BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ଶିକ୍ଷାର ଭବିଷ୍ୟତ ଉପରେ ଏକ ଆନ୍ତବିଷୟକ ସଂଳାପ ଜାତୀୟ ସମ୍ମିଳନୀ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଏବଂ ଆପ୍ଲିକେସନ୍ସ ବିଭାଗ ଏବଂ ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟି, ଗୋଆ ପକ୍ଷରୁ “ଆସନ୍ତାକାଲିର ବିଶ୍ୱବିଦ୍ୟାଳୟର ପରିକଳ୍ପନା: ଶିକ୍ଷାର ଭବିଷ୍ୟତ ଉପରେ ଏକ ଆନ୍ତବିଷୟକ ସଂଳାପ”  ଶୀର୍ଷକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଉଦଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେଏମ‍ସିଏ ବିଭାଗର ମୁଖ୍ୟ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା, ବରିଷ୍ଠ ପରାମର୍ଶଦାତା ବିନୋଦ ଶାସ୍ତ୍ରୀ, ସଂଯୋଜକ  ସୁଖଦା ଭିଙ୍ଗାରକର, ଏମଆଇଟି ୱାର୍ଲ୍ଡ ପିସ୍ ୟୁନିଭର୍ସିଟି, ପୁଣେ, ସହ-ସଂଯୋଜକ  ନିବେଦିତା ଅଧିକାରୀ,ଏବଂ ଡ. ନେହା ସାଠେ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟବସାୟ ପ୍ରଶାସନ ବିଭାଗ ମୁଖ୍ୟ ଡ. ରଶ୍ମିତା ସାହୁ, ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ.  ପ୍ରତିମା ସଡ଼ଙ୍ଗୀ, ପ୍ରଫେସର ରଞ୍ଜନ କୁମାର ପାତ୍ର, ପ୍ରଫେସର  ଜୟନ୍ତୀ ଦୋରା, ଡ. ତନୁତୃଷ୍ଣା ପାଣିଗ୍ରାହୀ, ଉମାପ୍ରସନା ଓଝା, ଶୁଭଙ୍କର ମିଶ୍ର,  ସୁଧାକର ପାତ୍ର ପ୍ରମୁଖ ଆଲାଚନାଚକ୍ରରେ ବକ୍ତବ୍ୟ ରଖିଥିଲେ। ସଂଯୋଜକ  ସୁଖାଦା ଭିଙ୍ଗାରକର ଧନ୍ୟବାଦ  ଅର୍ପଣ କରିଥିଲେ।