ଭୁବନେଶ୍ବର: ନିଖିଳ ଓଡିଶା ଶିକ୍ଷକ ଫେଡ୍ରେସନ ସହ ଅନୁବନ୍ଧିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଶିକ୍ଷକ ସଙ୍ଘର ଗତ ଅଗଷ୍ଟ /୨୦୨୫ରେ ନୂତନ କର୍ମକର୍ତ୍ତା ନିର୍ବାଚିନ ଅନୁଷ୍ଠିତ ହୋଇଥିଲା। ପବିତ୍ର ଗୁରୁଦିବସ ଅବସରରେ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ସିମାଞ୍ଚଳ ମୁଖିଙ୍କ ସଭାପତିତ୍ୱରେ କାର୍ଯକ୍ରମ ଆରମ୍ଭ କରାଯାଇଥିଲା।
ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଶିକ୍ଷକ ସଙ୍ଘ ସଭାପତି ସନ୍ତୋଷ କୁମାର ଡିଗାଲ ଶୁଭ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ କୋଷାଧକ୍ଷ ବଂଶୀଧର ନନ୍ଦ, ଜିଲ୍ଲା ଉପ ସଭାନେତ୍ରୀ ବିରାଜିନୀ ମହାପାତ୍ର ଯୋଗ ଦେଇଥିଲେ।

ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜା ଅର୍ଚ୍ଚନା କରାଯାଇ ଥିଲା ଓ ପରେ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡଃ. ରାଧାକୃଷ୍ଣନଙ୍କ ଫୋଟୋ ଉପରେ ପୁଷ୍ପମାଲ୍ୟ ଓ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷକମାନଙ୍କ ତରଫରୁ ଗୁରୁ ବନ୍ଦନା କରାଯାଇଥିଲା।
ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା ସଭାପତି ବିକ୍ରମ ସିଂ କହଁର, ଉପସଭାପତି ପ୍ରଫୁଲ ମାଲିକ, ଉପସଭାନେତ୍ରୀ ଜାହ୍ନବୀ ପ୍ରଭା ମହାନନ୍ଦ, ସମ୍ପାଦକ ଯୋଗେଶ୍ୱର ବେହେରା, ସହ ସମ୍ପାଦକ ବବିତା ସ୍ୱାଇଁ, ଗୌରବ କହ୍ନର, କୋଷାଧକ୍ଷ ପ୍ରଦୀପ ମଲିକ, ସଂଗଠନ ସମ୍ପାଦକ ହେମଲତା ମୁଖି , ସଂଯୋଜକ ରମାକାନ୍ତ ବେହେରାଙ୍କୁ ଜିଲ୍ଲା ସଭାପତି ଗୋପନୀୟତା ର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ପରେ ଅତିଥିମାନେ ଗୁରୁଦିବସ ଓ ସର୍ବପଲ୍ଲୀ ଡଃ.ରାଧାକୃଷ୍ଣନଙ୍କ ଜୀବନୀ ସ୍ମୃତି ଚାରଣ କରିଥିଲେ ଓ ଭକ୍ତି ସୁମନ ଅର୍ପଣ କରିଥିଲେ। ଶିକ୍ଷକସମାଜ ଆଦର୍ଶ କର୍ତ୍ତବ୍ୟ ନିଷ୍ଠା ହେବା ପାଇଁ ଅତିଥିମାନେ ପ୍ରେରଣା ଦେଇଥିଲେ।
ନିଖିଳ ଓଡିଶା ଶିକ୍ଷକ ଫେଡ୍ରେସନ ସହ ଅନୁବନ୍ଧିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଫିରିଙ୍ଗିଆ ବ୍ଲକର ବହୁ ସଂଖ୍ୟାରେ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ। ସଙ୍ଘର ସମ୍ପାଦକ ଯୋଗେଶ୍ୱର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।