BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଭାରତୀୟ ଜ୍ଞାନ ପରମ୍ପରା: ସାମ୍ପ୍ରତିକ ଶାସନ ବ୍ୟବସ୍ଥାରେ ଏହାର ପ୍ରାସଙ୍ଗିକତା” ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗ ପକ୍ଷରୁ “ଭାରତୀୟ ଜ୍ଞାନ ପରମ୍ପରା: ସାମ୍ପ୍ରତିକ ଶାସନ ବ୍ୟବସ୍ଥାରେ ଏହାର ପ୍ରାସଙ୍ଗିକତା” ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସାମ୍ପ୍ରତିକ ଶାସନ ଏବଂ ପ୍ରଶାସନିକ ପ୍ରକ୍ରିୟାରେ ଭାରତୀୟ ସଭ୍ୟତାର ପ୍ରାଚୀନ ଜ୍ଞାନର ଉପଯୋଗିତା ଉପରେ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିଲେ। ଏଥିସହ କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦାଣ୍ଡପାଟ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନ୍ନାରା, କୁଳସଚିବ ଡ. ସ୍ୱାତି ମିଶ୍ର ଏବଂ ବିଭାଗୀୟ ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀ ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ଅଭିଭାଷଣରେ ଅର୍ଥଶାସ୍ତ୍ର ଏବଂ ଭଗବଦ୍ ଗୀତାରୁ ନୈତିକ ଉଦାହରଣ ଦେଇ କହିଥିଲେ ଯେ, ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା ଯାହା ଆଧୁନିକ ପ୍ରଶାସନକୁ ଦିଗଦର୍ଶନ ଦେଇପାରିବ। ସେହିପରି ମୁଖ୍ୟ ବକ୍ତା ପ୍ରଫେସର ମହାନ୍ତି ‘ଓଁ’କାର, କର୍ମବାଦ ଏବଂ ‘ବସୁଧୈବ କୁଟୁମ୍ବକମ’ ଭଳି ଉଚ୍ଚକୋଟୀର ଚିନ୍ତାଧାରା ଉପରେ ଆଲୋକପାତ କରି ଶାସନ ବ୍ୟବସ୍ଥା ‘ଧର୍ମ’ ଓ ନ୍ୟାୟ ଦ୍ୱାରା ପରିଚାଳିତ ହେବା ଉଚିତ ବୋଲି ମତ ଦେଇଥିଲେ।

କୁଳପତି ପ୍ରଫେସର ଦାଣ୍ଡପାଟ ଶାସନ ବ୍ୟବସ୍ଥାରେ ଧର୍ମ, ଅର୍ଥ ଓ କାମର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥିବା ବେଳେ କୁଳସଚିବ ଡ. ସ୍ୱାତି ମିଶ୍ର ‘ପ୍ରଜାଙ୍କ ସୁଖରେ ହିଁ ରାଜାଙ୍କ ସୁଖ’ ନୀତିର ପ୍ରାସଙ୍ଗିକତା ବୁଝାଇଥିଲେ। ସେହିପରି ପ୍ରଫେସର ମିତାଲି ଚିନ୍ନାରା ଆଲବର୍ଟ ଆଇନଷ୍ଟାଇନଙ୍କ ଉକ୍ତି ଉଦ୍ଧାର କରି ଭାରତୀୟ ଜ୍ଞାନର ବିଶ୍ୱସ୍ତରୀୟ ଗୁରୁତ୍ୱ ବିଷୟରେ କହିଥିଲେ। ବିଭାଗୀୟ ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ପ୍ରଫେସର ଡ. ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ବିଶେଷ ଅବସରରେ ତିନୋଟି ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଥିଲା, ଯାହା ଶାସନ ନୀତି ଏବଂ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ଉପରେ ଆଧାରିତ। ଏହି ସମ୍ମିଳନୀ ଏକ ସୁଦୃଢ଼, ନୈତିକ ଏବଂ ସ୍ଥାୟୀ ପ୍ରଶାସନିକ ବ୍ୟବସ୍ଥା ଗଠନ ଦିଗରେ ଭାରତୀୟ ଜ୍ଞାନ ପରମ୍ପରାର ଅପରିହାର୍ଯ୍ୟତାକୁ ପୁଣି ଥରେ ପ୍ରତିପାଦିତ କରିଛି।