BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ମା ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଏକ ସ୍ଥିତ ମା
ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଓ ୧୨ ତମ ବାର୍ଷିକ ଉତ୍ସବ କୋଭିଡ୍ ନିୟମ ଅନୁସାରେ ପାଳିତ ହୋଇଯାଇଛି ।


ବୁଧବାର ସକାଳ ସମୟରେ କଳସ ଯାତ୍ରା ପରେ ସୂର୍ଯ୍ୟ ପୂଜା ,ଘଟ,ନିମଜ୍ଜନ ,ମହାସ୍ନାନ,ଅଗ୍ନିସଂସ୍ଥାନ ଓ ଔପଚାରିକ ପୂଜା ଅନୁଷ୍ଠିତ ହୋଇଥିଲା । ଗୁରବାର ସକାଳୁ ଯଥା ବିଧି ଓ ଋତୀନୀତି ଅନୁସାରେ ମାଙ୍କ ଘଟ ସ୍ଥାପନ ପୂର୍ବକ ସୂର୍ଯ୍ୟପୂଜା,ଚଣ୍ଡିପାଠ ଦେବୀ ସିଂହାସନ ଆରୋହଣ,ସନ୍ଧ୍ୟା ଆଳତୀ,ପୂର୍ଣ୍ଣାହୂତି ଓ ଘଟମଣ୍ଡଳ ବିସର୍ଜନ କରାଯାଇଥିଲା ।


ଦୀର୍ଘ ଦିନ ଧରି ସେକ୍ଟର ୧ ଠାରେ ପୂଜା ପାଉଥିବା ମାଙ୍କର ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ଭକ୍ତ କୋଭିଡ୍ ନିୟମ ପାଳନ କରି ଦର୍ଶନ କରିବା ସହିତ ମାଙ୍କ ଆର୍ଶିବାଦ ଲାଭ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିନ୍‌ଦାସ କ୍ଲବ୍‌,ଚନ୍ଦ୍ରାଲୋକ ମାର୍କେଟ୍ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର
ବୁଦ୍ଧିଜୀବୀମାନେ ସାହାର୍ଯ୍ୟ ସହଯୋଗ କରିଥିଲେ।