ନୀଳଗିରି ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ – ମୁଖ୍ୟମନ୍ତ୍ରୀ
-
ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ବର୍ଷବ୍ୟାପି ଜୟନ୍ତୀ
-
ନୀଳଗିରି ଠାରେ ଏକତା ପଦଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
-
ନୀଳଗିରି ଠାରୁ ମିତ୍ରପୁର ଯାଏଁ – ୯ କି. ମି. ଚାଲିଲେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀ
-
୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ଚାଲିଲେ ଛାତ୍ରଛାତ୍ରୀ
-
ଏକତା ପଦଯାତ୍ରା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ
ଭୁବନେଶ୍ୱର : ସାରା ଭାରତବର୍ଷରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ବର୍ଷ ପାଳନ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱରର ନୀଳଗିରି ଠାରେ ଏକତା ପଦଯାତ୍ରାର ଉଦଘାଟନ କରିଛନ୍ତି।
ଏହି ଅବସରରେ ନୀଳଗିରି ଠାରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ପଦ ଯାତ୍ରାରେ ସାହସ୍ରାଧିକ ଛାତ୍ରଛାତ୍ରୀ, ଯୁବବର୍ଗ, ଜନସାଧାରଣ ଓ ସରକାରୀ ଅଧିକାରୀମାନେ ଭାଗ ନେଇ ପ୍ରାୟ ୯ କି. ମି ବାଟ ପଦଯାତ୍ରା କରିଥିଲେ। ଏଥିସହିତ ଛାତ୍ରଛାତ୍ରୀ ମାନେ ୧୦୦ ଫୁଟ ବିଶିଷ୍ଟ ତ୍ରିରଙ୍ଗା ପତାକା ଧରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।
ପଦଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀଳଗିରିରେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପୋଲିସ ପଡ଼ିଆ ଠାରେ ଆୟୋଜିତ ସ୍ଵାଧୀନତା ସଂଗ୍ରାମ ରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର ପଟେଲଙ୍କ ଜୀବନୀ ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀକୁ ବୁଲି ଦେଖିଥିଲେ ।
ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ ସମୟରେ, ନୀଳଗିରିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ମିଳିଲା । ଏହି ଅବସରରେ ଏବଂ ମୁଁ ମହାପ୍ରଭୁଙ୍କ ନିକଟରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କଲି।
ଏହାସହ, ପୋଲିସ୍ ପଡ଼ିଆରେ ଆୟୋଜିତ 'ସ୍ୱାଧୀନତା ସଂଗ୍ରାମରେ ବାଲେଶ୍ୱର ଜିଲ୍ଲାର ଭୂମିକା ଏବଂ ସର୍ଦ୍ଦାର… pic.twitter.com/KldRvIBiPg
— Mohan Charan Majhi (@MohanMOdisha) November 13, 2025
ଏହି ଅବସରରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଏକତା ପଦଯାତ୍ରା କେବଳ ଏକ ସାଧାରଣ ପଦଯାତ୍ରା ନୁହେଁ, ଏହା ଭାରତୀୟତାର ପ୍ରତୀକ, ଦେଶକୁ ଏକ ରଖିବା ପାଇଁ ସାଧାରଣ ନାଗରିକଙ୍କ କର୍ତ୍ତବ୍ୟର ପ୍ରତୀକ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ମାଟିରେ ଆମେ ଛିଡା ହୋଇଛେ, ନୀଳଗିରି, ଏହା କେବଳ ଏକ ଭୌଗଳିକ ସ୍ଥାନ ନୁହେଁ, ଏହା ହେଉଛି ଜନଶକ୍ତି ଓ ଲୋକତନ୍ତ୍ରର ସ୍ପନ୍ଦନ। ନୀଳଗିରି ପ୍ରଜା ଆନ୍ଦୋଳନ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଏକ ଅଦ୍ଵିତୀୟ ଅଧ୍ୟାୟ, ଯାହା ଶୋଷଣ ବିରୋଧରେ, ଅନ୍ୟାୟ ବିରୋଧରେ, ଏବଂ ଅଧିକାର ପାଇଁ ପ୍ରଜାଙ୍କ ମିଳିତ ସ୍ୱରର “ଏକତା” ର ଗାଥା କୁହେ। ବ୍ରିଟିଶ ବିରୋଧୀ ଆନ୍ଦୋଳନର ପ୍ରଭାବରେ, ନୀଳଗିରିରେ ସ୍ଥାନୀୟ ଯୁବକ, କୃଷକ, ଶ୍ରମିକ, ଶିକ୍ଷିତ ଲୋକେ ଏକତାବଦ୍ଧ ହୋଇଥିଲେ ।
