BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ନୀଳାଦ୍ରି ବିହାରରେ ମିନି ପାର୍କର ଭିିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ଆଠ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ରାମ ମନ୍ଦିର ସମ୍ମୁଖରେ ଏକ ମିନି ପାର୍କର ଭିିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ୮ ନମ୍ବର ଓ୍ବାର୍ଡର କର୍ପୋରେଟର ଲାଲ ମୋହନ ଟୁଡୁ ଓ ଯୁବନେତା ତଥା ବିଜେଡି ସାଂଗଠନିକ ଜିଲ୍ଲା ସମ୍ପାଦକ ମନୋଜ ସାହୁ ଯୋଗଦେଇ ଭିିତ୍ତିପ୍ରସ୍ତରର ଶୁଭ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ରମେଶ ଚାନ୍ଦ, ନୃସିଂହ ମହାନ୍ତି, ଅମିତାଭ ମଲ୍ଲିକ, ସୁକାନ୍ତ ରାଉତ, ଚିତ୍ତରଞ୍ଜନ ଦାସ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଉପସ୍ଥିତ ଥିଲେ । ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ମିନି ପାର୍କରେ ଜିମ୍ ଉପକରଣ, ଦୋଳି, ଯୋଗ ଆସନ ସ୍ଥଳି ରହିବା ସହିତ ଆଲୋକରେ ସୁସଜ୍ଜିତ ହେବ । ଏହି ନିର୍ମାଣ କାର୍ଯ୍ୟ ଦେଢ ମାସରେ ଶେଷ ହେବ ବୋଲି କର୍ପୋରେଟର କହିଛନ୍ତି । ବିଡିଏ ଆବାସିକ ଘର ଆବଣ୍ଟନ ସମୟରୁ ଏଠାରେ ପାର୍କ ପାଇଁ ଯୋଜନା ଥିଲେ ମଧ୍ୟ ତାହା ହୋଇ ପାରୁ ନଥିଲା । ଏନେଇ ଲୋକମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଦୀର୍ଘ ଦିନର ଆଶା ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକମାନେ କର୍ପୋରେଟର ଓ ଯୁବନେତା ମନୋଜ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।