୍ଚ୍ଚ ୨୦୨୬ (ରାତି ୧୧:୪୫)

  • ତ୍ରୁଟି ସଂଶୋଧନ (Editing): ୧୬ ମାର୍ଚ୍ଚ ୨୦୨୬

ପରୀକ୍ଷା ସୂଚୀ:

  • ଆଡମିଟ୍ କାର୍ଡ ଉପଲବ୍ଧ: ୨୩ ଏପ୍ରିଲ ୨୦୨୬ରୁ SSB ଓଡ଼ିଶା ୱେବସାଇଟରୁ ଡାଉନଲୋଡ୍ କରିହେବ

  • ପ୍ରବେଶିକା ପରୀକ୍ଷା (CPET): ୨୭ ଏପ୍ରିଲରୁ ୧୦ ମେ ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ

  • ପ୍ରୋଭିଜନାଲ୍ ଆନସର୍ କି’: ୧୧ ମେ ୨୦୨୬ରେ ପ୍ରକାଶ ପାଇବ

ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା:

୧. ଯୋଗ୍ୟତା: ଆବେଦନକାରୀ ଜଣେ UGC ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କିମ୍ବା ସମତୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ଯେଉଁମାନଙ୍କର ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ, ସେମାନେ ମଧ୍ୟ ଆବେଦନ କରିପାରିବେ

୨. ବିଷୟ ଚୟନ: ଜଣେ ଆବେଦନକାରୀ ସର୍ବାଧିକ ୦୩ଟି ପ୍ରବେଶିକା ବିଷୟ ଏବଂ ୦୫ଟି ପିଜି ବିଷୟ ପାଇଁ ଆବେଦନ କରିପାରିବେ

୩. କ୍ରେଡିଟ୍ ସର୍ତ୍ତ: ସ୍ନାତକ ସ୍ତରରେ ସମ୍ପୃକ୍ତ ବିଷୟରେ ଅତିକମରେ ୨୪ କ୍ରେଡିଟ୍ ଥିବା ପ୍ରାର୍ଥୀ ହିଁ ଆବେଦନ ପାଇଁ ଯୋଗ୍ୟ ବିବେଚିତ ହେବେ

୪. ପ୍ରମାଣପତ୍ର: ବୃତ୍ତି (Scholarship) ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆବେଦନ ସମୟରେ ବାସସ୍ଥାନ, ଆୟ ଏବଂ ଜାତିଗତ ପ୍ରମାଣପତ୍ର ଅପଲୋଡ୍ କରିବା ବାଧ୍ୟତାମୂଳକ

୫. ନିୟମାବଳୀ: ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ପର୍ଯ୍ୟାୟ ନାମଲେଖାରେ ଭାଗ ନେଇପାରିବେ ନାହିଁ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପ୍ରାର୍ଥୀଙ୍କୁ ଗ୍ରାଜୁଏସନ୍ ସାର୍ଟିଫିକେଟ୍ ଦାଖଲ ପାଇଁ ୨ ମାସ ସମୟ ମିଳିବ

୬. ଅଧିକ ସୂଚନା ପାଇଁ ସାମ୍ସ ହେଲ୍ପଲାଇନ ନମ୍ବର ୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦ ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି