BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସରକାରୀ ଜମିଜମା ସମ୍ବନ୍ଧୀୟ ସେବାରେ ପ୍ରଦାନରେ ଅଧିକ ସଂସ୍କାର ଅଣାଯିବ-ମନ୍ତ୍ରୀ

 ଭୁବନେଶ୍ୱର: ଜମିଜମା ବ୍ୟବସ୍ଥାକୁ ଅଧିକ ସହଜ ଓ ସୁବିଧାରେ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ କରିବା,ଭୂମି ରେକର୍ଡ ଓ ରାଜସ୍ୱ ନଥିଗୁଡିକର କମ୍ପ୍ୟୁଟରୀକରଣ, ଗ୍ରାମ ମାନଚିତ୍ରଗୁଡିକର ଜିଓ ରେଫରେନସିଂ, ଜମି ପଞ୍ଜୀକରଣ ଏବଂ ବିଭିନ୍ନ ସେବାର ଅନଲାଇନ୍ ବିତରଣ ସଂପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ କୃଷି ମନ୍ତ୍ରାଳୟର ପରାମର୍ଶଦାତା ରାଜୀବ ଚାଓ୍ୱଲାଙ୍କସହିତ ଏକ ବୈଠକରେ ଆଲୋଚନା କରିଛନ୍ତି।

ଶ୍ରୀ ଚାୱାଲା କର୍ଣ୍ଣାଟକ ରାଜ୍ୟର ଭୂମି ରେକର୍ଡ ଆଧୁନିକୀକରଣ ଏବଂ ରାଜସ୍ୱ ବିଭାଗ ଓ କୃଷି ବିଭାଗ ଦ୍ୱାରା ମିଳିତ ଭାବରେ ଚାଲିଥିବା ଆଗ୍ରୋଷ୍ଟ।କ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ତାଙ୍କର ଅଭିଜ୍ଞତା ଏବଂ ଭଲ କାର୍ଯ୍ୟଗୁଡିକ (ବେଷ୍ଟ ପ୍ରାକ୍ଟିସେସ୍) ବିଷୟରେ ବିସ୍ତ୍ରୁତ ଭାବରେ ଆଲୋକପାତ କରିଥିଲେ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସିଂ,  ରାଜସ୍ୱ ବିଭାଗରେ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ପଟ୍ଟାର ୨ୟ ଖନା ସଂଶୋଧନ, ଅନ୍ୟାନ୍ୟ ସଂସ୍କାରମୂଳକ  ପଦକ୍ଷେପ ଏବଂ ଓଡ଼ିଶାରେ ଭୂମି ରେକର୍ଡର କମ୍ପ୍ୟୁଟରୀକରଣ, ପଞ୍ଜୀକରଣ ସେବା ଏବଂ ଅନଲାଇନ୍ ସେବା ପ୍ରଦାନ ବିଷୟରେ ଆଲୋକପାତ କରିଥିଲେ । ଏଥି ସହିତ ସେ  ଏବେ ଆରମ୍ଭ ହୋଇଥିବା  ବିଭିନ୍ନ ସଂସ୍କାରମୂଳକ  କାର୍ଯ୍ୟକ୍ରମ ଏବଂ ଭୂମି ରେକର୍ଡ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢୀକରଣ ​​କରିବା ଯୋଜନା ବିଷୟରେ ସେ ମତ ଉପସ୍ଥାପନକରିଥିଲେ।

ମନ୍ତ୍ରୀ ଶ୍ରୀ ପୂଜାରୀ ଓଡ଼ିଶାବାସୀଙ୍କୁ ସହଜ ଓସୁବିଧାରେ ତଥା ସେମାନଙ୍କର ଦ୍ୱାରଦେଶରେ ସରକାରୀ ଓ ଜମିଜମା ସମ୍ବନ୍ଧୀୟ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଭୂମି ରେକର୍ଡର ଆଧୁନିକୀକରଣ, କାଡାଷ୍ଟ୍ରାଲ୍ ମାନଚିତ୍ରର ଅଦ୍ୟତନ କରାଯିବା ଏବଂ ଜିଓ-ରେଫରେନସିଂ ତଥା ସମସ୍ତ ରାଜସ୍ୱ ରେକର୍ଡର ଡିଜିଟାଇଜେସନ୍ ଓ ଅନଲାଇନ୍ ସେବା ପ୍ରଦାନକୁ ଅଧିକ ସୁବ୍ୟବସ୍ଥିତ  ​​କରିବା ପାଇଁ ରାଜ୍ୟ ସରକାର  ଗୁରୁତ୍ୱ ଦେଉଥିବା  ଓ ପ୍ରତିବଦ୍ଧତାର ସହିତ କାର୍ଯ୍ୟ କରୁଥିବା ସଂପର୍କରେ  ପ୍ରକାଶ କରିଛନ୍ତି।

ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷି ବିଭାଗର ପ୍ରମୁଖ ସଚିବଡଃ ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା , ଭୂମି ରେକର୍ଡ ଏବଂ ସର୍ବେକ୍ଷଣ ନିର୍ଦ୍ଦେଶକ, ଭାରତୀୟ ସର୍ବେକ୍ଷଣ ନିର୍ଦ୍ଦେଶକ, ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏବଂ ଓଡିଶା ରାଜ୍ୟ ଅନ୍ତରୀକ୍ଷ ପ୍ରୟୋଗକେନ୍ଦ୍ର (ଓରସାକ) ର ବରିଷ୍ଠ ବୈଜ୍ଞାନିକ ଏବଂ ରାଜସ୍ୱ ଓ  ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।