BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୟାପଲ୍ଲୀ ଯୋଗ ଜିଲ୍ଲାର ବାର୍ଷିକ ଉତ୍ସବ, ଯୋଗଭ୍ୟାସ ସହିତ ପରିବେଶ ସୁରକ୍ଷାର ସଚେତନା ବାର୍ତ୍ତା

ଭୁବନେଶ୍ବର : ନୟାପଲ୍ଲୀ ଯୋଗ ଜିଲ୍ଲାର ଏନ୍-୩ ବିଡିଏ ପାର୍କର ନବମ ବାର୍ଷିକ ଉତ୍ସବ ଯୋଗଭ୍ୟାସ ସହିତ ପରିବେଶ ସୁରକ୍ଷାର ସଚେତନା ବାର୍ତ୍ତାକୁ ନେଇ ଏକ ନିଆରା ଢଙ୍ଗ ରେ ପାଳନ କରାଯାଇଥିଲା। ପ୍ରଥମ ଥର ପାଇଁ ପ୍ରଦୀପ ପ୍ରଜ୍ବଳନ ବଦଳରେ ଫୁଲ ଗଛ ଟିଏ ଲଗାଯାଇ ଉତ୍ସବର ଉଦଘାଟନ କରାଯାଇଥିଲା। ସମସ୍ତ ଅତିଥିମାନଙ୍କୁ ଫୁଲ ତୋଡ଼ା ବଦଳରେ ଚାରା ପ୍ରଦାନ କରା ଯାଇଥିଲା। ଅଶ୍ଵସ୍ଥ ଗଛର ପତ୍ରରେ ନିମନ୍ତ୍ରଣ ପତ୍ର ଲେଖା ଯାଇଥିଲା ଓ ଅତିଥି ମାନଙ୍କୁ ଦେବଦାରୁ ପତ୍ର ରେ ତିଆରି ବ୍ୟାଚ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନ ର ଓଡିଶା ମୁଖ୍ୟ ସୁରେଶ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ପ୍ରାନ୍ତ ସଦସ୍ୟା ମଞ୍ଜୁଳା ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଥିଲେ। ମହାତ୍ମା ଗାନ୍ଧୀ ଯୋଗ ଜିଲ୍ଲାର ଜିଲ୍ଲା ପ୍ରଧାନ ହୣଷିକେଶ ନନ୍ଦ, ଜିଲ୍ଲା ମନ୍ତ୍ରୀ କେଦାରନାଥ ପାଢ଼ୀ, ନୟାପଲ୍ଲୀ ଯୋଗ ଜିଲ୍ଲାର ଜିଲ୍ଲା ପ୍ରଧାନ ପ୍ରଦୀପ୍ତ କୁମାର ମହାନ୍ତି, ଜିଲ୍ଲା ମନ୍ତ୍ରୀ ଜ୍ୟୋତିର୍ମୟ ରଥ ଓ ଜିଲ୍ଲା ସଂଗଠନ ମନ୍ତ୍ରୀ ଜୟଶ୍ରୀ ପଣ୍ଡା ଓ ଜିଲ୍ଲାର ଶତାଧିକ ସାଧକ ସାଧିକାମାନେ ଯୋଗ ଦେଇଥିଲେ।

ପୁଷ୍ପିତା ପଣ୍ଡା କ୍ଷେତ୍ର ମନ୍ତ୍ରୀ ଓ ପୁଷ୍ପିତା ଦାସ କେନ୍ଦ୍ର ପ୍ରମୁଖ ଓ ଅନ୍ୟ ସାଧିକାମାନେ ଯୋଗଭ୍ୟାସ କରାଇଥିଲେ।
ଶୁଭ୍ରସିମା ମହାନ୍ତି ଦକ୍ଷତାର ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ।