BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନିଶିଗନ୍ଧା ସାହିତ୍ୟ ସ°ସଦ ପକ୍ଷରୁ କବୟିତ୍ରୀ ସସ୍ମିତା ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ଖୋର୍ଦ୍ଧା,୭/୫(ଓଡ଼ିଆ ନ୍ୟୁଜ): ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ/ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ସଂସଦର ସଭାପତି ଡ଼ଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ୱରେ ତଥା ସଂସଦର ପ୍ରତିଷ୍ଠାତା ବଳରାମ ତରାଇଙ୍କ ପରିଚାଳନାରେ ଭର୍ଚୁଏଲ୍ ମୋଡ ଜରିଆରେ କରୋନାରେ ମୃତ୍ୟୁବରଣ କରିଥିବା ବିଶିଷ୍ଟ ସାହିତ୍ୟିକା ତଥା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା ୭ଟାରେ ଏକ ସ୍ମୃତିଚାରଣ ସଭାର ଆୟୋଜନ ହୋଇଥିଲା। ସ୍ବର୍ଗତ ସସ୍ମିତା ଆଜିର ସମାଜରେ ଜଣେ ଯୁବ ପ୍ରତିଭା ସମ୍ପନ୍ନା ମହିଳା ଥିଲେ। ସେ ଏକାଧାରରେ ଜଣେ କବୟିତ୍ରୀ ଓ ଆଦର୍ଶ ଶିକ୍ଷୟିତ୍ରୀ ଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ପରିଚାଳନା କରିଥିଲେ।

ଆରମ୍ଭରେ ସ୍ବର୍ଗତ ସସ୍ମିତାଙ୍କ ମହାନ୍ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପ୍ରଥମେ ସ୍ମୃତିଲିପିର ସମ୍ପାଦକ ଭୁବନ ମୋହନ ମହାନ୍ତି ସ୍ମୃତିଚାରଣ କରି ଗଭୀର ଶୋକ ପ୍ରକାଶ କରିଥିଲେ। ଏହାପରେ ଅଂଶଗ୍ରହଣ କରିଥିବା ନିଶିଗନ୍ଧା ପରିବାରର ସମସ୍ତ ସାରସ୍ଵତ ସାଧକ ସାଧିକାମାନେ ନିଜର ନିଜର ଅଶ୍ରୁଳ ଭାବଗର୍ଭକ ମତବ୍ୟକ୍ତ କରି ସ୍ବର୍ଗତ ସସ୍ମିତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରଙ୍କ ସୁସ୍ଥ ନିରାମୟ ଜୀବନ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଦୁର୍ଭାଗ୍ୟର ବିଷୟ ଯେ ସସ୍ମିତାଙ୍କ ଦଶ ବର୍ଷର ଝିଅ ଓ ତାଙ୍କ ମାତା ପିତା ବି ଏବେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ସେମାନେ ଏଭଳି ଏକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଭଗବାନ ତାଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ସମସ୍ତେ ସମବେତ ଭାବରେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ନିଶିଗନ୍ଧା ପରିବାରର ସାରସ୍ଵତ ସାଧକ ମୁରାରି ପ୍ରସାଦ ପଶାୟତ, କରୁଣାକର ମଲ୍ଲିକ, ଅମୂଲ୍ୟ ନାୟକ, ଚିତ୍ତରଞ୍ଜନ ନନ୍ଦ, ତ୍ରିନାଥ ପଟ୍ଟନାୟକ, ପ୍ରେମାନନ୍ଦ କୁସୁମ, ଗୋଦାବରୀ ଦାସ, ବୃନ୍ଦାବନ ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ଦାସ, ଡ଼ଃ ସୁଧାମୟୀ ବେଉରା, ଚନ୍ଦ୍ରଭାନୁ ବେହେରା, ନୀଳାଦ୍ରି ନାଥ ଜଗଦେବ ତଥା ସାରସ୍ବତ ସାଧିକା ପୁଷ୍ପିତା ଭୋଇ, ଅର୍ଚ୍ଚନା ଦାସ, ରିତା ପାଟଯୋଷିଙ୍କ ସମେତ ବହୁ ସଂଖ୍ୟାରେ କବି କବୟିତ୍ରୀ ଯୋଗ ଦେଇ ସାହିତ୍ୟିକା ତଥା ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ଜୀବନୀ ଓ ସ୍ମୃତିଚାରଣ କରିଥିଲେ।