BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମୂଷା ଖିଆ ଅଟାରେ ପ୍ରସ୍ତୁତ ହେଉଥିଲା ନୁଡୁଲ୍ସ: ଜୟପୁରରେ କାରଖାନା ଉପରେ ଚଢ଼ଉ, ୬୦ ହଜାର ଜରିମାନା

ଜୟପୁର : ସହରବାସୀଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ଏକ ଅସାଧୁ ନୁଡୁଲ୍ସ କାରଖାନା ଉପରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସହର ଉପକଣ୍ଠ ତେଲିଗୁଡ଼ା ଅଞ୍ଚଳରେ ଚାଲିଥିବା ଏକ କାରଖାନାରେ ମୂଷା ଖାଇ ଅଇଁଠା କରିଥିବା ଅଟାରେ ନୁଡୁଲ୍ସ ପ୍ରସ୍ତୁତ କରାଯାଉଥିବା ଖବର ପାଇ ଖାଦ୍ୟ ସୁରକ୍ଷା ବିଭାଗ ସେଠାରେ ଅତର୍କିତ ଚଢ଼ଉ କରିଛି। ଏହି ଅଭିଯାନ ପରେ କାରଖାନା ମାଲିକଙ୍କ ଉପରେ ୬୦ ହଜାର ଟଙ୍କାର ଜରିମାନା ଲଗାଯିବା ସହ ଲ୍ୟାବ୍ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସମସ୍ତ ବିକ୍ରିବଟା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗୀୟ ସୂଚନା ଅନୁଯାୟୀ, ତେଲିଗୁଡ଼ାର ଏକ ଘରେ ‘ଏମଏସବି ଫୁଡ୍ ପ୍ରଡକ୍ଟସ’ ନାମରେ ଏହି ନୁଡୁଲ୍ସ କାରଖାନାଟି ଚାଲିଥିଲା। ଯାଞ୍ଚ ସମୟରେ କାରଖାନାର କୌଣସି ବୈଧ ଲାଇସେନ୍ସ ମିଳିନଥିଲା କି ପ୍ୟାକେଟ ଉପରେ କୌଣସି ଠିକଣା ଉଲ୍ଲେଖ ନଥିଲା। ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ମୂଷା ଖାଇଯାଇଥିବା ଅଟାକୁ ବ୍ୟବହାର କରି ନୁଡୁଲ୍ସ ପ୍ରସ୍ତୁତ କରାଯାଇ ସ୍ଥାନୀୟ ହୋଟେଲ ଓ ଫାଷ୍ଟଫୁଡ୍ ସେଣ୍ଟରଗୁଡ଼ିକୁ ଯୋଗାଇ ଦିଆଯାଉଥିଲା। ଚଢ଼ଉ ବେଳେ ଖାଦ୍ୟ ସାମଗ୍ରୀଗୁଡ଼ିକ ଅପରିଷ୍କାର ଭାବେ ଚଟାଣରେ ଗଦା ହୋଇଥିବା ଦେଖିବାକୁ ମିଳିଥିବା ବେଳେ କର୍ମଚାରୀଙ୍କ ପାଖରେ ଆବଶ୍ୟକ ସ୍ୱାସ୍ଥ୍ୟ ପ୍ରମାଣପତ୍ର ମଧ୍ୟ ନଥିଲା।

ଏହି ଅବସରରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପଙ୍କଜିନୀ ବେଉରିଆଙ୍କ ନେତୃତ୍ୱରେ ଗଠିତ ଟିମ୍ ସହରର ଅନ୍ୟ କେତେକ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଯାଞ୍ଚ କରିଥିଲେ। ରେଲୱେ ଷ୍ଟେସନ ନିକଟସ୍ଥ ଓମଫେଡ୍ କାରଖାନା ପରିସର ଅପରିଷ୍କାର ଥିବାରୁ ସେଠାରେ ସଫେଇ ପ୍ରତି ଦୃଷ୍ଟି ଦେବାକୁ ତାଗିଦ କରାଯାଇଛି। ସେହିପରି କୁମ୍ଭାରସାହି ବାଇପାସ୍‌ର ଏକ ଚର୍ଚ୍ଚିତ ହୋଟେଲରୁ ବାସି ଖାଦ୍ୟ ଠାବ କରାଯାଇ ତାହାକୁ ନଷ୍ଟ କରାଯିବା ସହ ମାଲିକଙ୍କୁ ଚେତାବନୀ ଦିଆଯାଇଥିଲା। ଅନ୍ୟପକ୍ଷରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲରେ ଜଳ ପରୀକ୍ଷା ରିପୋର୍ଟ ନଥିବା ବେଳେ ଏକ ହୋଲସେଲ ଦୋକାନରୁ ଅବଧି ସରିଥିବା ଥଣ୍ଡା ପାନୀୟ ଓ ଓଆରଏସ ଜବତ ହୋଇଛି।

ଶେଷରେ ରଜାନଅର ଛକ ନିକଟରେ ଥିବା ଏକ ଅଣ୍ଡା ଦୋକାନରେ ଯାଞ୍ଚ କରାଯାଇଥିଲା, ଯେଉଁଠାରେ ଖାଦ୍ୟ ଲାଇସେନ୍ସ ନଥିବା ଜଣାପଡ଼ିଥିଲା। ଏହି ସମସ୍ତ ପ୍ରତିଷ୍ଠାନକୁ ବିଭାଗୀୟ ନୋଟିସ ଜାରି କରାଯାଇଥିବା ବେଳେ ପ୍ରଶାସନର ଏହି କଡ଼ା ଆଭିମୁଖ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି। ଏହି ଚଢ଼ଉରେ ଭେଷଜ ନିରୀକ୍ଷକ, ପୋଲିସ ଓ ଖାଦ୍ୟ ସୁରକ୍ଷା ବିଭାଗର ବହୁ କର୍ମଚାରୀ ସାମିଲ ହୋଇଥିଲେ।