ଆଜିର ଖବର || ତାରିଖ:୧୫/୧୦/୨୫ || ବୁଧବାର
୧-ଭୁବନେଶ୍ବର:ଜାନୁୟାରି ୨ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା,ଡିସେମ୍ବରରେ ଇଣ୍ଟରନାଲ ଆସେସମେଣ୍ଟ।
୨-ଦେଶପ୍ରେମ ଓ ନାଗରିକ ଚେତନା ଉଦେଶ୍ଯରେ ବିଦ୍ଯାଳୟରେ ଆରମ୍ଭ ହେବ ବୀର ଗାଥା ୫୦,ଭାଗ ନେବେ ୩ୟରୁ ଦ୍ବାଦଶ।
୩-ବ୍ରହ୍ମପୁର:ସ୍ବାଗତ ନାଁରେ ଡାକ୍ତରୀ ଛାତ୍ରଙ୍କ ମଧ୍ଯରେ ସଂଘର୍ଷ,MKCG ପରିସର ପାଲଟିଲା ରଣକ୍ଷେତ୍ର।
୪-କଲକାତା:ଓଡିଆ ଛାତ୍ରୀଙ୍କୁ ହୋଇନି ଗଣବଳାତ୍କାର:ପୁଲିସ୍,ପୁରୁଷ ବନ୍ଧୁ ଗିରଫ।
୫-ଦୀପାବଳି ପାଇଁ ଆସିଲା କଟକଣା, ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ଫୁଟାଇପାରିବେ ବାଣ।
୬-ପୁରୀ:ଶ୍ରୀଜୀଉଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି।ଆଜି ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୭-ଏମ୍ସ କର୍ମଚାରୀ ସୁଧାଂଶୁ ହତ୍ୟା ମାମଲା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର।
୮-ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ: ସାନଘାଗରାରେ ପ୍ରତିଷ୍ଠା ହେବ ୨ୟ ଉଦ୍ଭିଦ ସମ୍ପଦ କେନ୍ଦ୍ର।
୯-ଆସିଲା ବଡ଼ ଖବର: ‘ଜୟ ଢୋଲକିଆ ନୁଆପଡା ପାଇଁ ବିଜେପି ପ୍ରାର୍ଥୀ, ୧୬ରେ ଭରିବେ ନାମାଙ୍କନ’।
୧୦-ନୟାଗଡ:ଭୁଜାଲି ଓ ବନ୍ଧୁକ ଦେଖାଇ ଲୁଟ୍, ଲୁଟିନେଲେ ନଗଦ ଟଙ୍କା ଓ ୬୦ଗ୍ରାମରୁ ଅଧିକ ସୁନା ଅଳଙ୍କାର।
୧୧-ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର, ହେବ ୱାକିଟକି ବ୍ୟବସ୍ଥା: ଗିରୀଶ ଚନ୍ଦ୍ର ମୁର୍ମୁ
୧୨-ପାରଳାଖେମୁଣ୍ଡି:ବାଣ ଦୋକାନ ଉପରେ ଚଢାଉ, ୫୦ ଲକ୍ଷ ଟଙ୍କାର ବାଣ ଜବତ।
୧୩-ଆପତ୍ତିଜନକ ଏ.ଆଇ ଭିଡିଓ କରି ଯୁବକ ଗିରଫ, ଗିରଫ କଲା ସାଇବର ଥାନା ପୋଲିସ।ଗିରଫ ଅଭିଯୁକ୍ତ ସାଲେପୁର ଅଞ୍ଚଳର ବିଶ୍ଵ ବଲ୍ଲଭ ନନ୍ଦ ।
୧୪-ମହିଳା ଚଲାଇବେ ଟ୍ୟାକ୍ସି: “ଆମ ସୁବାହକ” ଯୋଜନାରେ ମିଳିବ ୧୦ ଲକ୍ଷ ଟଙ୍କା ଋଣ।
୧୫-ଏଣିକି ସରପ୍ରାଇଜ୍ ଜେଲ ଭିଜିଟ୍ କରିବେ ଜିଲ୍ଲାପାଳ ଓ ଏସପି; ଯାଞ୍ଚ ପରେ ନିୟମିତ ବ୍ୟବଧାନରେ ରିପୋର୍ଟ ଦେବାକୁ ଜେଲ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ।
୧୬-ଚିଲିକାକୁ ଆସିଲେଣି ବିଦେଶାଗତ ପକ୍ଷୀ, କିଚିରି ମିଚିରି ଶବ୍ଦରେ କମ୍ପୁଛି ଚିଲିକା।
୧୭-ଇ-କେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ, ସୂଚନା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
୧୮-ଜୟପୁର: ରାଜସ୍ଥାନରେ ଜୈସଲମୀରରେ ବସ୍ରେ ନିଆଁ ଲାଗିଯିବାରୁ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।
୧୯-ଇପିଏଫଓରେ ବଦଳିଲା ନିୟମ: ଏକା ଥରକେ ଉଠାଇ ପାରିବେ ୧୦୦ ପ୍ରତଶତ,ଯେଉଁଥିରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ଅଂଶ ଅନ୍ତର୍ଭୁକ୍ତ ।
୨୦-ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ; ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ କଲେ ହତ୍ୟା।
୨୧-ଅହମଦାବାଦ୍:ଦ୍ୱିତୀୟ ଟେଷ୍ଟକୁ ୭ୱିକେଟରେ ଜିତି ସିରିଜ କ୍ଲିନ୍ ସ୍ୱିପ୍ କରିଛି ଭାରତ।
୨୨-ଜମ୍ମୁ କଶ୍ମୀର:କଟରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସୁବର୍ଣ୍ଣପୁର ତରଭାର ୩ଜଣ ମୃତ, ଜଣେ ଗୁରୁତର।
୨୩-ବିହାର ବିଧାନସଭା ନିର୍ବାଚନ ପାଇଁ ୭୧ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି, ତାରାପୁରରୁ ଲଢିବେ ସମ୍ରାଟ ଚୌଧୁରୀ।
🙏 ସୁପ୍ରଭାତ,ଗୁଡମର୍ଣ୍ଣିଂ 🙏