BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଡିଇପିଏମ୍‌ଓଏସ୍‌ ପ୍ରକଳ୍ପ ପାଇଁ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ

  • ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍ ସେବା ସୁନିଶ୍ଚିତ କରିବା ପାଇଁ ମିଳିଛି “ଡିଜିଟାଲ୍ ଇନିସିଏଟିଭ୍ ଆୱାର୍ଡ”

  • ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ ରେ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ

  • ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଅନଲାଇନ୍‌ ସେବା (ଡିଇପିଏମ୍‌ଓଏସ୍‌) ପ୍ରକଳ୍ପ ପାଇଁ ମିଳିଛି ଏହି ପୁରସ୍କାର

ଭୁବନେଶ୍ଵର : ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଅନଲାଇନ୍‌ ସେବା (ଡିଇପିଏମ୍‌ଓଏସ୍‌) ପ୍ରକଳ୍ପ ପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି-ଓଡ଼ିଶା)କୁ “ଡିଜିଟାଲ୍ ଇନିସିଏଟିଭ୍ ଆୱାର୍ଡ” ସମ୍ମାନ ମିଳିଛି । ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ ରେ ‘ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍‌ ସେବା ସୁନିଶ୍ଚିତ ପାଇଁ ଆଜି ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ ହୋଇଛି । ଏନଆଇସି-ଓଡ଼ିଶାର ନିର୍ଦ୍ଦେଶକ (ଆଇଟି) ଶ୍ରୀ ମହମ୍ମଦ ମୁଜିବୁଲ୍ଲା ଖାନ, ଉପ-ନିର୍ଦ୍ଦେଶକ (ଆଇଟି) ଶ୍ରୀ ସୁଧାଂଶୁ କୁମାର ମହାପାତ୍ର ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ ।

ଏହି ସମ୍ମାନ ଡିଜିଟାଲ୍ ଶାସନ କ୍ଷେତ୍ରରେ ନବସୃଜନ ଓ ପରିବର୍ତ୍ତନର ଏକ ବଳିଷ୍ଠ ପ୍ରମାଣ । ସୂଚନାଯୋଗ୍ୟ ଯେ, ଡିଇପିଏମ୍‌ଓଏସ୍‌ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ । ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡ଼ିକୁ ଡିଜିଟାଇଜ୍‌ ଏବଂ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏନ୍‌ଆଇସି-ଓଡ଼ିଶା ଏହି ପ୍ରକଳ୍ପକୁ ବିକଶିତ ଏବଂ କାର୍ଯ୍ୟକାରୀ କରିଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଗୁଡ଼ିକୁ ସେବା ପ୍ରଦାନରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ଉନ୍ନତି ଆଣିଛି । କାର୍ଯ୍ୟକାରୀ ସମୟ ହ୍ରାସ ସହ ବିପଣନ ଓ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଛି ।