BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ, ୧୦ ଜଣଙ୍କୁ ସୁରକ୍ଷା ଗୈାରବ ସମ୍ମାନ’

ଭୁବନେଶ୍ୱର : ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷା ପକ୍ଷରୁ ଗତକାଲି ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ’ ଆନୁଷ୍ଠାନିକ ଭାବେ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ଉଦ୍‌ଘାଟିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉବକୁ ଉଦ୍‌ଘାଟନ କରିବା ସଙ୍ଗେସଙ୍ଗେ ଉତ୍କଳୀୟ ସଂସ୍କୃତିର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ଏବଂ ଏହାର ମହାନତାକୁ ବଜାୟ ରଖିବା ହେଉଛି ପ୍ରତ୍ୟେକଙ୍କର ନୈତିକ ଦାୟିତ୍ୱ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବୋଇତ ବନ୍ଦାଣ କମିଟିର ସଭାନେତ୍ରୀ ତଥା ୱାର୍ଡ ନଂ ୧୪ର କର୍ପୋରେଟର ମୋନାଲିସା ସାହୁ, ରାଜ୍ୟ ବିଜେଡିର ସାଧାରଣ ସଂପାଦକ ସୁବାସ ଚନ୍ଦ୍ର ପାତ୍ର, ବମ୍ବେ ଓଡିଆ ଆସୋସିଏସନ୍‌ର ସଭାପତି ବିପିନ୍ ବିହାରୀ ମିଶ୍ର, କେୟାର ହସ୍‌ପିଟାଲ୍ ଆସୋସିଏଟ୍ ଉପସଭାପତି ଡଃ ଲୋକନାଥ ଦାସ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବୋଇତ ବନ୍ଦାଣ ଉବର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ବୋଇତ ବନ୍ଦାଣ କମିଟିର ଉପଦେଷ୍ଟା ସୁଧାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉବରେ କମିଟିର ସାଧାରଣ ସମ୍ପାଦକ କେଶବ ରଣା ପ୍ରାରମ୍ଭିକ ସୂଚନା ପ୍ରଦାନ ଦେଇଥିବା ବେଳେ ନିର୍ଦ୍ଦେଶିକା ମିଲି ରଣା ସ୍ୱାଗତ ଭାଷଣ ଦେଇଥିଲେ । ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରତିଷ୍ଠା ଅର୍ଜନ କରିଥିବା ୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷା ଗୈାରବ ସମ୍ମାନ ପ୍ରଦାନ କରାଯାଇଥିଲା ।
ସକାଳ ୪ ଘଟିକା ସମୟରୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ବୋଇତ ଭସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ କର୍ପୋରେଟର ମୋନାଲିସା ସାହୁ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ବୋଇତକୁ ଭସାଇ ଥିଲେ ।
ଏହି ଉବକୁ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ପଦ୍ମଲୋଚନ ସାହୁ, ରାଜେନ୍ଦ୍ର କୁମାର ମଲ୍ଲିକ, ବିଚିତ୍ରାନନ୍ଦ ରାଉତରାୟ, ଅମ୍ବିକା ପ୍ରସାଦ ପରିଡା, ଦେବ ଚୈାଧୁରୀ, ନଗେନ୍ଦ୍ର କୁମାର ଧଳ, ପ୍ରଦୀପ କୁମାର ଦ୍ୱିବେଦୀ, ପ୍ର୍ରଦୀପ କୁମାର ସାହୁ, ନିହାର ରଞ୍ଜନ ପରିଡା, ସୁବାଷିଶ ପନାୟକ, ଲକ୍ଷ୍ମୀଧର ସାହୁ, ସୁକାନ୍ତ ଗିରି, ବାଳକୃଷ୍ଣ ରାଉତ, ରବିନ୍ଦ୍ରନାଥ ପନାୟକ, ସୋମବ୍ରତ ସାହୁ, ଚିତ୍ତରଂଜନ ଦାସ, କୈଳାସ ଜେନା, ପ୍ରମୋଦ କିଶୋର ପରିଡା, ରୁନୁବାଳା ପ୍ରଧାନ, ମାଳବିକା ମିଶ୍ର ଓ ଦୁଷ୍ମନ୍ତ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।