BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ବିହାର ନିର୍ବାଚନ ଏବଂ ୮ ଉପ-ନିର୍ବାଚନରେ ଇ.ଭି.ଏମ୍ ତଥ୍ୟ ନଷ୍ଟ ହେବା କିମ୍ବା ମାଇକ୍ରୋ-କଣ୍ଟ୍ରୋଲର ଯାଞ୍ଚ ପାଇଁ ଆସିନାହିଁ କୌଣସି ଆବେଦନ

ଭୁବନେଶ୍ୱର: କିଛି ଦିନ ତଳେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନ (୨୪୩ ନିର୍ବାଚନ ମଣ୍ଡଳୀ) ଏବଂ ୮ ଟି ସ୍ଥାନରେ ହୋଇଥିବା ଉପ-ନିର୍ବାଚନରେ କୌଣସି ପରାଜିତ ପ୍ରାର୍ଥୀଙ୍କ ଠାରୁ ଇ.ଭି.ଏମ୍ ତଥ୍ୟ ନଷ୍ଟ ହେବା କିମ୍ବା ମାଇକ୍ରୋ-କଣ୍ଟ୍ରୋଲର ଯାଞ୍ଚ ପାଇଁ କୌଣସି ଆବେଦନ ଆସିନାହିଁ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ୧୭ ଜୁନ୍, ୨୦୨୫ ରେ ଜାରି କରାଯାଇଥିବା ଭୋଟ ଗଣନା କାର୍ଯ୍ୟପଦ୍ଧତିର ମାନଦଣ୍ଡ ଅନୁଯାଇ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କ ପଛରେ ଥିବା ୨ କିମ୍ବା ୩ କ୍ରମାଙ୍କନରେ ଥିବା ପ୍ରାର୍ଥୀମାନେ, ଫଳାଫଳ ଘୋଷଣାର ୭ ଦିନ ମଧ୍ୟରେ ଇ.ଭି.ଏମ୍ ତଥ୍ୟ ନଷ୍ଟ ହେବା କିମ୍ବା ମାଇକ୍ରୋ-କଣ୍ଟ୍ରୋଲରର ଯାଞ୍ଚ ପାଇଁ ଆବେଦନ କରିପାରିବେ । ଏହା ଭାରତ ନିର୍ବାଚନ ଆୟୋଗର (ECI) ବିହାର ବିଧାନସଭା ନିର୍ବାଚନ, ୨୦୨୫ ଏବଂ ୮ ଉପ-ନିର୍ବାଚନର ସଫଳତାକୁ ପ୍ରମାଣିତ କରୁଛି ।

ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ, ଅନିର୍ଦ୍ଧିଷ୍ଟ ଭାବରେ ଚୟନ କରାଯାଇଥିବା ୫ଟି ମତଦାନ କେନ୍ଦ୍ର (ମୋଟ ୧,୨୧୫ ମତଦାନ କେନ୍ଦ୍ର) ର ଭି.ଭି.ପାଟ୍ ସ୍ଲିପ୍‌ଗୁଡ଼ିକର ବାଧ୍ୟତାମୂଳକ ଭାବରେ ଯାଞ୍ଚ କରାଯାଇଥିଲା ଏବଂ କୌଣସି ସ୍ଥାନରେ ଇ.ଭି.ଏମ୍ ଗଣନା ସହିତ ତାରତମ୍ୟ ମିଳିନାହିଁ ।

ସେହିପରି, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ରେ କୌଣସି ଭୋଟରଙ୍କୁ ଭୁଲ ଭାବରେ ଅନ୍ତର୍ଭୁକ୍ତ କିମ୍ବା ବାଦ ଦେବା ବିରୁଦ୍ଧରେ, ବିହାରର ୩୮ଟି ଜିଲ୍ଲାର କୌଣସି ଭୋଟର କିମ୍ବା ୧୨ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ଆବେଦନ ଆସିନାହିଁ । ୨,୬୧୬ ପ୍ରାର୍ଥୀ କିମ୍ବା ୧୨ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ପୁନଃ ନିର୍ବାଚନ ପାଇଁ ମଧ୍ୟ କୌଣସି ଅନୁରୋଧ ଆସିନାହିଁ ।
ପ୍ରଥମ ଥର ପାଇଁ, ନିର୍ବାଚନ ଫଳାଫଳ ଘୋଷଣାର ୭୨ ଘଣ୍ଟା ମଧ୍ୟରେ ବିହାର ନିର୍ବାଚନ ଏବଂ ୮ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଇଣ୍ଡେକ୍ସ-କାର୍ଡ ଉପଲବ୍ଧ କରାଯାଇଥିଲା ।

ଏହା ସହିତ, ବିହାର ନିର୍ବାଚନ ସମାପ୍ତ ହେବାର ପାଞ୍ଚ ଦିନ ମଧ୍ୟରେ ସାଂଖିକ ରିପୋର୍ଟଗୁଡ଼ିକର ସେଟ୍ ସାର୍ବଜନୀନ କରାଯାଇଥିଲା, ଯାହା ଦ୍ୱାରା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରାଯାଇଥିଲା ଏବଂ ଶିକ୍ଷାବିତ୍, ଗବେଷକ ଏବଂ ସାଧାରଣ ଜନସାଧାରଣଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ପାଇଁ ନିର୍ବାଚନ ସମ୍ବନ୍ଧୀୟ ତଥ୍ୟର ଉପଲବ୍ଧତା ସୁନିଶ୍ଚିତ କରାଯାଇଥିଲା ।