ନୀଳଗିରି ପ୍ରଜା ଆନ୍ଦୋଳନର ପରିଣାମ କେବଳ ରାଜ୍ୟ ଅଧିକାର ନୁହେଁ, ପ୍ରଜାଙ୍କ ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ଲୋକତନ୍ତ୍ରୀୟ ଚେତନାର ବିଜୟ ଥିଲା। ଏହି ଆନ୍ଦୋଳନ ପ୍ରମାଣ କରିଥିଲା ଯେ, ପ୍ରଜା ଯଦି ଏକତାବଦ୍ଧ ହୁଅନ୍ତି, କୌଣସି ଅତ୍ୟାଚାରୀ ଶକ୍ତି ତାଙ୍କୁ ଦମନ କରିପାରେନି। ଆଜିର ଏହି ଗଣ ପଦଯାତ୍ରା ଆମକୁ ସେହି “ଭିନ୍ନତାରେ ଏକତାର” ସନ୍ଦେଶ ଦେଉଛି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ। ଏହି ଏକତା ହେଉଛି ଆମର ଶକ୍ତି, ଆମର ପରିଚୟ ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ ଯେ, ଆମ ସରକାର ଆସିଲା ପରଠୁ, ଏହି ବିଷୟରେ ସଂପୂର୍ଣ୍ଣ ଭାବେ ସଚେତନ ଅଛନ୍ତି ଏବଂ ଯୁବ ବର୍ଗଙ୍କ କଲ୍ୟାଣ ପାଇଁ ନିଯୁକ୍ତି ଠାରୁ ଆରମ୍ଭ କରି ଶିକ୍ଷା, ଖେଳକୁଦ, କ୍ରିଏଟିଭିଟି ପାଇଁ ନୂତନ ସୁଯୋଗ ସରକାର କାର୍ଯ୍ୟକାରୀ କରୁଛନ୍ତି। ମାନନୀୟ ମୋଦୀ ଜୀଙ୍କ ମନ୍ତ୍ର, ଦେଶର ଚାରିବର୍ଗ ଅର୍ଥାତ୍ ‘କୃଷକ, ଗରିବ, ମହିଳା ଏବଂ ଯୁବା’ ଭିତରେ ଯୁବ ଗୋଷ୍ଠୀ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରନ୍ତି। ତେଣୁ ଆମ ସରକାର ବି ମୋଦୀ ଜୀଙ୍କର ଏହି ଭାବନାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ଯାହାସବୁ ସମ୍ଭବ, କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ କରୁଛନ୍ତି ମଧ୍ୟ। ଏହି ଅବସରରେ ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି — ଆମେ ସମସ୍ତେ ମିଳିମିଶି ସଂଘବଦ୍ଧ ହୋଇ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଓ ଭାରତ ଗଢ଼ିବାରେ ଲାଗି ପଡ଼ିବା।
ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ବାଲେଶ୍ୱର ନୀଳଗିରିଠାରେ 'ଏକତା ପଦଯାତ୍ରା' ରେ ଯୋଗ ଦେଲି ।
ନୀଳଗିରିରୁ ମିତ୍ରପୁର ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଶତାଧିକ ଛାତ୍ରଛାତ୍ରୀ, ଯୁବବର୍ଗ ଓ ଜନସାଧାରଣଙ୍କ ଏକତା ଓ ଦେଶପ୍ରେମ ଶକ୍ତିକୁ ସମ୍ମାନ ଜଣାଉଛି । ଏହି ଗଣ ପଦଯାତ୍ରାର ଏକତା… pic.twitter.com/yjLGbD3JWX
— Mohan Charan Majhi (@MohanMOdisha) November 13, 2025
ଏହି ପଦଯାତ୍ରା ଅବସରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ ଆଜିର ଯୁଗ ହେଉଛି ଶିକ୍ଷା ଓ ଜ୍ଞାନର ଯୁଗ। ଆମ ଯୁବ ସମାଜକୁ ଦେଶ ଗଢ଼ିବାରେ ନେତୃତ୍ୱ ଦେବାକୁ ଆଗେଇ ଆସିବା ଆବଶ୍ୟକ। ଆଜିର ଏକତା ପଦଯାତ୍ରା ସେହି ଯୁବସମାଜକୁ ଆଗେଇ ଆସିବାକୁ ଆହ୍ୱାନ।
ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ମଂଚାସୀନ ଥିଲେ। ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ସ୍ୱାଗତଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଧନ୍ୟବାଦ ଦେଇଥିଲେ।