BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ – ରାଜ୍ୟପାଳ

ଭୁବନେଶ୍ୱର: ରାଷ୍ଟ୍ର ନିର୍ମାଣରେ ଏନସିସିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି କହିଛନ୍ତି। ଓଡିଶା ଏନସିସି ନିର୍ଦେଶାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଓୟୁଏଟି. ପ୍ରେକ୍ଷାଳୟରେ ଆୟୋଜିତ ସେମିନାରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଏହା କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏନସିସି ଏକ ସକ୍ରିୟ ଯୁବ ଆନ୍ଦୋଳନ ଭାବରେ ଉଭା ହୋଇଛି, ଯାହା ଶୃଙ୍ଖଳା, ଚରିତ୍ର ଗଠନ ଏବଂ ନିଃସ୍ୱାର୍ଥପର ସେବା ମାଧ୍ୟମରେ ଦାୟିତ୍ୱବାନ ନାଗରିକ ଏବଂ ଦେଶର ଭବିଷ୍ୟତକୁ ଗଠନ କରୁଛି। ଦେଶ ଗଠନରେ “ଏନସିସି ଏକ ଶକ୍ତି ଗୁଣାଙ୍କ” ଶୀର୍ଷକ ବିଷୟ ବସ୍ତୁ ରଖାଯାଇ ସେମିନାର ଆୟୋଜନ କରାଯାଇଥିବାରୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହା ଜାତୀୟ ସୁରକ୍ଷା, ସାମାଜିକ ଏବଂ ସାଂସ୍କୃତିକ ଅବଦାନ, ଯୁବ ବିକାଶ, ଡିଜିଟାଲ ଉପକରଣ ବ୍ୟବହାର ଉପରେ ଅଧିକ ପର୍ଯ୍ୟବେସିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ।ଏନସିସି କିପରି ଅଧିକ ଶକ୍ତିଶାଳୀ ରାଷ୍ଟ୍ର ଗଠନରେ ଯୋଗଦାନ ଦିଏ ସେ ସମ୍ପର୍କରେ ରାଜ୍ୟପାଳ ଆଲୋକପାତ କରିଥିଲେ।

ମହିଳା ସଶକ୍ତିକରଣ, ଜନଜାତି, ଗ୍ରାମୀଣ ଓ ସହରାଞ୍ଚଳର ଯୁବକମାନଙ୍କୁ ସାମିଲ କରି ରାଜ୍ୟର ସମାବେଶୀ ବିକାଶ ଲକ୍ଷ ସାଧିତ କରିବା ପାଇଁ ଏନସିସି ର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏନସିସି ଅଧିକାରୀ ଓ କ୍ୟାଡେଟମାନଙ୍କର ଉତ୍ସର୍ଗୀକୃତ ସେବା ଏବଂ ଶକ୍ତି ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ସେମାନଙ୍କର ପ୍ରତିବଦ୍ଧତା ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଏହି ସେମିନାର ଓଡ଼ିଶାରେ ଏନସିସି ଆନ୍ଦୋଳନକୁ ଅଧିକ ସୁଦୂରପ୍ରସାରୀ କରିବ ଏବଂ ଜାତୀୟ ପ୍ରଗତିରେ ଏକ ଅର୍ଥପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ କହିଥିଲେ।

ଏନସିସି ଓଡ଼ିଶାର ନିର୍ଦେଶକ କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁଙ୍କ ସମେତ ଏନସିସି ଏବଂ ସେନାର ବରିଷ୍ଠ ଅଧିକାରୀ ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ।