BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ପଟିଆରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ।

ଭୁବନେଶ୍ଵର : ପବିତ୍ର ଗାନ୍ଧୀ ଜୟନ୍ତୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ରୁ ନଭେମ୍ବର ୨ ଏକ ମାସ ଧରି ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ସମାଜସେବା କାର୍ଯ୍ୟକ୍ରମ ଏବଂ ରକ୍ତଦାନ ଭଳି ଶିବିର କରାଯିବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଛି । ଆଜି ଉଭର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି ଏମ ସି, ୱାର୍ଡ ନ ୧ ଓ ୨ ମିଳିତ ଅନୁକୁଲ୍ୟରେ ଓଡିଶା ମୋ ପରିବାର ସହଯୋଗରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର ନିର୍ଦ୍ଦେଶ କ୍ରମେ ଯୁବନେତା ଶ୍ରୀଯୁକ୍ତ ମିହିର ରାଉତ ଏବଂ ହିମାଂଶୁ ଶେଖର ଦାସଙ୍କ ନେତୃତ୍ବରେ ପାଟିଆ ସ୍ଥିତ ଡ଼ଲଫିନ ଗାର୍ଡେନ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୦୦ ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସ°ଗୃହୀତ ହୋଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ଅମର ପଟ୍ଟନାୟକ, ଶ୍ରୀଯୁକ୍ତ ସସ୍ମିତ ପାତ୍ର , ସାଂସଦ ଶ୍ରୀଯୁକ୍ତ ସୁବାସ ସିଂହ, ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ମାନ୍ୟବର ବିଧାୟକ ପ୍ରିୟବ୍ରତ ରାଉତରାୟ , ଓଡିଶା ମୋ ପରିବାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୂପ ପଟ୍ଟନାୟକ, ଅଭିନେତା ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ସୁବାସ ଚନ୍ଦ୍ର ପାତ୍ର, ଯୁବନେତା ଅମରେଶ ଜେନା , ରଞ୍ଜିତ ମହାପାତ୍ର, କୁନ ବିହାରୀ ଦାସ, ଦୁର୍ଗା ସାମନ୍ତରାୟ, ଓଡ଼ିଶା ମୋ ପରିବାର ସଂଯୋଜକ ପ୍ରକାଶ ତ୍ରିପାଠୀ, ରୁଦ୍ର ସାମନ୍ତରାୟ, ସମରେନ୍ଦ୍ର ସାହୁଙ୍କ ସମେତ ଭୁବନେଶ୍ଵରର ସମସ୍ତ ପୂର୍ବତନ କର୍ପୋରେଟର ଏବଂ ବରିଷ୍ଠ ନାଗରିକ ଓ ମା ମାନେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଆଗାମୀ ଦିନରେ ଜନସେବା ସହିତ ଉତ୍ତର ଭୁବନେଶ୍ବରର ସମସ୍ତ ୱାର୍ଡରେ ଏଭଳି ରକ୍ତଦାନ ଶିବିର ରହିବ ବୋଲି ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ।