BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସମ୍ ହସ୍‌ପିଟାଲର ସହକାରୀ ସିଷ୍ଟମ ପ୍ରଶାସକ, ଅମାୟିକ, ମିଷ୍ଟଭାଷୀ ପ୍ରଶାନ୍ତ ପାଣିଗ୍ରାହୀଙ୍କ ଦେହାନ୍ତ

ଭୁବନେଶ୍ୱର : ଏକ ଦୁଃଖଦ ଘଟଣା କ୍ରମରେ ସମ୍ ହସ୍‌ପିଟାଲର ସହକାରୀ ସିଷ୍ଟମ ପ୍ରଶାସକ, ଆମାୟିକ, ମିଷ୍ଟଭାଷୀ, ଅତ୍ୟନ୍ତ ସହନଶୀଳ ତଥା ସାମାଜିକ ବ୍ୟକ୍ତିତ୍ୱ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା, ତାଙ୍କର ଘରେ ପତ୍ନୀ ତଥା ଏକମାତ୍ର ପୁତ୍ର ଅଛନ୍ତି । ସମ୍ ହସ୍‌ପିଟାଲର ହାଡୱେୟାର ତଥା ସଫ୍ଟୱେୟାର, କେବୁଲ ସଂଯୋଯନା କାର୍ଯ୍ୟରେ ନିୟୋଜିତ ରହିବା ସହ କାର୍ଯ୍ୟକ୍ଷେତ୍ର ଓ ଦୈନନ୍ଦିନ ଜୀବନରେ ସର୍ବଦା ଚଳଚଞ୍ଚଳ ରହୁଥିବା ପ୍ରଶାନ୍ତ ହଠାତ୍ ଲିଭର ଜନିତ ସମସ୍ୟାରେ ପୀଡ଼ିତ ହୋଇ ଗତ ୨୧ ତାରିଖରେ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଥିଲେ । ହସ୍‌ପିଟାଲ ଦ୍ୱାରା ଗଠିତ ଡାକ୍ତରୀ ଟିମ୍‌ଙ୍କ ଆପ୍ରାଣ ଚେଷ୍ଟା ସତ୍ୱେ ବି ଦେହର ବିଭିନ୍ନ ଅଙ୍ଗ ଅକାମୀ ହୋଇଯିବା ଦ୍ୱାରା ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କଥା କମ୍ ଏବଂ କାର୍ଯ୍ୟ ଅଧିକ ରେ ବିଶ୍ୱାସ ରଖୁଥିବା ସ୍ୱର୍ଗତ ପ୍ରଶାନ୍ତ ଜଣେ ସରଳ, ନିଷ୍କପଟ ବ୍ୟକ୍ତିତ୍ୱ ଭାବେ ଜନମାନସରେ ଖ୍ୟାତି ଅର୍ଜନ କରିଥିଲେ । ସ୍ୱର୍ଗତ ପ୍ରଶାନ୍ତ ଜଣେ ସଫଳ ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ଇଂଜିନିୟର ଭାବେ ପରିଚିତ । ସେ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ବାସିନ୍ଦା ହୋଇଥିବା ସ୍ଥଳେ ପୂର୍ବତନ ବନବିଭାଗ ଅଧିକାରୀ ସ୍ୱର୍ଗତ ପ୍ରାଣକୃଷ୍ଣ ପାଣୀଗ୍ରାହିଙ୍କ କନିଷ୍ଠ ପୁତ୍ର, ପୂର୍ବତନ ବ୍ୟାଙ୍କ ଅଧିକାରୀ ରବି ମିଶ୍ରଙ୍କ ଜାମାତା ତଥା ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘ”ର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ କନିଷ୍ଠ ଭ୍ରାତା ଅଟନ୍ତି । ସତ୍ୟନଗରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ପ୍ରିତୀଶ ମୁଖାଗ୍ନି ଦେଇଥିଲେ । ତାଙ୍କର ସହକର୍ମୀଗଣ, ପତ୍ନୀ, ପୁତ୍ର ଆତ୍ମୀୟ ସ୍ୱଜନ ତଥା ବନ୍ଧୁ ପରିଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆସନ୍ତା ଜୁଲାଇ ମାସ ଛଅ, ସାତ ଏବଂ ଆଠ ତାରିଖରେ ତାଙ୍କର ଦଶାହ, ଏକାଦଶାହ ଏବଂ ଦ୍ୱାଦଶାହ ପାଳନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ । ତାଙ୍କର ଏହି ଅକାଳ ବିୟୋଗରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ତଥା ସମ୍ ହସ୍‌ପିଟାଲର ଚେୟାରମ୍ୟାନ ଡଃ ମନୋଜ ରଂଜନ ନାୟକ, ହସ୍ ପିଟାଲ ଅଧିକ୍ଷୀକ ଡଃ ପୁଷ୍ପରାଜ ସାମନ୍ତସିଂହାର ତଥା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।