BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଉତ୍ତର ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ପଟିଆ ବିଗ ବଜ଼ାର ସମ୍ମୁଖ ପେଟ୍ରୋଲ ପମ୍ପ ଠାରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ୮ କୋଟି ତାଙ୍କ ବ୍ୟୟ ଅଟକଳରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ମାନ୍ୟବର ବିଧାୟକ ଭୁବନେଶ୍ୱର ଉତ୍ତର ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ କରକମଳରେ ଶୁଭ ଉଦଘାଟିତ
ହୋଇଯାଇଛି | ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କର ଆଶା ଆଜି ପୁରଣ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ସାଧୁବାଦ ଜ୍ଞାପନ କରିଛନ୍ତି | ସେହିପରି ବିଧାୟକଙ୍କ ଦ୍ୱାରା କଲ୍ୟାଣପୁର ପଂଚାୟତର ଗଣ୍ଡରପୁର ହାଇସ୍କୁଲ ଛକ ଠାରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ବ୍ରିଜର ଭିତ୍ତି ପ୍ରସ୍ତର ସ୍ଥାପନ ସହିତ ଇଂଜନା ହାଇସ୍କୁଲର ଏକ ସାଇକଲ ଷ୍ଟାଣ୍ଡର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ବରିଷ୍ଠ ମୁରବି ନୃସିଂହ ରାଉତ , ବିଷ୍ଣୁ ପାତ୍ର ,ନୃସିଂହ ଖାଡଙ୍ଗା , ଗୋପୀନାଥ ଦାସ, ବସନ୍ତ ରଥ, କୈଳାଶ ରାଉତ , ରାଜେନ୍ଦ୍ର ସ୍ୱାଇଁ, ଧନୁର୍ଦ୍ଧର ସ୍ୱାଇଁ , ପୁର୍ବତନ କର୍ପୋରେଟର ଜୟନ୍ତୀ ଜେନା, ଯୁବନେତା ମିହିର ରାଉତ, ଚିତ୍ତରଞ୍ଜନ ପାତ୍ର, ହିମାଂଶୁ ଶେଖର ଦାସ , ତ୍ରୈଲୋକ୍ୟ ରାଉତ , ଜିତେନ୍ଦ୍ର ନାଥ ରାୟ, ତ୍ରୈଲୋକ୍ୟ ପରିଡା, ଲଛମନ ରାଉତ, ସନ୍ତୋଷ ନାଥ, ସୁଶାନ୍ତ ପରିଡା , ରଞ୍ଜନ ରାଉତ , ନିର୍ମଳ ରାଉତ , ବ୍ରଜ କିଶୋର ସ୍ୱାଇଁ, ବସନ୍ତ ସାସମଲ , ମାଧବ ରାଉତ, ଛାତ୍ର ସଭାପତି ସୁବାସ ସାହୁଙ୍କ ସହିତ ପାଞ୍ଚ ପଂଚାୟତର ବହୁ ବରିଷ୍ଠ ମୁରବି ଓ ମହିଳା ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ |