ସବୁଜ ଉର୍ଜା ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଆୟୋଗ, ଓଡିଶା ସରକାର ଏବଂ ଆଇଏସଇଜି ଫାଉଣ୍ଡେସନ୍ ସହ ସହଯୋଗିତା ନେଇ ତୈପାକ୍ଷିକ ଚୁକ୍ତି ପତ୍ର ସ୍ଵାକ୍ଷରିତ
ଭୁବନେଶ୍ୱରତା : ସ୍ଥାୟୀ ପରିବେଶ ପ୍ରତିଷ୍ଠା ଏବଂ ଊର୍ଜା-କ୍ଷମତା ସମ୍ପନ୍ନ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତ ପରିବର୍ତ୍ତନ ପାଇଁ ଜାତୀୟ ସଂସ୍ଥାନ (ନୀତି ଆୟୋଗ), ଓଡ଼ିଶା ସରକାର ଏବଂ ଇନଷ୍ଟିଚ୍ୟୁଟ ଅଫ ସଷ୍ଟେନେବିଲିଟି, ଏମ୍ପ୍ଲଏମେଣ୍ଟ ଆଣ୍ଡ ଗ୍ରୋଥ(ଆଇଏସଇଜି) ଫାଉଣ୍ଡେସନ, ଓଡ଼ିଶାରେ ଏକ ପରିବର୍ତ୍ତନଶୀଳ ସ୍ୱଚ୍ଛ ଊର୍ଜା ପ୍ରୟାସକୁ ନେଇ ସହଯୋଗିତା ସମ୍ପର୍କରେ ଏକଚୁକ୍ତ ପତ୍ର ( ଷ୍ଟେଟମେଣ୍ଟ ଅଫ ଇଣ୍ଟେଣ୍ଟ) ସ୍ଵାକ୍ଷରିତ ହୋଇଛି।
ଏହି ତ୍ରୈପାକ୍ଷିକ ଚୁକ୍ତିପତ୍ର, ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ନୀତି ଆୟୋଗଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ( ସିଇଓ) ବି.ଭି.ଆର୍. ସୁବ୍ରମଣ୍ୟମ ଏବଂ ଡଃ. ଶିରୀଷ ସାଙ୍କେ, ନିର୍ଦ୍ଦେଶକ ଏବଂ ପ୍ରତିଷ୍ଠାତା ଭାଗୀଦାର, ଆଇଏସଇଜି ଫାଉଣ୍ଡେସନଙ୍କ ମଧ୍ୟରେ ସ୍ଵାକ୍ଷରିତ ହୋଇଛି, ଯାହା ଓଡ଼ିଶାରେ ଅଳ୍ପ ବ୍ୟୟକ୍ଷମ ବିଦ୍ୟୁତ ରୂପାନ୍ତରଣ ଯୋଜନା ପ୍ରକଳ୍ପ ଏବଂ ଏଥିପାଇଁ ଏକ ରଣନୈତିକ ରୋଡମ୍ୟାପ୍ ଉନ୍ନତି ଓ ପ୍ରୟୋଗ କରିବାକୁ ଲକ୍ଷ୍ୟ କରି ମୂଳଦୁଆ ସ୍ଥାପିତ କରିଛି ।ଏହି ପଦକ୍ଷେପ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଏବଂ ୨୦୪୭ ଭିଜନ ସହ ସମନ୍ୱୟ ରହିଛି, ଯାହା ବିଦ୍ୟୁତ କ୍ଷେତ୍ରକୁ ଅଧିକ ସୁଲଭ, ସ୍ଥାୟୀ , ସ୍ୱୟଂସଂପୂର୍ଣ୍ଣ ଏବଂପରିବେଶ ଉତ୍ତରଦାୟୀ କରିବାକୁ ଗୁରୁତ୍ୱ ଦେଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶକ୍ତି ବିଭାଗ ତଥା ଇଲେକ୍ଟୋନିକ୍ ଓ ଆଇଟି ବିଭାଗ ପ୍ରମଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ନୀତି ଆୟୋଗ ଏବଂ ଆଇଏସଇଜି ଫାଉଣ୍ଡେସନର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସହଯୋଗ ନୀତି ଆୟୋଗଙ୍କ ଦ୍ୱାରା ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଏବଂ ନୂତନ ଏବଂ ପୁନଃ ନବୀକରଣ ଶକ୍ତି ମନ୍ତ୍ରାଳୟ ସହଯୋଗକୁ ତ୍ୱରାନ୍ୱିତ କରିବ ।ଏହି ପ୍ଲାଟଫର୍ମ ଏପରି ପ୍ରସ୍ତୁତ କରାଯାଇଛି କି, ତାହା ରାଜ୍ୟଗୁଡିକୁ ଉର୍ଜା ପରିବର୍ତ୍ତନ ନକ୍ସା ପ୍ରସ୍ତୁତିରେ ସଂସ୍ଥାଗତ କ୍ଷମତା ବୃଦ୍ଧି କରିବାକୁ ସମର୍ଥ ହେବ, ପ୍ରକଳ୍ପ କାର୍ଯ୍ୟକାରିତାରେ ସହଯୋଗସହିତ ସଂସ୍ଥାଗତ ଦକ୍ଷତା ବୃଦ୍ଧି ଏବଂ ଜଳବାୟୁ ଭିତ୍ତିକ ଆର୍ଥିକ ସହଯୋଗିତା ମଧ୍ୟ ସହଜ କରିବ ।
