BREAKING
ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ ପକାଇଥିଲେ ଜାମସେଟଜୀ ନୁସରୱାନଜୀ ଟାଟାସନ୍ଧ୍ୟା ଆକାଶରେ ଅପୂର୍ବ ଗ୍ରହ ସମାବେଶ: ଏକାସାଙ୍ଗେ ଦୃଶ୍ୟମାନ ହେବେ ୬ଟି ଗ୍ରହବର୍ଷର ପ୍ରଥମ  ଚନ୍ଦ୍ର ଗ୍ରହଣ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀସୁସ୍ଥ ଓ ବିକଶିତ ସମାଜ ଗଠନରେ ବିଜ୍ଞାନର ଭୂମିକା ଅପରିହାର୍ଯ୍ୟ“ବିଜ୍ଞାନରେ ମହିଳା: ବିକଶିତ ଭାରତର ଅନୁପ୍ରେରକ”ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ‘ଭରସା ସମ୍ମାନ’ଆଦିବାସୀ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅଭିନବ ପ୍ରୟାସସଂଯୁକ୍ତ ରାଷ୍ଟ୍ର ସଂଘରେ ସମ୍ମାନିତ ହେଲେ ଉଦ୍ୟୋଗୀ ଅରୁଣ କର“ଭାରତୀୟ ଜ୍ଞାନ ପରମ୍ପରା କେବଳ ଅତୀତର ସ୍ମୃତି ନୁହେଁ, ବରଂ ଏହା ଏକ ଜୀବନ୍ତ ବ୍ୟବସ୍ଥା”

ସିଇଓମାନେ ନୂଆ ଓଡିଶା ଓ ନୂତନ ଭାରତର ବିନ୍ଧାଣୀ ହେବେ

ଦି ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ "ଜାତୀୟ ସିଇଓ କନକ୍ଲେଭ୍",  ଗୋଟିଏ ମଞ୍ଚରେ ଏକାଠି ହେଲେ ବଛା ବଛା ସିଇଓ

ଭୁବନେଶ୍ୱର : ଦି ଇଣ୍ଟରଭ୍ୟୁ ଟାଇମସ୍ ପକ୍ଷରୁ ଜାତୀୟ ସିଇଓ କନକ୍ଲେଭ୍” ଭୁବନେଶ୍ବରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦଘାଟକ ଭାବେ ଅକଲ୍ୟାଣ୍ଡରେ ଭାରତର କନ୍ସୋଲ୍ ଜେନେରାଲ୍ ଡଃ ମଦନ ମୋହନ ସେଠୀ ଯୋଗଦେଇ କହିଥିଲେ ଇଣ୍ଟରଭ୍ୟୁ ଟାଇମ୍ସ ଜାତୀୟ ସିଇଓ କନକ୍ଲେଭ୍ ଭଳି ଆନ୍ତର୍ଜାତୀୟ ସ୍ତରରେ ଆଗକୁ ବଢୁ। ସିଇଓ କନକ୍ଲେଭ ଭଳି ଶିକ୍ଷା, ସ୍ବାସ୍ଥ୍ୟ, ରାଜନୀତି ସହ ଅନ୍ୟ କନକ୍ଲେଭ୍ ହେବାର ଆବଶ୍ୟକତା ରହିଛି। ସିଇଓ କନକ୍ଲେଭ ଇଣ୍ଟରଭ୍ୟୁ ଟାଇମ୍ସର ଏକ ପଦକ୍ଷେପ। ଏହା ଦ୍ବାରା ନୂତନ ସିଇଓ ସୃଷ୍ଟି ହେବା ସହ ରାଜ୍ୟ ତଥା ଦେଶର ବିକାଶରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡଃ ରବୀନ୍ଦ୍ର ନାରାୟଣ ବେହେରା କହିଥିଲେ ଇଣ୍ଟରଭ୍ୟୁ ଟାଇମ୍ସ ଶ୍ରେଷ୍ଠ ପତ୍ରିକା। ବିଭିନ୍ନ ବର୍ଗର ଇଣ୍ଟରଭ୍ୟୁ ଏଥିରେ ସ୍ଥାନ ପାଉଛି। ସିଇଓ କନକ୍ଲେଭ ଇଣ୍ଟରଭ୍ୟୁ ଟାଇମ୍ସର ଅଭିନବ ପଦକ୍ଷେପ। ସିଇଓମାନେ ନୂଆ ଓଡିଶା ଓ ନୂତନ ଭାରତର ବିନ୍ଧାଣୀ ହେବେ। ୨୦୩୬ ସୁଦ୍ଧା ଓଡିଶା ଏକ ସମୃଦ୍ଧ ଓଡିଶା ହେବା ସହ ୨୦୪୭ ସୁଦ୍ଧା ଭାରତ ନିଜର ବ୍ଲୁ ଇକୋନାମୀ ରେ ପହଞ୍ଚିବ।

