BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଜାତୀୟ ସ୍ତରରେ ଓଡିଶାର କଳା ପ୍ରଦର୍ଶିତ

ଭୁବନେଶ୍ୱର, : ଗୁଜରାଟର ଗାନ୍ଧୀନଗର ହେଲିପ୍ୟାଡ ପ୍ରଦର୍ଶନୀ ସେଣ୍ଟରରେ ବିସା ଇଣ୍ଟରନ୍ୟାସନାଲ ଓ ଆଇଭା ବିୟୁଟି ଏକାଡେମୀ ପକ୍ଷରୁ ଦୁଇଦିନିଆ ହେୟାର ଷ୍ଟାଇଲ ଓ ମେକାପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ବହୁ ଖ୍ୟାତିସଂପନ୍ନ ହେୟାର ଷ୍ଟାଇଲିଷ୍ଟ ଓ ମେକାପ କଳାକାର ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରେ ରୁଷିଆର ଜର୍ଜ କିଟ୍ , ଭାରତର ରିଚା ଦେବ୍ ଓ ପାୟଲ ପଟେଲ, ଶ୍ୟାମ ଭାଟିଆ, ଉଦୟ ଟକକେ ଥିଲେ।
ସମଗ୍ର ଓଡ଼ିଶାରୁ ନିଶାସ୍ ସାଲୁନ ଓ ବିୟୁଟି ଏକାଡେମୀର ୨ ଜଣ ଟ୍ରେନର ହେୟାର ଷ୍ଟାଇଲିଷ୍ଟ ସୁଶ୍ରୀ ଗୋସ୍ବାମୀ ଓ ମେକାପ କଳାକାର ମଦିହା ଜମାଲ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରି ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ। ଏହି ଅବସରରେ ଦୁଇ ଜଣଙ୍କୁ ସ°ସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜି ସେମାନେ ଫେରିବା ପରେ ନିଶାସ ସାଲୁନ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ନିଶାସ ସାଲୁନର ମୁଖ୍ୟ ନିଶା ଅଲ୍ଲୀ ଯୋଗଦେଇ କହିଥିଲେ କଟକ ଓ ଭୁବନେଶ୍ୱରରେ ନିଶାସ ସାଲୁନ ଦୀର୍ଘ ୨୦ ବର୍ଷ ହେଲା କାମକରି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛି। ଆଜି ଆମେ ଗର୍ବ ଅନୁଭବ କରୁଛୁ। ଆମର ଦୁଇଜଣ ଟ୍ରେନର ଜାତୀୟ ସ୍ତରରେ ନିଜର ସୁନାମ କରିବା ସହିତ ଓଡ଼ିଶାର ଗୈାରବ ବଢାଇଛନ୍ତି। ସୁଶ୍ରୀ ଗୋସ୍ବାମୀ ଦିଲ୍ଲୀରେ ଦୁଇ ଦୁଇଥର ସ୍ବର୍ଣ୍ଣ ପଦକ ଜିତି ଆମ ସାଲୁନ ଓ ଏକାଡେମୀର ମର୍ଯ୍ୟାଦା ବଢାଇଛନ୍ତି। ସେମାନଙ୍କ ତତ୍ବାବଧାନରେ ଶିକ୍ଷା ଗ୍ରହଣ କରୁଥିବା ଆମ ଏକାଡେମୀ ର ଛାତ୍ରଛାତ୍ରୀ ଦେଶ ବିଦେଶରେ ନିଶ୍ଚୟ କୃତିତ୍ୱ ହାସଲ କରିବେ। ଏଥି ସହିତ ୨୦୧୨ରୁ ବିୟୁଟିସିଆନ ମାନଙ୍କ ଦକ୍ଷତା ବିକାଶ ପାଇଁ ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା କରି ଆସୁଥିବା ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ।