BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

କଟକରେ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୬ ଜଣ ସଂକ୍ରମିତ

କଟକ : କଟକରେ ଏକ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ତାଙ୍କ ସ୍ୱାବ ନମୁନା ଭୁବନେଶ୍ଵରକୁ ପଠାଯାଇଥିଲା ଏବଂ ରିପୋର୍ଟ୍ ପଜିଟିଭ୍ ଆସିବା ପରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଟକ ସିଡିଏମଓ ସୂଚନା ଦେଇଛନ୍ତି ଯେ ଚିହ୍ନଟ ହୋଇଥିବା ଏହି ପୁରୁଷ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଏବଂ ତାଙ୍କୁ ଆବଶ୍ୟକ ଚିକିତ୍ସା ଦିଆଯାଉଛି।

ଏହି ନୂଆ ଘଟଣା ସହ ଓଡ଼ିଶାରେ କୋଭିଡ୍ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ଵରରୁ ୪ ଜଣ, ଖୋର୍ଦ୍ଧା ଓ କଟକରୁ ଜଣେ ଲେଖାଏଁ ଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୧ ଜଣ ମହିଳା ରହିଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ନାଗରିକଙ୍କୁ ସତର୍କ ରହିବା, ମାସ୍କ ପିନ୍ଧିବା, ହାତ ଧୁଆ ଓ ସାମାଜିକ ଦୂରତା ରଖିବା ପାଇଁ ପୁଣିଥରେ ପରାମର୍ଶ ଦେଇଛି।

 

ରିପୋର୍ଟ: ଶୁଭସ୍ମିତା ପ୍ରଧାନ