BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଦେଶର ବିକାଶ ରାଜ୍ୟର ବିକାଶ ଉପରେ ନିର୍ଭରଶୀଳ

ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଲେଖକ  କାର୍ତ୍ତିକ ମୂରଲୀଧରନଙ୍କ ଦ୍ୱାରା ଭାରତର ବିକାଶ ଓ ପ୍ରଭାବୀ ଶାସନ ପରିଚାଳନା ସଂପର୍କିତ ସାରଗର୍ଭକ ଉପସ୍ଥାପନା

ଭୁବନେଶ୍ୱର : ବିଶିଷ୍ଟ ଅର୍ଥନୀତିଜ୍ଞ ତଥା “ଆକ୍ସିଲେରେଟିଂ ଇଣ୍ଡିଆସ୍ ଡେଭଲପମେଣ୍ଟ: ଏ ଷ୍ଟେଟ୍ ଲେଡ୍ ରୋଡମ୍ୟାପ ଫର ଇଫେକ୍ଟିଭ୍ ଗଭର୍ଣ୍ଣାନ୍ସ”ର ଲେଖକ ଶ୍ରୀ କାର୍ତ୍ତିକ ମୂରଲୀ ଧରନ ଅଗଷ୍ଟ ୧୩ ଓ ୧୪ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପାରସ୍ପରିକ ଆଲୋଚନାଭିତ୍ତିକ ଉପସ୍ଥାପନାରେ ନିଜର ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ, ଯାହାକି ରାଜ୍ୟ ତଥା ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।ଶିକ୍ଷା, ଲୋକପ୍ରଶାସନ ଏବଂ ତଥ୍ୟ ଭିତ୍ତିକ ନୀତି ପ୍ରସ୍ତାବନା କ୍ଷେତ୍ରରେ ବିଶ୍ୱସ୍ତରୀୟ ସ୍ୱୀକୃତି ଲାଭ କରିଥିବା ବ୍ୟକ୍ତିତ୍ୱ ଶ୍ରୀ ମୂରଲୀ ଧରନ ତାଙ୍କର ଉପରୋକ୍ତ ପୁସ୍ତକରେ ଉଲ୍ଲିଖିତ ତଥ୍ୟ ସଂପର୍କରେ ଆଲୋକପାତ କରି ଆଲୋଚନା କରିଥିଲେ।

ଅନୁଷ୍ଠିତ ଏହି ଆଲୋଚନାରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ମାନେ ଯୋଗଦେଇଥିଲେ।

ଶ୍ରୀ ମୂରଲୀଧରନ ତାଙ୍କର ଆଲୋଚନାରେ ଉପସ୍ଥାପନ କରିଥିଲେ ଯେ, ବୈଶ୍ୱିକ ପୃଷ୍ଠଭୂମିରେ ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି। ଅଭିବୃଦ୍ଧି, ଅର୍ଥନୀତି ସମୁଦାୟରେ ସ୍ଥିରତା, ଜନସଂଖ୍ୟା ଗତ ସୁବିଧା, ଗଣତାନ୍ତ୍ରିକ ମୂଲ୍ୟବୋଧ ସହ ବିଶ୍ୱ ସହିତ ଜଡିତ ପ୍ରବାସୀ ଭାରତୀୟ ଭାରତ ସହିତ ରହିଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଭାରତ, ମୌଳିକ ସେବା ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ସାର୍ବଜନୀନ ସୁରକ୍ଷା, ନ୍ୟାୟ, କଲ୍ୟାଣ, ଗୁଣାତ୍ମକମାନର ନିଯୁକ୍ତି ପ୍ରଦାନରେ ଆହ୍ୱାନ ରହିଛି।
ଦ୍ରବ୍ୟ ଯୋଗାଣ ଓ ସେବା ପ୍ରଦାନରେ ଆଶାନୁରୂପ ନ ହେବା ଭାରତର ପୂର୍ଣ୍ଣ ଅଭିବୃଦ୍ଧି ସମ୍ଭାବନା କ୍ଷେତ୍ରରେ ବାଧକ ସାଜୁଛି। ଦେଶର ବିକାଶ ରାଜ୍ୟର ବିକାଶ ଉପରେ ନିର୍ଭରଶୀଳ । ଭାରତୀୟ ରାଜ୍ୟମାନଙ୍କ ଦ୍ୱାରା ମିଶନ ମୋଡରେ ବହୁ ସେବା ପ୍ରଦାନ କରାଯାଉଥିଲେ ମଧ୍ୟ ଏହା ନିୟମିତ ମୋଡରେ କାର୍ଯ୍ୟକାରୀ ହେବାର ଆବଶ୍ୟକତା ସଂପର୍କରେ ସେ ଦୃଷ୍ଟାନ୍ତମୂଳକ ଆଲୋଚନା କରିଥିଲେ।

ତାଙ୍କର ବିଷୟ ଭିତ୍ତିକ ଉପସ୍ଥାପନା ମଧ୍ୟରେ ଥିଲା ଶାସନ ପରିଚାଳନାରେ ଭାରତର ଆହ୍ୱାନ ଓ ରାଜ୍ୟର ପ୍ରଭାବୀ ପ୍ରଦର୍ଶନର ଆବଶ୍ୟକତା ,  ଲୋକତନ୍ତ୍ରରେ ପ୍ରମୁଖ ବ୍ୟବସ୍ଥା ଗତ ଆବଶ୍ୟକତା ପୂରଣର ଆହ୍ୱାନ, ସୁଦୃଢ଼ ରାଜ୍ୟ ଗଠନ ଏବଂ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା, ଏଥିପାଇଁ ତଥ୍ୟର ଅନୁଶୀଳନ ଓ ପରିମାପ, ମାନବ ସମ୍ବଳ ପରିଚାଳନା, କାର୍ଯ୍ୟ ତ୍ୱରାନ୍ୱିତ ଦକ୍ଷତା  ସହ ତଦନୁସାରେ ବ୍ୟୟ ବୃଦ୍ଧି, ସରକାରୀ ଖର୍ଚ୍ଚର ବିକେନ୍ଦ୍ରୀକରଣ, ରାଜ୍ୟ ଓ ବଜାର ସ୍ଥିତି ଏବଂ ସେବା ପ୍ରଦାନରେ ସରକାରଙ୍କ ଭୂମିକା ସଂପର୍କରେ ସେ ବିଶଦ୍ ଭାବେ ଆଲୋକପାତ କରିଥିଲେ।
ଶ୍ରୀ ମୂରଲି ଧରନ ଉପସ୍ଥାପିତ ତଥ୍ୟ ଓ ଆଲୋଚନାକୁ ନେଇ ସେ ଅନ୍ୟ ରାଜ୍ୟ ଏବଂ ଓଡ଼ିଶା ପରିପ୍ରେକ୍ଷୀରେ ତୁଳନାତ୍ମକ ବିଶ୍ଳେଷଣ କରି ଆବଶ୍ୟକ ପରାମର୍ଶ ଦେଇଥିଲେ।

ଶ୍ରୀ ମୂରଲି ଧରନଙ୍କ ଉପସ୍ଥାପନାକୁ ପ୍ରଶଂସା କରିବା ସହ ତାଙ୍କର ଏହି ଗବେଷଣାତ୍ମକ ତଥ୍ୟ ଭିତ୍ତିକ ଆଲୋଚନା ରାଜ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ। ବିଭିନ୍ନ ବିଭାଗର ସଚିବମାନେ ଓଡ଼ିଶା ରାଜ୍ୟ ପରିପ୍ରେକ୍ଷୀରେ ପାରସ୍ପରିକ ଆଲୋଚନା କ୍ରମରେଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ ଏବଂ ରାଜସ୍ୱ ଆୟୁକ୍ତମାନେ ମଧ୍ୟ ଆଭାସୀ ମାଧ୍ୟମରେ  ଯୋଗଦେଇଥିଲେ।

ଶ୍ରୀ ମୂରଲୀଧରନ ମଧ୍ୟ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ସ୍ୱତନ୍ତ୍ର ଭାବେ ନିଜ ନିଜର କ୍ଷେତ୍ରୀୟ ପ୍ରସଙ୍ଗଭିତ୍ତିକ ଆଲୋଚନା , ଆହ୍ୱାନ ଓ ସମାଧାନ ସଂପର୍କରେ ଅଧିକ ଆଲୋଚନା କରିଥିବା ଜଣାଯାଇଛି।