ସ୍ବତନ୍ତ୍ର ଅତିଥି ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ର ଓ ଶ୍ରୀ ମାନସ ରଞ୍ଜନ ପଣ୍ଡା (ପରିଚାଳନା ନିର୍ଦେଶକ, ଓକାକ୍) ଯୋଗଦେଇ ଇଣ୍ଟରଭ୍ୟୁ ଟାଇମ୍ସର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ଡିଜି ଡିଆରଡିଓଇଓସିଏସ୍ ଡଃ ବି.କେ. ଦାସ ଯୋଗ ଦେଇଥିବାେବେଳେ ସମ୍ମାନିତ ଅତିଥି ଭାବେ ଆରସିଏମର ଚେୟାରମ୍ୟାନ୍ ଡଃ ପ୍ରବୀର ପାଲ୍ ଯୋଗଦେଇଥିଲେ।

ଏହି ଅବସରରେ ଇଣ୍ଟରଭ୍ୟୁ ଟାଇମ୍ସର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚନ କରାଯାଇଥିଲା। ଦି ଇଣ୍ଟରଭ୍ୟୁ ଟାଇମ୍ସର ସଂମ୍ପାଦକ ଡଃ ଦିବ୍ୟଜିତ ସାହୁ କହିଥିଲେ ଯେ ୧୪ ବର୍ଷରୁ ଅଧିକ ସମୟ ଧରି, ଦି ଇଣ୍ଟରଭ୍ୟୁ ଟାଇମ୍ସ ନିଜକୁ ସକାରାତ୍ମକ କାହାଣୀ ଉପରେ ଭାରତର ଏକମାତ୍ର ଉତ୍ସର୍ଗୀକୃତ ସାକ୍ଷାତକାର-ଆଧାରିତ ପତ୍ରିକା ଭାବରେ ପ୍ରତିଷ୍ଠିତ କରିଆସିଛି।

ସିଇଓମାନଙ୍କ ସଫଳତାକୁ ପାଳନ କରିବା ଏବଂ ପ୍ରଭାବଶାଳୀ କାହାଣୀ ମାଧ୍ୟମରେ ଅନୁପ୍ରାଣିତ କରିବା,ଏହାର ମୂଳ ଲକ୍ଷ୍ୟ ।ଏହି ଅବସରରେ ସ୍ବାସ୍ଥ୍ୟ ଓ ଲାଇଫ୍ ଷ୍ଟାଇଲ୍, ଦକ୍ଷତା ଓ ଶିକ୍ଷ୍ୟା, ପ୍ରଯୁକ୍ତି ବିଦ୍ୟା ଓ କୃତିମ ବୁଦ୍ଧିମତ୍ତା, ଷ୍ଟାର୍ଟଅପ୍ ଓଏମ୍ଏସ୍ଏମ୍ଇ, ରିଅଲ୍ ଇଷ୍ଟେଟ୍ ଓ  କନଷ୍ଟ୍ରକ୍ସନ୍ ପରି ବିଭିନ୍ନ ପର୍ଯ୍ୟାୟରେ ସ୍ବତନ୍ତ୍ର ଅତିଥିଙ୍କ ଉପସ୍ଥିତରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସାମ୍ପ୍ରତିକ ପରିସ୍ଥିତିରେ ୧୦୦୦ ରୁ ଉର୍ଦ୍ଧ୍ବ ପ୍ରଭାଭିଶାଳୀ କାହାଣୀ ପ୍ରକାଶିତ କରି ଏହା ଏକ ବିଶ୍ୱସ୍ତ ପ୍ଲାଟଫର୍ମ ପାଲଟିଛି ।ଓଡ଼ିଶାର ଶ୍ରେଷ୍ଠ ୨୦ ସର୍ବାଧିକ ପ୍ରେରଣାଦାୟକ ବ୍ୟକ୍ତିତ୍ୱ ପୁରସ୍କାର, ଷ୍ଟେଟ ଲିଡରସିପ୍ ଆୱାର୍ଡ, ରାଜ୍ୟର ସର୍ବାଧିକ ବ୍ୟାପାର କ୍ଷେତ୍ରରେ ପ୍ରେରଣାଦାୟକ ୨୦ ଜଣ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରିବା ସହ ଓଡ଼ିଶା ଷ୍ଟାର୍ଟଅପ୍ ରାଉଣ୍ଡଟେବୁଲ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସିଛି ଯେଉଥିରେ ଓଡ଼ିଶାକୁ ଗୌରବାନ୍ୱିତ କରୁଥିବା ବ୍ୟକ୍ତି ମାନେ ଭାଗ ନେଇଥାନ୍ତି।

୨୦୧୦ ମସିହାରୁ ତୃଣମୂଳ ସ୍ତରରୁ ସାମ୍ବାଦିକତା କରୁଥିବା ଦି ଇଣ୍ଟରଭ୍ୟୁ ଟାଇମ୍ସର ପ୍ରତିଷ୍ଠାତା ଡକ୍ଟର ଦିବ୍ୟଜିତ ସାହୁ ଯିଏକି ଏହି ପ୍ଲାଟଫର୍ମ ସୃଷ୍ଟି କରିଛନ୍ତି ଯେଉଁଥିରେ ବିଭିନ୍ନ ବର୍ଗର ପ୍ରେରଣା ଦାୟୀ ବ୍ୟକ୍ତିଙ୍କ କାହାଣୀ ପ୍ରକାଶ ପାଇଥାଏ।