ଏହି ସହଯୋଗିତାର ପ୍ରଧାନଲକ୍ଷ୍ୟ ମଧ୍ୟରେ ରହିଛି, କମ୍ ଖର୍ଚ୍ଚରେ ଶକ୍ତି ପରିବର୍ତ୍ତନ ପରିଯୋଜନା ଏବଂ ପ୍ରକଳ୍ପକରଣ ପାଇଁଏକ ରଣନୈତିକ ରୋଡ ମ୍ୟାପର ବିକାଶ ଏବଂ କାର୍ଯ୍ୟାନ୍ୱୟନ କରିବା, ସ୍ୱଚ୍ଛ ଏବଂ କମ୍ ବ୍ୟୟରେ ଉର୍ଜା ଉତ୍ପାଦନକୁ ପ୍ରୋତ୍ସାହିତ କରିବା, ଏକ ସ୍ମାର୍ଟ ଏବଂ ସ୍ଥାୟୀ ସଂଚାରଣ ଏବଂ ବିତରଣ ପ୍ରଣାଳୀ ମାଧ୍ୟମରେ ଊର୍ଜା ପାଇବା ବ୍ୟବସ୍ଥାରେ ସୁଧାର ଆଣିବା, ଶକ୍ତି ପରିଚାଳନା, ସଂରକ୍ଷଣ ଏବଂ ବ୍ୟବହାରରେ ସମସ୍ତଙ୍କ ପାଇଁ ଉନ୍ନତ ପ୍ରଯୁକ୍ତିଗୁଡ଼ିକୁ ସମନ୍ୱିତ କରିବା।
ଏଥିପାଇଁ ନୀତି ଆୟୋଗ ରଣନୈତିର ନିର୍ଦ୍ଦେଶନା ଦେବା ସହ ସହଭାଗିତା ପାଇଁ ସହଯୋଗ ସୁବିଧା ଯୋଗାଇବ ଏବଂଊର୍ଜା ପରିବର୍ତ୍ତନ ନକ୍ସାରେ ଉନ୍ନତି ଏବଂ ସମୀକ୍ଷାରେ ସମର୍ଥନ କରିବ । ଏଥିରେ ଓଡିଶା ସରକାର ପ୍ରୟାସର ନେତୃତ୍ୱ ନେବେ ଏବଂ ତଥ୍ୟ ଉପଲବ୍ଧତା, ଆନ୍ତଃ ବିଭାଗୀୟ ସମନ୍ଵୟ ଏବଂ ଆନୁଷଙ୍ଗିକ ସହାୟତାକୁ ସୁନିଶ୍ଚିତ କରିବେ । ଆଇଏସଜି ଫାଉଣ୍ଡେସନ୍ ରଣନୈତିକ ଭାଗିଦାରୀ ଭାବେ , ଉର୍ଜା ଚାହିଦା-ଯୋଗାଣ ଦୃଷ୍ଟିକୋଣକୁ ଦେଖି ପୁନଃ ନବୀକରଣଶକ୍ତିର କାର୍ଯ୍ୟାନ୍ୱୟନ ଢାଞ୍ଚା ପ୍ରସ୍ତୁତି କରିବାପାଇଁ ବୈଷୟିକ ଅଭିଜ୍ଞ ସଂପନ୍ନ ପ୍ରତିଭା ନିୟୋଜିତ କରିବେ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଏକ “ଏନର୍ଜିୱାର୍ରୂମ୍” ସ୍ଥାପନା କରିବେ ।
ଏହାର କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ନୀତି ଆୟୋଗ ସିଇଓଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ ନିରୀକ୍ଷଣ କମିଟି ଏବଂ ଓଡିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନେତୃତ୍ୱରେ ଏକ ରାଜ୍ୟ ପରିଚାଳନା କମିଟି ଗଠିତ ହେବ ।ଏହି କମିଟିଗୁଡିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ତଦାରଖ କରିବା ସହିତ ରଣନୈତିକ କୌଶଳ ସଂପର୍କରେ ଦିଗଦର୍ଶନ ପ୍ରଦାନ କରିବେ ।
ଏହି ସହଯୋଗିତା ଓଡ଼ିଶାପାଇଁଏକସବୁଜ, ଅଧିକ ସହନଶୀଳ ଭବିଷ୍ୟତ ପ୍ରତି ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ସହଭାଗୀ ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ସହଯୋଗୀ, ତଥ୍ୟ-ଚାଳିତ ଏବଂ ବିସ୍ତାର ଯୋଗ୍ୟ ଉର୍ଜା ପରିବର୍ତ୍ତନ ମଡେଲଗୁଡ଼ିକ ପାଇଁଏକ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିଛି ।