BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସୁଦୃଢ଼ ଓ ସୁଗମ ଡାଟା ଇକୋ-ସିଷ୍ଟମ ସୃଷ୍ଟି ପାଇଁ ପ୍ରଯୁକ୍ତିକେନ୍ଦ୍ରିକ ଉନ୍ନତ ପ୍ରଶିକ୍ଷଣ, ଆବଶ୍ୟକ ଜ୍ଞାନକୌଶଳର ଉପଯୋଗ

ଆର୍ଥିକ ଓ ପରିସଂଖ୍ୟାନନିର୍ଦ୍ଦେଶାଳୟ ଦ୍ୱାରା ମାଇକ୍ରୋଡାଟା ପ୍ରସ୍ତୁତି ଓ ପ୍ରସାରଣ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ୱିତ

ଭୁବନେଶ୍ୱର : ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅଧୀନସ୍ଥ ଅର୍ଥନୀତି ଏବଂ ପରିସଂଖ୍ୟାନ  ବିଭାଗ ଦ୍ୱାରା ଜାତୀୟ ତଥ୍ୟ ଆର୍କାଇଭ(ଏନଏଡିଏ) ପ୍ଲାଟଫର୍ମ ବ୍ୟବହାର କରାଯାଇ ତଥ୍ୟର ସୁବ୍ୟବସ୍ଥିତ ଭାବେ ସଂରକ୍ଷଣ କରି ରଖିବା(ଡାଟା କାଟାଲଗିଂ) ସଂପର୍କରେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ୧୭ରୁ ୨୧ନଭେମ୍ବର ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଠାରେ  ଅନୁଷ୍ଠିତ ହୋଇଥିଲା।

ସରକାରୀ ତଥ୍ୟ(ଡାଟା) ବ୍ୟବହାରକାରୀମାନଙ୍କୁ ଅଧିକ ବ୍ୟବସ୍ଥିତ ଓ ସହଜରେ ଉପଲବ୍ଧ ହେବା  ଲକ୍ଷ୍ୟ ରଖି ଏହାକୁ ସୁସଂଗଠିତ  ଭାବେ ରଖିବା ଏବଂ ପ୍ରଦାନ କରିବାରେ ରାଜ୍ୟର କ୍ଷମତା ବୃଦ୍ଧି  କରିବା ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା। ଏହି ପାଞ୍ଚଦିନ ମଧ୍ୟରେ, ଅଂଶ ଗ୍ରହଣକାରୀମାନେ ଅନ୍ତର୍ଜାତୀୟ ବିଶେଷଜ୍ଞ ସୋମନାଥ ଶମ୍ଭୁଦାସଙ୍କ ସହଯୋଗରେତଥ୍ୟ ସଂରକ୍ଷଣ ସଂପର୍କିତ ଅଭ୍ୟାସ ଓ କାର୍ଯ୍ୟକରିଥିଲେ । ଶ୍ରୀ ଶମ୍ଭୁଦାସ ଓଡ଼ିଶା ରାଜ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟରେ ଥିବା ଡାଟା ସମୂହ ସଂପର୍କରେ ବିଶ୍ଲେଷଣ କରିବା ସହିତ ସଂରକ୍ଷଣ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ।

ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣକାରୀମାନେ ତଥ୍ୟ ସମୂହକୁ ଏନଏଡିଏ ପ୍ରଣାଳୀ ଅନୁସାରେ ଡକୁମେଣ୍ଟ କରିବା, ସର୍ବେକ୍ଷଣ ପଦ୍ଧତିର ବର୍ଣ୍ଣନା,ଆବଶ୍ୟକ ସୂଚନା ସହ ଜାତୀୟ ନମୁନା ସର୍ବେକ୍ଷଣ (ଏନଏସ୍ଏସ), ମୂଲ୍ୟ ତଥ୍ୟ (ପ୍ରାଇସ୍ ଷ୍ଚାଟିଷ୍ଟିକ୍ସ), ବାର୍ଷିକ ଶିଳ୍ପ ସର୍ବେକ୍ଷଣ,କ୍ଷୁଦ୍ର ଜଳସେଚନ ଗଣନାଏବଂ ଜଳାଶୟ ଗଣନା ଆଦି ବିଭନ୍ନ ପ୍ରକାର ମାଇକ୍ରୋ ତଥ୍ୟ ପ୍ରକାଶନ ପାଇଁ  ମେଟାଡେଟା ପ୍ରସ୍ତୁତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ।  ଏହି ପଦକ୍ଷେପ ରାଜ୍ୟର ପରିସଂଖ୍ୟାନ ଵ୍ୟବସ୍ଥାରେ ପାରଦର୍ଶିତା, ଦକ୍ଷତା ଏବଂ ଉପଲବ୍ଧତାରେ ଏକ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

କାର୍ଯ୍ୟକ୍ରମକୁ  ପ୍ରଥମ ଦିବସରେ  ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରକାଶ ଚନ୍ଦ୍ର ମହାନ୍ତି ଉଦଘାଟନ କରିବା ସହ  ସପ୍ତାହ ବ୍ୟାପୀ  ପ୍ରଶିକ୍ଷଣ ଉପଲକ୍ଷେ ବିଭିନ୍ନ ପରାମର୍ଶ ଦେଇଥିଲେ ।  ଡାଟାର  ସଠିକ ବ୍ୟାଖ୍ୟା କରାଯାଇ ପ୍ରତ୍ୟେକ ବ୍ୟବହାରକାରୀଙ୍କୁ ସୁବିଧାରେ ଉପଲବ୍ଧ  କରାଗଲେ, ତାହା ଅଧିକ ଉପଯୋଗୀ ଓ ଅର୍ଥପୂର୍ଣ୍ଣ ହୋଇଥାଏ ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏଥିପାଇଁ ଆବଶ୍ୟକ ଜ୍ଞାନକୌଶଳର ଉପଯୋଗ ସଂପର୍କରେ ଆଲୋଚନା କରାଯାଇଥିଲା।

ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦଯୋଗଦେଇ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରି ଗବେଷଣା ଓ ନାଗରିକମାନଙ୍କ ଉପଲବ୍ଧତା ପାଇଁ ସଠିକ୍ ଡାଟା ପ୍ରଦାନ ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ।

ପରିସଂଖ୍ୟାନ କ୍ଷେତ୍ରରେ ରାଜ୍ୟର  କ୍ଷମତା ବୃଦ୍ଧି ପାଇଁ ଏହି ପଦକ୍ଷେପ, ବିଶ୍ୱ ବ୍ୟାଙ୍କ ସମର୍ଥିତ ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ବିକାଶ କାର୍ଯ୍ୟକ୍ରମ ( ଓଏସସିଆରଜିପି)ରଏକ  ଗୁରୁତ୍ୱପୂର୍ଣ୍ଣ  ଅଂଶ। ଏହି ପ୍ରଶିକ୍ଷଣରେ ନିବେଶ କରି ରାଜ୍ୟ ସରକାର  ସରକାରୀ ତଥ୍ୟକୁ ବିଶ୍ଳେଷଣ କରି ତଥ୍ୟଭିତ୍ତିକ ଯୋଜନା ପ୍ରସ୍ତୁତି ଏବଂ ଜନସାଧାରଣଙ୍କୁ ସୁବିଧା ଓ  ସହଜରେ ତାହା ଉପଲବ୍ଧ କରାଇବା ପାଇଁ ଓଡ଼ିଶା ସରକାର ତାଙ୍କର  ଲକ୍ଷ୍ୟକୁ ସୁନିଶ୍ଚିତ କରୁଛନ୍ତି । ଏହି କାର୍ଯ୍ୟକ୍ରମର ସଫଳତାର ସହ ଶେଷ ହେବା, ରାଜ୍ୟର ଆଧୁନିକ ତଥ୍ୟ ପରିଚାଳନା ଅଭ୍ୟାସ  ଗ୍ରହଣ ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ତଥ୍ୟ ପ୍ରସାରଣ ଉଦ୍ୟମରେ ଅଗ୍ରଣୀ ଭୂମିକା ନିର୍ବାହ କରବା ସହ ସରକାରୀ ଡାଟାସମୂହକୁ ପ୍ରକାଶନ ପାଇଁ ଏନଏଡିଏ ପ୍ଲାଟଫର୍ମ ବ୍ୟବସ୍ଥାରେ ପରିଚାଳନା କରିବାରେ ଓଡ଼ିଶା  ଦେଶରେ ପ୍ରଥମ ରାଜ୍ୟ ରହିଛି ବୋଲି ରାଜ୍ୟ ଯୋଜନା ଓ ପରିସଂଖ୍ୟାନ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

ପ୍ରକାଶ ଥାଉକି, ଓଡ଼ିଶାର  ତଥ୍ୟ ପ୍ରସାର  ନୀତି ଏବଂ ତାହାର  ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ରହିଥିବା ସହିତ, ରାଜ୍ୟ ଅର୍ଥନୀତି ଓ  ପରିସଂଖ୍ୟାନ ନିର୍ଦ୍ଦେଶାଳୟ , ସରକାରୀ ପରିସଂଖ୍ୟାନ  ତଥ୍ୟ ବାଣ୍ଟିବାରେ ଏହାର ଆଭିମୁଖ୍ୟ ସ୍ପଷ୍ଟ ରଖିଛି ଏବଂ ଏ କ୍ଷେତ୍ରରେ ରାଜ୍ୟର କ୍ଷମତା ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛି ।ଏହି ପ୍ରଶିକ୍ଷଣର ସମାପ୍ତି ରାଜ୍ୟ ପାଇଁ ଏକଦୃଢ଼ ଏବଂ  ସୁଗମ ଡାଟା ଇକୋ ସିଷ୍ଟମ ପ୍ରସ୍ତୁତି  ପାଇଁ ରାଜ୍ୟର  ଆଉ ଏକ  ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି।